Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ମହାମହିମ ଗୋଟାବାୟା ରାଜପକ୍ଷଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଉଭୟ ନେତା ନିଜ ନିଜ କ୍ଷେତ୍ରରେ କୋଭିଡ-19 ମହାମାରୀର ବର୍ତ୍ତମାନ ପରିସ୍ଥିତି ଏବଂ ଏହାଦ୍ଵାରା ଉପୁଜିଥିବା ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ।

ମହାମାରୀ ପ୍ରଭାବକୁ ପ୍ରତିହତ କରିବା ଲାଗି ଭାରତ ଶ୍ରୀଲଙ୍କାକୁ ସମସ୍ତ ପ୍ରକାରର ସହଯୋଗ ଉପଲବ୍ଧ କରାଇବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ସୁନିଶ୍ଚିତ କରାଇଥିଲେ ।

ଅର୍ଥନୈତିକ କାର୍ଯ୍ୟକଳାପ ପୁନଃପ୍ରଚଳନ କରିବା ଦିଗରେ ତାଙ୍କ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ନେଇ ରାଷ୍ଟ୍ରପତି ରାଜପକ୍ଷ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କାରେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ସହାୟତା ବିକାଶ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ଉପରେ ଉଭୟ ନେତା ସହମତ ହୋଇଥିଲେ । ଭାରତୀୟ ବେସରକାରୀ କ୍ଷେତ୍ର ଦ୍ୱାରା ଶ୍ରୀଲଙ୍କାରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

ଶ୍ରୀଲଙ୍କାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଥିଲେ ।