ପିଏମଇଣ୍ଡିଆ

ରାଷ୍ଟ୍ରୀୟ ବାଲ ପୁରସ୍କାରର ବିଜେତାମାନଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭେଚ୍ଛା । ଏବେ ଆପଣମାନେ ଶୁଭେଚ୍ଛା ଗ୍ରହଣ କରି କରି ଥକି ଯିବା ଭଳି ଲାଗୁଛନ୍ତି । ଶୁଭେଚ୍ଛା ଅଧିକ ହୋଇଗଲାଣି ନା ? କମ ହେଲା ନା ଅଧିକ ହୋଇଗଲା, ଏଭଳି ହୋଇନାହିଁ ତ ? ଆଚ୍ଛା, ଏଠାକୁ ଆସିବା ବେଳେ ମାଷ୍ଟରଜୀ କହିଥିବେ ସେଠାରେ ଶୃଙ୍ଖଳାରେ ରହିବ, ହାତଗୋଡ ହଲାଇବ ନାହିଁ, ଏପରି କହିବ ଆଦି । ହଁ.. ଏହା ଗୋଳମାଳିଆ କଥା । ଏଠାକୁ ଆସି ଆପଣମାନଙ୍କୁ କିପରି ଲାଗୁଛି ? ମାନେ – ପାଣିପାଗ ଭଲ ଲାଗୁଛି ତ ? ରାଷ୍ଟ୍ରପତି ଭବନ ଦେଖିଲ… ପୂରା… ଆଉ ଆଜି କଣ ଦେଖୁଛ ? ଗଛଲତା ?
ତୁମମାନଙ୍କ ଭିତରୁ କେତେ ଜଣ ଅଛ ଯିଏ ପ୍ରଥମ ଥର ଦିଲ୍ଲୀ ଆସିଛ ? ଆଚ୍ଛା..ଅନ୍ୟମାନେ ବାରମ୍ବାର ଆସିଛନ୍ତି.. ସମସ୍ତେ ପରିଚିତ ହୋଇ ସାରିଛନ୍ତି । ପଛରେ ଯେଉଁମାନେ ବସିଛନ୍ତି ମୋ ପ୍ରଶ୍ନ ସେମାନଙ୍କ ପାଇଁ ନୁହେଁ.. କେବଳ ପିଲାମାନଙ୍କ ପାଇଁ ଏସବୁ ପ୍ରଶ୍ନ । ନହେଲେ ପଛରୁ ପ୍ରମ୍ପଟିଙ୍ଗ ହେଉଛି ।
ତେବେ ଦିଲ୍ଲୀ ଆସିବାର ନିଜସ୍ୱ ଏକ ଉତ୍ସାହ ରହିଛି, ତଥାପି ମୁଁ ଜାଣିଛି ଯେ, ତୁମମାନଙ୍କୁ ଜଲଦି ଯିବାକୁ ଇଚ୍ଛା ହେଉଥିବ, ଘରକୁ ଯିବା ପାଇଁ । ଦେଖନ୍ତୁ, ନିଶ୍ଚିତ ଭାବେ ତୁମ ମନ ହେଉଛି ଜଲଦି ଘରକୁ ଯିବ, କଣ କଣ ହେଲା ବନ୍ଧୁମାନଙ୍କୁ ଜଣାଇବ, ଫଟୋ ଦେଖାଇବ, ନିଜ ପୁରସ୍କାର ଦେଖାଇବ, ଦିଲ୍ଲୀର ଅନୁଭବ ଶୁଣାଇବ, ଦିଲ୍ଲୀରେ ଥଣ୍ଡା କେମିତି ତାହା ଜଣାଇବ, ଏମିତି ମନ ହେଉଛି ନା ? ସମସ୍ତଙ୍କର ଏପରି ହୁଏ, ସାଙ୍ଗ ସାଥୀମାନଙ୍କୁ ଭଲ ଭଲ କଥା ଶୁଣାଇବାର ଇଚ୍ଛା ସମସ୍ତଙ୍କର ଥାଏ । ତୁମମାନଙ୍କର ହେଉନି କି ?
ଦେଖନ୍ତୁ, ସମ୍ପୂର୍ଣ୍ଣ ଯାତ୍ରାର ଢେର କାହାଣୀ ତୁମମାନଙ୍କ ମନରେ ରହିଥିବ, ଯାହା ତୁମେ ଶୁଣାଇବାକୁ ଚାହଁ । ହଁ ନକହିଲେ ବି, ତୁମ ମନ ହେଉଥିବ, ପ୍ରଥମେ ଯାଇ ଜେଜେମାଙ୍କୁ ଏହା କହିବାକୁ ହିଁ ପଡ଼ିବ, ଏଭଳି ମନ ହେଉଥିବ । ଆଉ କିଛି ନିଜ ଘରେ ପହଁଚି କହିବେ ଦେଖ ତୁମେ ମୋତେ ମନା କରୁଥିଲ, ଏବେ ଜାଣିଲ ନା ମୁଁ ଭଲ କାମ କରୁଛି । ତାହେଲେ ତୁମେମାନେ ଘରକୁ ଯାଇ ନିଜ ବାପା-ମାଙ୍କୁ ଗାଳି ଦେବ ? କହିବେ- ହଁ ହଁ ଦେଖ ଆମ ପାଖରେ ରାଷ୍ଟ୍ରପତିଙ୍କ ସହ ଫଟୋ ଅଛି, ଆମେ ପୁରସ୍କାର ନେଇ କି ଆସିଛୁ, ଏପରି କରିବେ ନା ? କରିବେ ନାହିଁ ? ଏହା କଣ ସମ୍ଭବ ? ଆଚ୍ଛା ଲୁଚି କି କରିବେ, ଲୁଚିଛପି କରିବେ । କରିବେ, ନା କରିବେ ନାହିଁ ?
ନିଜ ପିଲାଦିନ ହଜାଇ ଦେବ କି ତୁମେମାନେ ? ଆରେ ପିଲାଦିନ ତ ରହିବ ଦରକାର । ତୁମମାନଙ୍କ ପିଲାଦିନ ହଜି ଯାଇଛି । ଯାହାର ମନ ହେଉନି ମା-ବାପାଙ୍କୁ ଯାଇ କହିବି, ଏଇଟା କହିବି, ସେମାନଙ୍କୁ ଏଇୟା ଶୁଣାଇବି, ତାହେଲେ ତ ସେମାନେ ନିଜ ପିଲାଦିନ ହଜାଇ ଦେଇଛନ୍ତି । ତାହେଲେ ତୁମ ବାପା-ମା ତୁମକୁ ଏକା ଛାଡ଼ନ୍ତି ନାହିଁ, ପଛେ ପଛେ ରହିଥାନ୍ତି ନା ? ସେମାନଙ୍କର ବିଶ୍ୱାସ ହେଉନାହିଁ, ଛୋଟ ପିଲା କଣ କରିବେ, ଏପରି ଲାଗୁଛି ନା? ଆସନ୍ତା ଥର ସେମାନଙ୍କୁ କହିବ ମତେ ଏକୁଟିଆ କୁଆଡ଼େ ଯିବାକୁ ଦିଅ ?
