ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡେନମାର୍କ ପ୍ରଧାନମନ୍ତ୍ରୀ ମହାମାନ୍ୟ ମେଟ୍ଟେ ଫ୍ରେଡେରିକ୍ସେନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ ।
ଉଭୟ ନେତାକୋଭିଡ-19 ମହାମାରୀର ମୁକାବିଲା ଦିଗରେ ଦୁଇ ଦେଶରେ ନିଆଯାଇଥିବା ପଦକ୍ଷେପ ଉପରେ ତୁଳନାତ୍ମକ ଆଲୋଚନା କରିଥିଲେ। ସଂକ୍ରମଣ ବୃଦ୍ଧି ନ ଘଟାଇ ଲକଡାଉନ ପ୍ରତିବନ୍ଧକକୁ ହଟାଇବାରେ ଡେନମାର୍କର ସଫଳତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଭାରତୀୟ ଏବଂ ଡାନିଶ ବିଶେଷଜ୍ଞମାନେ ପରସ୍ପରର ଅନୁଭୂତିକୁବାଣ୍ଟିବା ପାଇଁ ଯୋଗାଯୋଗରେ ରହିବେବୋଲି ଏଥିରେ ସହମତିପ୍ରକାଶ ପାଇଥିଲା।
ଭାରତ-ଡେନମାର୍କ ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ଉଭୟ ନେତା ସେମାନଙ୍କର ଇଚ୍ଛାକୁ ଦୋହରାଇଥିଲେ ଏବଂ କୋଭିଡ ପରବର୍ତ୍ତୀ ସମୟରେ ଉଭୟ ଦେଶ କିପରି ମିଳିତ ଭାବେ କାର୍ଯ୍ୟ କରିପାରିବେ ସେ ବିଷୟରେ ଆଲୋଚନା ମଧ୍ୟ କରିଥିଲେ।
ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ମେ’ 12, 2020ରେ ହୋଇଥିବାସଫଳ ବୈଠକକୁ ସେମାନେ ସ୍ୱାଗତ କରିଥିଲେ।
ସ୍ୱାସ୍ଥ୍ୟ ଗବେଷଣା, ସ୍ୱଚ୍ଛ ଓ ସବୁଜ ଶକ୍ତି ତଥା ଜଳବାୟୁ ପରିବର୍ତ୍ତନରେ ସ୍ଥିରତା ଭଳି କ୍ଷେତ୍ରଗୁଡିକରେ ପାରସ୍ପରିକ ସହଯୋଗ ପାଇଁ ଦୁଇ ନେତା ସହମତ ହୋଇଥିଲେ ।ଭାରତ ଏବଂ ଡେନମାର୍କ ମଧ୍ୟରେ ଏକ ସଶକ୍ତ ରଣନୈତିକ ଭାଗିଦାରୀ ସୃଷ୍ଟି କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଉଭୟ ନେତା ରାଜି ହୋଇଥିଲେ ।