ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଆନ୍ଧ୍ର ପଦେଶ ଓ ତାମିଲନାଡ଼ୁ ଗସ୍ତ କରିବେ ।
ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ତ୍ତିରେ ସକାଳ ପ୍ରାୟ ୧୦ଟାରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପବିତ୍ର ତୀର୍ଥସ୍ଥଳ ଏବଂ ମହାସମାଧିକୁ ଯାଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ । ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ୧୦ଟା ୩୦ରେ ଭଗବାନ ଶ୍ରୀ ସତ୍ୟସାଇଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ଭାଗ ନେବେ । ସେ ଏହି ଅବସରରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନ, ଶିକ୍ଷା ଏବଂ ତାଙ୍କ ଚିରନ୍ତନ ଐତିହ୍ୟର ସମ୍ମାନରେ ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ସିରିଜ ଜାରି କରିବେ । ସେ ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଜନସମୂହକୁ ସମ୍ବୋଧିତ କରିବେ ।
ଏହାପରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତ କରିବେ । ସେ ଦିନ ପ୍ରାୟ ୧.୩୦ରେ ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନୀକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୯ କୋଟି କୃଷକଙ୍କୁ ସହାୟତା ପ୍ରଦାନ ପାଇଁ ପିଏମ-କିସାନ ଯୋଜନାରେ ୨୧ତମ କିସ୍ତି ଭାବେ ୧୮ ହଜାର କୋଟିରୁ ଅଧିକ ଟଙ୍କା ଜାରି କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ଜନସମୂହକୁ ସମ୍ବୋଧିତ କରିବେ ।
ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନୀ ତାମିଲନାଡ଼ୁ ପ୍ର୍ରାକୃତିକ କୃଷି ହିତଧାରକ ମଞ୍ଚ ପକ୍ଷରୁ ୧୯ ରୁ ୨୧ ନଭେମ୍ବର ୨୦୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଛି । ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ ସ୍ଥିର, ପରିବେଶ ଅନୁକୂଳ, ରସାୟନମୁକ୍ତ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ତଥା ଭାରତରେ କୃଷିର ଭବିଷ୍ୟତ ପାଇଁ ବ୍ୟାବହାରିକ, ଜଳବାୟୁ ଅନୁକୂଳ ଏବଂ ଆର୍ଥିକ ରୂପରୁ ସ୍ଥିର ମଡେଲ ଭାବେ ପ୍ରାକୃତିକ ଏବଂ ପୁନଃ ବିକାଶ ଯୋଗ୍ୟ କୃଷି ଦିଗକୁ ପରିବର୍ତ୍ତନକୁ ଗତି ପ୍ରଦାନ କରିବା ।
ଏହି ଶିଖର ସମ୍ମିଳନୀ କୃଷକ ଏବଂ ଉତ୍ପାଦକ ସଙ୍ଗଠନ ତଥା ଗ୍ରାମୀଣ ଉଦ୍ୟୋଗୀଙ୍କ ପାଇଁ ବଜାର ସମ୍ପର୍କ ପ୍ରସ୍ତୁତ କରିବା ଉପରେ ମଧ୍ୟ କେନ୍ଦ୍ରୀଭୂତ ହେବ । ଏଥି ସହିତ ଏଥିରେ ଜୈବିକ ଇନପୁଟ, କୃଷି-ପ୍ରସଂସ୍କରଣ, ପର୍ଯ୍ୟାବରଣ ଅନୁକୂଳ ପ୍ୟାକେଜିଙ୍ଗ ଏବଂ ସ୍ୱଦେଶୀ ପ୍ରଯୁକ୍ତିଗତ ନବାଚାରର ପ୍ରଦର୍ଶନ ମଧ୍ୟ କରାଯିବ । ଏହି କାର୍ଯ୍ୟକ୍ରମରେ ତାମିଲନାଡ଼ୁ, ପୁଡୁଚେରୀ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶର ୫୦ ହଜାରରୁ ଅଧିକ କୃଷକ, ପ୍ରାକୃତିକ କୃଷି ବ୍ୟବସାୟୀ, ବୈଜ୍ଞାନିକ, ଜୈବିକ ଇନପୁଟ ଯୋଗାଣକାରୀ, ବିକ୍ରେତା ଏବଂ ଅଂଶୀଦାର ଅଂଶ ଗ୍ରହଣ କରିବେ ।
SR