ଦେଖନ୍ତୁ, କିଛି ସମୟ ପୂର୍ବରୁ ତୁମମାନଙ୍କ ସହ ଯେତେବେଳେ ପରିଚୟ ହେଉଥିଲା, ମୁଁ ସେତେବେଳେ ସତରେ ଆଶ୍ଚର୍ଯ୍ୟ ହୋଇଥିଲି । ଏତେ କମ୍ ବୟସରେ ଯେଭଳି ଭାବରେ ତୁମେମାନେ ସମସ୍ତେ ଅଲଗା ଅଲଗା କ୍ଷେତ୍ରରେ କିଛି କିଛି କରି ଦେଖାଇଛ, କେହି ଉଦ୍ୟମ କରିଛନ୍ତି, କେହି କାମ କରିଛନ୍ତି ତୁମେମାନେ ଏହାର ସମାଧାନ କଲ । କିନ୍ତୁ ଆଜି ପରେ ତୁମମାନଙ୍କୁ ଆହୁରି କିଛି କରିବାକୁ ମନ ହେବ । ଆହୁରି ଅଧିକ ଭଲ କରିବାକୁ ମନ ହେବ ।
ଆଉ ମୁଁ ଭାବେ ଯେ, ଏସବୁ ପୁରସ୍କାର ଶେଷ ଲକ୍ଷ୍ୟ ନୁହେଁ । ଏସବୁ ଏକ ପ୍ରକାର ପ୍ରାରମ୍ଭିକ । ଯେତେବେଳେ କେହି ପ୍ରସଂଶା କରନ୍ତି, ଭଲ ଲାଗେ । ଏକପ୍ରକାର ଏହା ଜୀବନର ଆରମ୍ଭ । ଆଉ ତୁମେମାନେ ବିପରୀତ ପରିସ୍ଥିତିର ସମ୍ମୁଖୀନ ହେବାର ସାହସ ଦେଖାଇଛନ୍ତି । ତୁମମାନଙ୍କ ମଧ୍ୟରେ କିଛି ବୀର ବାଳକ ଅଛନ୍ତି, ଆଉ କିଛି ଏପରି ଅଛନ୍ତି ଯେଉଁମାନେ ଗୁରୁତର ରୋଗରୁ ଲୋକଙ୍କୁ ମୁକ୍ତ କରିବା ପାଇଁ, ସରଳ ଜୀବନଯାପନ ପାଇଁ କିଛି ନୂଆ ନୂଆ ଉଦ୍ଭାବନ କରିଛନ୍ତି । କିଏ ଆର୍ଟ ଆଣ୍ଡ କଲଚର, କେହି ସ୍ପୋର୍ଟସ, ତ ଆଉ କିଏ ଶିକ୍ଷା ସାହିତ୍ୟରେ, କେହି ସମାଜସେବାରେ ଆଦି ବିବିଧ କାମରେ ତୁମମାନଙ୍କ ଯୋଗଦାନ ରହିଛି।
ତୁମେ ନିଜ ସମାଜ ପ୍ରତି, ରାଷ୍ଟ୍ର ପ୍ରତି ନିଜ କର୍ତ୍ତବ୍ୟ… ତୁମେମାନେ ଦେଖିଥିବ ମୁଁ ଲାଲକିଲ୍ଲାରୁ ଗୋଟିଏ କଥା କହିଥିଲି, କାହାର ମନେ ଅଛି.. ଲାଲକିଲ୍ଲାରୁ କିଛି କହିଥିଲି? ମନେ ଅଛି? ବହୁତ କିଛି କହିଥିଲି, କିଛି ବି କହିବ ତ ସତ ବାହାରିବ । ଗୋଟିଏ କଥା ମୁଁ କହିଥିଲା- କର୍ତ୍ତବ୍ୟ ଉପରେ ଗୁରୁତ୍ୱ । ଆମେ ଭିତରୁ ଅନେକ ଅଧିକାର ଉପରେ ଜୋର୍ ଦିଅନ୍ତି । ଏବେ ଦେଶ ସ୍ୱାଧୀନ ହେବାର 75 ବର୍ଷ ହେବାକୁ ଯାଉଛି, ତାହେଲେ କେତେଦିନ ପର୍ଯ୍ୟନ୍ତ ଅଧିକାର ଉପରେ ଜୋର ଦେଇ ଚାଲିଥିବା? ଏବେ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେବା ଉଚିତ କି ନୁହେଁ ? କର୍ତ୍ତବ୍ୟକୁ ପ୍ରାଥମିକତା ଦେବା ନା ଅଧିକାରକୁ ପ୍ରାଥମିକତା? ପକ୍କା, ସମସ୍ତେ ରାଜି ତ, ଚାଲନ୍ତୁ ଆମେମାନେ ଆଜି ଏକ ଆଇନ ପାସ କରିଦେଲୁ ।
