ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୭.୧୦.୨୦୨୩)ଚିତ୍ରକୂଟର ତୁଳସୀପୀଠ ପରିଦର୍ଶନ କରିଛନ୍ତି । ସେ ତୁଳସୀପୀଠର ଜଗତଗୁରୁ ରମାନନ୍ଦ ଚାର୍ଯ୍ୟଙ୍କ ଆଶୀର୍ବାଦ ଗ୍ରହଣ ସହ ଏକ ସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ । ସେଠାରେ ତିନିଟି ପୁସ୍ତକ ତଥା ଅଷ୍ଟାଧ୍ୟାୟୀ ଭାଷ୍ୟ”, ରାମାନନ୍ଦଚାର୍ଯ୍ୟ ଚରିତମ୍’ ଓ ଭଗବାନ ଶ୍ରୀକୃଷ୍ଣ କୀ ରାଷ୍ଟ୍ରଲୀଳା” ଉନ୍ମୋଚନ କରିଥିଲେ ।
ସମବେତ ଜନତାଙ୍କୁ ଉଦ୍ବୋଧନ଼ ଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ଧାର୍ମିକ ସ୍ଥାନରେ ପୂଜାର୍ଚ୍ଚନା କରିବା ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ବିଶେଷକରି ଜଗତଗୁରୁ ରାମାନନ୍ଦଚାର୍ଯ୍ୟଙ୍କ ଆଶିଷ ଲାଭ କରିଥିବାରୁ ବିଶେଷ ଖୁସି ପ୍ରକଟ କରିଥିଲେ । ସେ ତିନିଟି ପୁସ୍ତକ ଉନ୍ମୋଚନ କରିଥିବା ବିଷୟରେ ମଧ୍ୟ ଅବତାରଣା କରିଥିଲେ । ପୁସ୍ତକଗୁଡିକ ହେଲା, “ଅଷ୍ଟାଧ୍ୟାୟୀ ଭାଷ୍ୟ, ରାମାନନ୍ଦାଚାର୍ଯ୍ୟ ଚରିତମ ଓ ଭଗବାନ ଶ୍ରୀକୃଷ୍ଣ କୀ ରାଷ୍ଟ୍ରଲୀଳା । ଏହା ଆହୁରି ଭାରତରେ ଜ୍ଞାନ ପରମ୍ପରାକୁ ସମୃଦ୍ଧ କରିବ ବୋଲି ସେ କହିଥିଲେ । ଏହି ପୁସ୍ତକଗୁଡିକ ଜଗତଗୁରୁଙ୍କ ଆଶୀର୍ବାଦ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଅଷ୍ଟାଧ୍ୟାୟୀ ହେଉଛି ହଜାରବର୍ଷ ତଳର ଭାରତୀୟ ଭାଷାତତ୍ତ୍ୱ ବୌଦ୍ଧିକତା ଓ ଆମର ସାଂସ୍କୃତିକ ଗବେଷଣା ।” ସେ ଅଷ୍ଟଧ୍ୟାୟୀରେ କିପରି ବ୍ୟାକରଣ ଓ ଭାଷା ବିଜ୍ଞାନ ଅତି ସଂକ୍ଷିପ୍ତ ଭାବେ ରହିଛି ତା’ଉପରେ ଆଲୋକପାତ କରିଥିଲେ । ଅନେକ ଭାଷା ଆସିଛି ଓ ଯାଇଛି ମାତ୍ର ସଂସ୍କୃତୟ ଚିରନ୍ତନ ହୋଇ ରହିଛି । “ସମୟ ଏହାକୁ ବିଶୁଦ୍ଧ କରିଛି ସିନା ପ୍ରଦୂଷିତ କରିନାହିଁ” ବୋଲି ସେ କହିଥିଲେ । ଏଥିରେ ପ୍ରକୃତ ବ୍ୟାକରଣର ମୂଳଭିତ୍ତି ରଖିଛି । ମାତ୍ର ୧୪ ମହେଶ୍ୱର ସୂତ୍ରକୁ ଆଧାର କରି ଏହି ଭାଷା ଶାସ୍ତ୍ରର ଜନନୀ ପାଲଟିଛି । “ଭାରତରେ ଯେଉଁ ଆଡେ ଗତି ଦେଖିବ, ସେଥିରେ ତୁମେ ସଂସ୍କୃତିର ଅବଦାନ ପାଇବ” ବୋଲି ସେ କହିଥିଲେ ।
