Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଲେଫ୍ଟନେଣ୍ଟ ଜେନେରାଲ ଏଚ.ଆର.ମେକ୍ମାଷ୍ଟର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଲେଫ୍ଟନେଣ୍ଟ ଜେନେରାଲ ଏଚ.ଆର.ମେକ୍ମାଷ୍ଟର


ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଲେଫ୍ଟନେଣ୍ଟ ଜେନେରାଲ ଏଚ.ଆର.ମେକ୍ମାଷ୍ଟର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ଲେଫ୍ଟନେଣ୍ଟ ଜେନେରାଲ ଏଚ.ଆର.ମେକ୍ମାଷ୍ଟର ମାର୍କିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ସମ୍ପ୍ରତି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ହୋଇଥିବା ତାଙ୍କର ଫଳପ୍ରଦ ଟେଲିଫୋନ ବାର୍ତ୍ତାଳାପ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଦୁଇ ଦେଶ ମଧ୍ୟରେ ରଣନୀତିକ ଭାଗିଦାରୀତାର ଗୁରୁତ୍ଵକୁ ଏହି ଟେଲିଫୋନ ବାର୍ତ୍ତାଳାପ ବେଳେ ଉଭୟ ନେତା ଦୋହରାଇଥିଲେ ଏବଂ ସବୁ କ୍ଷେତ୍ରରେ ଭାରତ-ଆମେରିକା ମଧ୍ୟରେ ସମ୍ବନ୍ଧକୁ ଆହୁରି ଆଗେଇନେବା ଲାଗି ପ୍ରାଧାନ୍ୟ ଦେଇଥିଲେ ।

ଲେଫ୍ଟନେଣ୍ଟ ଜେନେରାଲ ଏଚ.ଆର.ମେକ୍ମାଷ୍ଟର ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କାଳରେ ଆଫଗାନିସ୍ତାନ, ପଶ୍ଚିମ ଏସିଆ, କୋରିଆ ଏବଂ ଅନ୍ୟାନ୍ୟ ଅଞ୍ଚଳର ସ୍ଥିତି ନେଇ ନିଜର ମତାମତ ରଖିଥିଲେ । ଆତଙ୍କବାଦ ଭଳି ଆହ୍ୱାନର ମୁକାବିଲା ପାଇଁ ଦୁଇ ଦେଶ ମଧ୍ୟରେ କିଭଳି ଫଳପ୍ରଦ ସମନ୍ଵୟ ଓ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ସେଥିନେଇ ବିଚାର ବିମର୍ଶ କରିଥିଲେ । ଏହାଛଡା ଆଞ୍ଚଳିକ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପ୍ରସଙ୍ଗ ଉପରେ ମଧ୍ୟ ମେକ୍ମାଷ୍ଟର ପ୍ରଧାନମନ୍ତ୍ରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ।

**********