ଦେଖ, ତୁମେ ନିଜ ସମାଜ ପ୍ରତି, ରାଷ୍ଟ୍ର ପ୍ରତି ନିଜ କର୍ତ୍ତବ୍ୟ ଦ୍ୱାରା ଓ ସେଥିପାଇଁ ଯେଉଁ ପ୍ରକାର ସଚେତନତା ଦରକାର, ଏହା କେବଳ ତୁମ ପିତା-ମାତାଙ୍କୁ ନୁହେଁ, ତୁମ ପରିବାର ଲୋକଙ୍କ ପାଇଁ, ଯେଉଁମାନେ ତୁମ ବିଷୟରେ ଜାଣିବେ ଗର୍ବିତ ହେବେ, ସେମାନେ ନିଶ୍ଚିତ ଗର୍ବ ଅନୁଭବ କରିବେ।
ଦେଖନ୍ତୁ, ମୁଁ ଗୋଟିଏ କାମ କରିବି, ତୁମମାନଙ୍କ ଫଟୋ ସହିତ ତୁମ ଷ୍ଟୋରି ଯାହା ରହିଛି, ତାକୁ ମୁଁ ସୋସିଆଲ ମିଡିଆରେ ଶେୟାର କରିବି । ପ୍ରତ୍ୟେକଙ୍କୁ, କେମିତି ତୁମେ କରିଛ, କେଉଁଠୁ ଆସିଛ, ଅନୁଭବ କଣ ରହିଲା ମୁଁ ଲେଖିବି ସେଥିରେ । ହେଲେ ଯଦି କିଛି ଭୁଲ ହୋଇଯାଏ ତୁମେମାନେ ଅସନ୍ତୁଷ୍ଟ ହେବ ନାହିଁ, କାହିଁକି ନା ବେଳେବେଳେ ସୂଚନା ଭୁଲ ହୋଇ ଯାଇଥାଏ ।
ଦେଖ ବନ୍ଧୁମାନେ, କହିବାକୁ ଗଲେ ତୁମେମାନେ ତ ବହୁତ କମ ବୟସର, କିନ୍ତୁ ତୁମେମାନେ ଜାଣିଛ ତୁମେ ଯେଉଁ କାମ କରିଛ, ଏହାକୁ କରିବା କଥା ଛାଡ଼, ଭାବିଲା ବେଳକୁ ବଡ଼ ବଡ଼ ଲୋକଙ୍କ ଝାଳ ବାହାରେ । ତୁମମାନଙ୍କ ମଧ୍ୟରୁ ଯେଉଁମାନେ ଉଦ୍ଭାବନ କରିଛନ୍ତି, ଯେତେବେଳେ ନିଜ ଶିକ୍ଷକଙ୍କୁ କହିଥିବେ ସେତେବେଳେ ଶିକ୍ଷକ କହିଥିବେ ମତେ ବ୍ୟସ୍ତ କରନି, ତୁମେ ଯାଅ । ସେମାନେ ବିବ୍ରତ ହୁଅନ୍ତି, ଶିକ୍ଷକ ମଧ୍ୟ ରାଗୀ ଯାଉଥିବେ । ଏହି ପିଲାଟି ଏତେ ପ୍ରତିଭାବାନ, ମୋ ଭାଗ୍ୟରେ କେମିତି ପଡ଼ିଲା, ଇଏ ମତେ ପଢ଼ାଉଛି । ଏମିତି ହୁଏ ନା? ଦେଖ, ଗୋଟିଏ କଥା କହୁଛି ତୁମମାନଙ୍କୁ । ତୁମେମାନେ ନିଜର ସବୁ ସାଥୀଙ୍କୁ ଓ ଶିକ୍ଷକମାନଙ୍କୁ ନିଶ୍ଚୟ କହିବ । ମୁଁ ଆପଣ ସମସ୍ତ ଯୁବ ସାଥୀମାନଙ୍କ ଏପରି ସାହସିକ କାମ ସମ୍ପର୍କରେ ଯେତେବେଳେ ବି ଶୁଣେ, ତୁମମାନଙ୍କ ସହ କଥାବାର୍ତ୍ତା ହୁଏ, ମୋତେ ପ୍ରେରଣା ମିଳେ, ତୁମମାନଙ୍କ ଠାରୁ ମଧ୍ୟ କିଛି ଶିଖୁଛି । ଏବେ ଜଣେ ପିଲା ମତେ ପଚାରିଲା କି ଆପଣ ଏକା କାମ କରୁଛନ୍ତି, ମାଙ୍କ କଥା ମନେ ପଡୁନି; ମନେ ପଡ଼ିଲେ ସବୁ କ୍ଲାନ୍ତି ଦୂର ହୋଇଯାଏ ।
ବନ୍ଧୁଗଣ, ତୁମ ଭଳି ପିଲାମାନଙ୍କ ଭିତରେ ଛପି ରହିଥିବା ଏହି ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ରାଷ୍ଟ୍ରୀୟ ପୁରସ୍କାରଗୁଡ଼ିକର ସୀମା ବଢ଼ା ଯାଇଛି । ଆଉ କେବଳ ତୁମମାନଙ୍କୁ ପୁରସ୍କାର ମିଳୁଛି, ଏପରି ନୁହେଁ, ଏହି ଅବସର ଯୋଗୁଁ ସାରା ଦେଶର ପିଲାମାନଙ୍କ ଏସବୁ ପ୍ରତି ଧ୍ୟାନ ଆକର୍ଷିତ ହେଉଛି । ତୁମେ ସେମାନଙ୍କ ପାଇଁ ଏକପ୍ରକାର ହିରୋ ପାଲଟି ଯାଇଛ, ତୁମେମାନେ ସେମାନଙ୍କ ପ୍ରେରଣା ପାଲଟି ଯାଇଛ । ଜମ୍ମୁ-କଶ୍ମୀରରେ ଥିବା ପିଲା, ଲଦାଖରେ ଥିବା ପିଲା, ନାଗାଲାଣ୍ଡର ପିଲା, ସେ କେରଳର କୌଣସି ପିଲାର କଥା ଶୁଣିବ ତ ତାକୁ ଲାଗିବ ଆଚ୍ଛା ! ଆମ ଦେଶର ପିଲାମାନେ ଏପରି କରି ପାରୁଛନ୍ତି ? ଏହା ନିଜେ – କେତେ ଗୁଣ ପ୍ରଭାବ ସୃଷ୍ଟି କରୁଛି, ଏହାର ତରଙ୍ଗ ସୃଷ୍ଟି ହେଉଛି । ଢେଉ ଲଗାତର ଅନ୍ୟମାନଙ୍କୁ ପ୍ରଭାବିତ କରି ଚାଲିଥାନ୍ତି ଓ ଏଥିପାଇଁ ଏସବୁ ପ୍ରତି, ଏହି ଘଟଣାଗୁଡ଼ିକୁ କେବେ କମ୍ ଭାବିବା ଉଚିତ ନୁହେଁ, ସେଗୁଡ଼ିକର ନିଜସ୍ୱ ମହତ୍ୱ ରହିଛି । ତେବେ ବେଳେ ବେଳେ କଣ ହୁଏ ନା, ଯେତେବେଳେ ପରିଚିତି ମିଳିଯାଏ, ଖବରକାଗଜରେ ଫଟୋ ଛପାହୁଏ, ସେତେବେଳେ ଆମେମାନେ ଭୂମିରୁ ଦୁଇ ତିନି ଫୁଟ ଉପରେ ଚାଲୁ, ଆମ ପାଦ ଆଉ ମାଟିରେ ଲାଗେ ନାହିଁ, ଏପରି ହୋଇଯାଏ ନା ? ସେପଟେ ଘରେ ବି- ଦେଖ ମତେ କୌଣସି କାମ କରିବାକୁ କୁହନ୍ତୁ ନାହିଁ, ମୁଁ ଜାତୀୟ ପୁରସ୍କାର ନେଇକି ଆସିଛି, ଏପରି ହୁଏ ନା ? ତାହେଲେ ଆପଣମାନେ କଣ ଏମିତି କରିବେ ? ପାଦ ଭୂମିରେ ରଖିବେ ?