ହଜାର ହଜାର ବର୍ଷର ଦାସତ୍ୱ କାଳ ଉପରେ ଆଲୋକପାତ କରି ଶ୍ରୀମୋଦୀ ସଂସ୍କୃତି ଓ ଐତିହ୍ୟର ମୂଳୋତ୍ପାଟନ କରି ସଂସ୍କୃତକୁ ଅଲଗା ରଖାଯାଇ ଥିଲା ବୋଲି କହିଥିଲେ । କେତେକ ବ୍ୟକ୍ତିଙ୍କ ଦାସତ୍ୱ ମାନସିକତାକୁ ପ୍ରୋତ୍ସାହନ ଦେବା ଯୋଗୁଁ ସଂସ୍କୃତି ପ୍ରତି ବୌର ଭାବ ସୃଷ୍ଟି ହୋଇଥିଲା । ଏଭଳି ମାନସିକତାର ସମାଲୋଚନା କରି ମାତୃଭାଷାକୁ ବିଦେଶରେ ପ୍ରଶଂସା କରାଯିବା ସହ ଏହା ଆମ ଦେଶରେ ଲାଗୁ କରାଯାଇ ନ ଥିଲା ବୋଲି କହିôତଲେ । ସଂସ୍କୃତ କେବଳ ପରମ୍ପରାର ଭାଷା ନୁହଁ, ଏହା ଆମ ପରିଚୟ ଓ ପ୍ରଗତିରମଧ୍ୟ ଭାଷା ବୋଲି କହି ଏହାକୁ ମଜବୁତ କରିବା ନିମନ୍ତେ ଆମ ଦେଶରେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ । “ଅଷ୍ଟାଧ୍ୟାୟୀ ଭାଷ୍ୟ ଭଳି ଗ୍ରନ୍ଥ ଆଧୁନିକ ଯୁଗରେ ମଧ୍ୟ ଏ ଦିଗରେ ବିଶେଷ ସହାୟକ ହେବ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଜଗତଗୁରୁ ରାମାନୁଜାଚାର୍ଯ୍ୟଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କର ବ୍ୟାପକ ଜ୍ଞାନ ଓ ଅବଦାନ ସମ୍ପର୍କରେ କହିଥିଲେ ।” ଏଭଳି ସ୍ତରର ଜ୍ଞାନ କେବଳ ବ୍ୟକ୍ତିଗତ ନୁହଁ ଏହା ଜାତୀୟ ସମ୍ପଦ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାମିଜୀ ୨୦୧୫ ମସିହାରେ ପଦ୍ମ ବିଭୂଷଣ ସମ୍ମାନ ପାଇଥିଲେ । ସ୍ୱାମିଜୀଙ୍କ ଜାତୀୟ ଓ ସାମାଜିକ ଗୁଣକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ପାଇଁ ତାଙ୍କର ସକ୍ରିୟ ଅବଦାନ ଉପରେ ଆଲୋକପାତ କରିଥିଲେ ।
ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ଗଙ୍ଗା ସଫେଇ ଭଳି ଜାତୀୟ ଲକ୍ଷ୍ୟ ଏବେ ସାଧିତ ହେଉଥିବାରୁ ଶ୍ରୀ ମୋଦୀ ଖୁସି ପ୍ରକଟ କରିଥିଲେ । ଜଗତ୍ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ପ୍ରତ୍ୟେକ ଦେଶବାସୀଙ୍କୁ ଆଉ ଏକ ସ୍ୱପ୍ନପୂରଣ କରିବାରେ ବଡ ଭୂମିକା ଗ୍ରହଣ କରିଥିବା ସେ କହିଥିଲେ । ଅଦାଲତ ଭିତରେ ଓ ବାହାରେ ରାମ ମନ୍ଦିର ପାଇଁ ଆପଣ ଯେଉଁ ଅବଦାନ ଦେଇଛନ୍ତି ଏହା ଆଜି ପୂରଣ ହେବାକୁ ଯାଉଛି ବୋଲି କହି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବା ପାଇଁ ସେ ନିମନ୍ତ୍ରଣ ପାଉଥିବା ପ୍ରକାଶ କରିଥିଲେ । ।
ଅମୃତ କାଳରେ ଦେଶ ବିକାଶ ଓ ଐତିହ୍ୟକୁ ଏକାଠି ଧରି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଚିତ୍ରକୂଟର ଆଧ୍ୟାତ୍ମିକ ଜ୍ଞାନଦୋୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି” ବୋଲି କହି ଶ୍ରୀମୋଦୀ ତୀର୍ଥଯାତ୍ରାର ବିକାଶ ପାଇଁ ଗୁରୁତ୍ୱା ଆରୋପ ହେଉଥିବା ପ୍ରକାଶ କରିଥିଲେ । ସେ କେନ-ବେଟୱା ସଂଯୋଗ ପ୍ରକଳ୍ପ, ବୁନ୍ଦେଲ ଖଣ୍ଡ ଏକ୍ସପ୍ରେସ ୱେ ଓ ପ୍ରତିରକ୍ଷା କରିଡର ବିଷୟ କହି ଏହା ଏହି ଅଞ୍ଚଳରେ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ଚିତ୍ରକୂଟ ଦିନେ ବିକାଶର ନୂତନ ଶିଖର ଛୁଇଁବ ଓ ଜଗତଗୁରୁ ରାମନନ୍ଦାଚାର୍ଯ୍ୟଙ୍କୁ ପ୍ରଣାମ କରି ସେ ତାଙ୍କ ଅଭିଭାଷଣର ଅନ୍ତ ଘଟାଇଥିଲେ ।
