ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୌସେନା ଦିବସ ଅବସରରେ ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆମ ନୌସେନା ଅସାଧାରଣ ସାହସ ଏବଂ ସଂକଳ୍ପର ପ୍ରତୀକ। ସେମାନେ ଆମ ଉପକୂଳର ସୁରକ୍ଷା କରନ୍ତି ଏବଂ ଆମର ସାମୁଦ୍ରିକ ସ୍ୱାର୍ଥକୁ ବଜାୟ ରଖନ୍ତି। “ମୁଁ ଚଳିତ ବର୍ଷର ଦୀପାବଳିକୁ କେବେବି ଭୁଲି ପାରିବି ନାହିଁ, ଯାହା ମୁଁ ଆଇଏନଏସ ବିକ୍ରାନ୍ତରେ ନୌସେନା କର୍ମଚାରୀଙ୍କ ସହ ବିତାଇଥିଲି। ଭାରତୀୟ ନୌସେନାକୁ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ‘ଏକ୍ସ’ ରେ ପୋଷ୍ଟ କରିଛନ୍ତି:
“ଭାରତୀୟ ନୌସେନାର ସମସ୍ତ ଯବାନଙ୍କୁ ନୌସେନା ଦିବସର ଶୁଭେଚ୍ଛା। ଆମ ନୌସେନା ଅସାଧାରଣ ସାହସ ଏବଂ ଦୃଢ଼ ସଂକଳ୍ପର ପ୍ରତୀକ। ସେମାନେ ଆମ ଉପକୂଳର ସୁରକ୍ଷା କରନ୍ତି ଏବଂ ଆମର ସାମୁଦ୍ରିକ ସ୍ୱାର୍ଥକୁ ବଜାୟ ରଖନ୍ତି। ବିଗତ ବର୍ଷଗୁଡ଼ିକରେ, ଆମର ନୌସେନା ଆତ୍ମନିର୍ଭରଶୀଳତା ଏବଂ ଆଧୁନିକୀକରଣ ଉପରେ ଧ୍ୟାନ ଦେଇଛି। ଏହା ଆମର ସୁରକ୍ଷା ଉପକରଣକୁ ଉନ୍ନତ କରିଛି।
ଆଇ.ଏନ୍.ଏସ୍. ବିକ୍ରାନ୍ତ ଜାହାଜରେ ନୌସେନା କର୍ମଚାରୀଙ୍କ ସହ ବିତାଇଥିବା ଚଳିତ ବର୍ଷର ଦୀପାବଳିକୁ ମୁଁ କେବେବି ଭୁଲି ପାରିବି ନାହିଁ। ଭାରତୀୟ ନୌସେନାକୁ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି “
HS
Navy Day greetings to all personnel of the Indian Navy. Our Navy is synonymous with exceptional courage and determination. They safeguard our shores and uphold our maritime interests. In the recent years, our Navy has focussed on self-reliance and modernisation. This has enhanced… pic.twitter.com/JxPqLiEc9x
— Narendra Modi (@narendramodi) December 4, 2025