ଅଧିକାଂଶ ଲୋକଙ୍କ ଜୀବନରେ ଦୁଇଟି ପର୍ଯ୍ୟାୟ ଆସେ- ଗୋଟିଏ ସରଳତାର ସହ ଭଲ କରି ଚାଲିଥିବା ଓ ଯଦି କେଉଁଠି ପ୍ରଶଂସା ମିଳେ, ତାହେଲେ ଅଜାଣତରେ ସେ ଗର୍ବରେ ଫୁଲି ଉଠେ ଓ ସେବେଠାରୁ ସେଇ ମନୋଭାବରେ ରହେ ଆଗକୁ କିଛି ନୂଆ କରିପାରେ ନାହିଁ । ତାକୁ ଲାଗେ ବାସ ହୋଇଗଲା, ଫଟୋ ଛପି ଗଲା, ଦିଲ୍ଲୀ ବୁଲି ଆସିଲି, ରାଷ୍ଟ୍ରପତି ଭବନ ବୁଲି ଆସିଲି, ଆଉ କଣ ଅଛି । ଜୀବନରେ ସବୁ ହୋଇଗଲା । ଜୀବନ ଏତେ ଛୋଟ ନୁହେଁ ।
ଦ୍ୱିତୀୟତଃ କିଛି ଲୋକ ଥାନ୍ତି ଯେଉଁମାନେ କିଛି କରନ୍ତି, କେଉଁଠି ପ୍ରଶଂସା ମିଳେ, ତାହେଲେ ସେମାନେ ତାକୁ ପ୍ରେରଣା ବନାଇ ଦିଅନ୍ତି ସେଥିରୁ ପୁରୁଷାର୍ଥର ରାସ୍ତା ଖୋଜନ୍ତି ଓ ନୂଆ ନୂଆ ଉପଲବ୍ଧି ହାସଲ କରିବା ପାଇଁ ଅପେକ୍ଷା କରନ୍ତି ନାହିଁ, ଥକନ୍ତି ନାହିଁ । ମୁଁ ଚାହୁଁଛି କି ଆପଣ କେବେ ବି ନିଜ ଜୀବନରେ ସେହି ଦ୍ୱିତୀୟ ପ୍ରକାର ଅଭ୍ୟାସଗୁଡ଼ିକୁ ପ୍ରବେଶ କରାଇ ଦେବେ ନାହିଁ । ଏବେ ଯାହା ହେଲା ତାହା କିଛି ନୁହେଁ, ଏମିତି ଭାବି ଆଗେଇ ଯାଆନ୍ତୁ । ଠିକ ଅଛି, ଏବେ ତ ମତେ ବହୁତ କିଛି କରିବାର ଅଛି, ଦେଶକୁ ବହୁତ କିଛି ଦେବାର ଅଛି, ନିଜକୁ ପ୍ରସ୍ତୁତ କରିବାର ଅଛି । ମନରେ ଏପରି ଦୃଢ଼ ଧାରଣା ନେଇ ଚାଲିଲେ ତୁମେ ଦେଖିବ ତୁମମାନଙ୍କୁ ଏହି ଉପାୟରେ ବେଶ ଆନନ୍ଦ ମିଳିବ, କିଛି ନୂଆ ଶିଖିବାକୁ ମିଳିବ । ତାହେଲେ କୁହ ପ୍ରଥମ ରାସ୍ତାରେ ଯିବେ କି ଦ୍ୱିତୀୟରେ ? ନିଜ ହାତ ଉପରକୁ ଉଠାନ୍ତୁ, କେତେ ଜଣ ଅଛନ୍ତି ଯେଉଁମାନେ ପ୍ରଥମ ରାସ୍ତାରେ ଯିବେ ? ଆଛା କୁହନ୍ତୁ, ଯିଏ ଦ୍ୱିତୀୟ ରାସ୍ତାରେ ଯିବେ ସେମାନେ କିଏ ? ଏହାର ଅର୍ଥ ଆପଣ ମୋ କଥା ବୁଝିପାରିଲେ ନାହିଁ ? ମୁଁ ଏହା କହୁଛି ଯେ, ଗୋଟିଏ ରାସ୍ତା ପ୍ରଥମ ରାସ୍ତା ଯାହାକୁ ଆପଣ ଶେଷ ବୋଲି ଗ୍ରହଣ କରନ୍ତି ନାହିଁ, ଆପଣ ଏହାକୁ ଆରମ୍ଭ ବୋଲି ଭାବନ୍ତି । ଆପଣଙ୍କ ପାଦ ଭୂମିରୁ ଉତ୍ପାଟିତ ହୋଇ ଯାଏନାହିଁ, ଆପଣ ପବନରେ ଉଡିବାକୁ ଲାଗନ୍ତି ନାହିଁ ଓ ଆଉ କିଛି ଅଧିକ କରିବାର ସଂକଳ୍ପ ନିଅନ୍ତି, ଏହା ପ୍ରଥମ ରାସ୍ତା । ଦ୍ୱିତୀୟଟି ହେଲା- ବହୁତ ହୋଇଗଲାଣି, ଏବେ ଫଟୋ ଛପି ଗଲାଣି, ଟିଭିରେ ଆସିଗଲୁଣି, ଏବେ ଆଉ କଣ କରିବା, ଶୋଇଯିବା । ତାହେଲେ କୁହନ୍ତୁ କି ପ୍ରଥମ ରାସ୍ତା ନାଁ ଦ୍ୱିତୀୟ ? ନିଶ୍ଚିତ ତ, ଦେଖନ୍ତୁ ପ୍ରଥମେ ଭୁଲ କରିଥିଲେ ନା ?
ଆଚ୍ଛା, ମୁଁ ତୁମମାନଙ୍କୁ କିଛି ପ୍ରଶ୍ନ ପଚାରୁଛି । ତୁମମାନଙ୍କ ମଧ୍ୟରେ କେତେ ଲୋକ ଅଛନ୍ତି ଯାହାର ଦିନରେ ଚାରି ଥର ଝାଳ ବାହାରେ, ବହୁତ ଝାଳ ବାହାରେ, ସାରା ଦେହ ଝାଳୁଆ ହୋଇଯାଏ, ଯେକୌଣସି ଋତୁ ହେଉ, ଥଣ୍ଡା ହେଉ କି ଗରମ ଦିନ । ଯାହାର ଦିନରେ ଚାରିଥର ବହୁତ ଝାଳ ବାହାରେ, କେମିତି ବାହାରେ । ଖରାରେ ଠିଆ ହୁଅନ୍ତି ? ପ୍ରାତଃ ବ୍ୟାୟାମ ? ଆଉ କେହି ? ଦେଖନ୍ତୁ ଜଣେ ବି ବାଳକ ଏପରି ହେବା ଉଚିତ ନୁହେଁ, ନିଜ ବନ୍ଧୁମାନଙ୍କୁ ମଧ୍ୟ କୁହ କି ଯାହାର ଦିନକୁ ଚାରି ଥର ଝାଳ ନବୋହୁଛି, ଏପରି ଜଣେ ବାଳକ ରହିବା ଉଚିତ ନୁହେଁ । ମୋତେ ଥରେ କେହି ଜଣେ ବହୁତ ବର୍ଷ ତଳେ ପଚାରିଥିଲେ ଆପଣଙ୍କ ଚେହେରାରେ ଏତେ ତେଜ କାହିଁକି, ମୁଁ ଖୁବ ସହଜ ଉତ୍ତର ଦେଇଥିଲି- ମୁଁ କହିଥିଲି ମୋ ଶରୀରରୁ ବହୁତ ଝାଳ ବାହାରେ, ପରିଶ୍ରମ କରେ ଓ ମୁଁ ସେଇ ଝାଳରେ ମାଲିସ କରେ, ସେଥିପାଇଁ ତ୍ୱଚାରେ ଚମକ ଆସେ । ଆଚ୍ଛା ଆପଣଙ୍କ ମଧ୍ୟରୁ କେତେ ଜଣ ଠିଆ ହୋଇ ପାଣି ପିଅନ୍ତି, ବସିକି ପିଅନ୍ତି ନାହିଁ ? ଏପରି କେତେ ଜଣ ଅଛନ୍ତି ? ଦେଖନ୍ତୁ, ପାଣି ପିଇବା ବେଳେ ବସି କରି ପିଅନ୍ତୁ । ଛୋଟ କଥାଟିଏ ହେଲେ ଆପଣଙ୍କୁ ଏହାର ଶାସ୍ତ୍ର କେହି ବୁଝାଇ ଦେବ, ମୁଁ ସେ ଚାଲରେ ପଡେ ନାହିଁ । କରିବାକୁ ଆମେ ?