ତୁଳସୀ ପୀଠ ଜଗତଗୁରୁ ରାମନନ୍ଦାଚାର୍ଯ୍ୟ, ମଧ୍ୟପ୍ରଦେଶ ରାଜ୍ୟପାଲ ମଙ୍ଗୁଭାଇ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଏହି ଅବସରରେ ଉପସ୍ଥିତ ଥିଲେ ।
ପୃଷ୍ଠଭୂମି– ତୁଳସୀପୀଠ ହେଉଛି ମଧ୍ୟପ୍ରଦେଶର ଚିତ୍ରକୂଟର ଏକ ଗୁରୁତ୍ୱପୂର୍ଣ୍ଣ ସମାଜସେବା ଅନୁଷ୍ଠାନ । ଜଗତଗୁରୁ ରାମଭଦ୍ରା ଚାର୍ଯ୍ୟ ଏହାକୁା ୧୯୮୭ରେ ପ୍ରତିଷ୍ଠା କରିଥିଲେ । ଏହା ହିନ୍ଦୁ ଧର୍ମ ସାହିତ୍ୟରେ ଏକ ଅଗ୍ରଣୀ ପ୍ରକାଶକ ହିସାବରେ ଖ୍ୟାତି ଲାଭ କରିଛି ।
*****
SM/SLP
चित्रकूट के तुलसी पीठ में आयोजित कार्यक्रम को संबोधित कर रहा हूं। https://t.co/qcgtoCpIbj
— Narendra Modi (@narendramodi) October 27, 2023
अष्टाध्यायी भारत के भाषा विज्ञान का, भारत की बौद्धिकता का और हमारी शोध संस्कृति का हजारों साल पुराना ग्रंथ है। pic.twitter.com/QEGGVaNNDj
— PMO India (@PMOIndia) October 27, 2023
संस्कृत आज भी अक्षुण्ण है, अटल है। pic.twitter.com/XSG9fDMaWW
— PMO India (@PMOIndia) October 27, 2023
संस्कृत केवल परम्पराओं की भाषा नहीं है, ये हमारी प्रगति और पहचान की भाषा भी है। pic.twitter.com/77np0QAA5l
— PMO India (@PMOIndia) October 27, 2023
गुलामी की मानसिकता वाले लोगों में आज भी संस्कृत के प्रति नफरत का भाव है, वहीं बीते 9 वर्षों में हमने इसके प्रसार के लिए व्यापक प्रयास किए हैं। pic.twitter.com/QmupgsO7ZU
— Narendra Modi (@narendramodi) October 27, 2023
सैकड़ों धार्मिक और आध्यात्मिक ग्रंथों की रचना करने वाले जगद्गुरु स्वामी रामभद्राचार्य जी की मेधा पूरे राष्ट्र की धरोहर के समान है। मुझे खुशी है कि देश को आगे ले जाने में हम सभी को स्वामी जी का मार्गदर्शन मिल रहा है। pic.twitter.com/Cfo3z5K8QQ
— Narendra Modi (@narendramodi) October 27, 2023