Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଦିଲ୍ଲୀ ଘଟଣା ପରେ ଭୂଟାନର ଏକତା ପ୍ରଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ଦିଲ୍ଲୀ ଘଟଣା ପରେ ଭୂଟାନର ଏକତା ପ୍ରଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୂଟାନର ମହାମହିମ ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁଟାନର ଜନସାଧାରଣଙ୍କ ପ୍ରତି ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ଦିଲ୍ଲୀରେ ଘଟିଥିବା ଦୁଃଖଦ ଘଟଣା ପରେ ଭୂଟାନର ଲୋକମାନେ ପୀଡ଼ିତ ଏବଂ ସେମାନଙ୍କ ପରିବାର ପାଇଁ ଏକ ଅନନ୍ୟ ପ୍ରାର୍ଥନା କରିଥିଲେ। ପ୍ରଧାନମନ୍ତ୍ରୀ କରୁଣା ଏବଂ ଏକତାର ଏହି ଗଭୀର କାର୍ଯ୍ୟକୁ ସ୍ୱୀକାର କରି କହିଛନ୍ତି, “ମୁଁ ଏହି ପଦକ୍ଷେପକୁ କେବେବି ଭୁଲିବି ନାହିଁ”

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ମହାମହିମ ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୂଟାନର ଜନସାଧାରଣ ଏକ ଅନନ୍ୟ ପ୍ରାର୍ଥନା ମାଧ୍ୟମରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରେ ଭାରତର ଜନସାଧାରଣଙ୍କ ସହ ଏକତା ବ୍ୟକ୍ତ କରିଥିଲେ। ମୁଁ ଏହି ଆଚରଣକୁ କେବେବି ଭୁଲିବି ନାହିଁ “

HS