ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୋଲିସ ପ୍ରଶିକ୍ଷଣ ଏବଂ ବିକାଶ କ୍ଷେତ୍ରରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମଓୟୁ)କୁ ମଞ୍ଜୁରି ପ୍ରଦାନ କରାଯାଇଛି ।
ଏହି ଏମଓୟୁ ଦ୍ୱାରା ଆଫଗାନିସ୍ତାନ ଜାତୀୟ ପୋଲିସର କ୍ଷମତା ବୃଦ୍ଧି ହେବା ସହିତ ଏବଂ କ୍ଷେତ୍ରୀୟ ସୁରକ୍ଷା ବ୍ୟବସ୍ଥାରେ ସୁଧାର ମଧ୍ୟ ଆସିପାରିବ ।
ଏହି ଏମଓୟୁ ସ୍ୱାକ୍ଷରିତ ହେବା ତାରିଖ ଠାରୁ 5 ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାର ଅବଧି ଆହୁରି 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ମଧ୍ୟ ସର୍ତ୍ତ ରହିଛି । ତେବେ ଏଥିରେ ପରବର୍ତ୍ତୀ ସମୟରେ କୌଣସି ପରିବର୍ତ୍ତନ ଅଥବା ସଂଶୋଧନ କରାଯାଇପାରିବ ନାହିଁ ।
******