ଆଚ୍ଛା ଆପଣଙ୍କ ମଧ୍ୟରୁ କେତେ ଜଣ ପାଣିକୁ ଔଷଧ ଭଳି ପିଅନ୍ତି ? କିଛି ଲୋକ ଅଛନ୍ତି ଯେଉଁମାନେ ପାଣିକୁ ଜୁସ ଭଳି ପିଉଥିବେ, ପାଣି ପିଇବାର ଆନନ୍ଦ ନେଉଥିବେ । କିଛି ଲୋକ ଥିବେ ଔଷଧ ଭଳି.. ଆପଣଙ୍କ ମଧ୍ୟରୁ କେତେ ଜଣ ପାଣି ପିଇବାର ମଜା ନିଅନ୍ତି, ପାଣିକୁ ଟେଷ୍ଟ କରନ୍ତି ? ଉପଭୋଗ କରନ୍ତି ? ଆପଣ ଚେଷ୍ଟା କରନ୍ତୁ ପାଣିର ଟେଷ୍ଟ ଥାଏ, ତାହା ଶରୀରର ଅନେକ ଉପକାର କରେ, ଆପଣ ତାକୁ ଉପଭୋଗ କରନ୍ତୁ ? ଔଷଧ ଭଳି ପାଣି ପିଅନ୍ତୁ ନାହିଁ । ପିଇବେ ? ଆପଣ କହିବେ, ଏହାର ଲାଭ କଣ, ମା ତ କୁହନ୍ତି ପାଠପଢ଼, ମୁଁ ପାଞ୍ଚ ମିନିଟ ଯାଏଁ ପାଣି ପିଉଛି, ତାହେରେ ଝଗଡ଼ା ହେଇଯିବ ନା । କେବେ କେବେ ମା କ୍ଷୀର ନେଇ ଆସନ୍ତି, ମାଙ୍କ କାମ ଥାଏ, ଟିଭି ସିରିୟର ଚାଲୁଥାଏ ତ ମା କହନ୍ତି, ଚାଲ ଜଲଦି କ୍ଷୀର ପିଇଦେ ଓ ଆପଣ ସେଇ କ୍ଷୀରକୁ ଔଷଧ ଭଳି ପିଇ ଦିଅନ୍ତି, କାହିଁକି ନା ମାଙ୍କୁ ସିରିୟଲ ଦେଖିବାକୁ ଅଛି । ଏପରି ହୁଏ ନା ? କେଉଁ ସିରିୟଲ- ଶାଶ ଭି କଭି ବହୂ ଥୀ ?
ଛୋଟ ଛୋଟ କଥା ଘଟିଥାଏ, ମୁଁ ପିଲାଦିନେ ଶରୀରରେ ଯେଉଁ ଅଭ୍ୟାସ କରିଥିବି ତାହା ସାରା ଜୀବନ ମୋ କାମରେ ଆସିବ ଓ ମନରେ ତାହା ଫିଟ୍ ହୋଇଯିବ । ଆପଣମାନେ ଜାଣିଥିବେ ଦେଶରେ ଗୋଟିଏ ଅଭିଯାନ ଚାଲୁଛି, ଫିଟ୍ ଇଣ୍ଡିଆ, ଜାଣିଛନ୍ତି ? କେତେଜଣ ଜାଣିଛନ୍ତି ? ତାହେଲେ କେଉଁ ଦର୍ଜୀ ପାଖକୁ ଯାଆନ୍ତି, କେଉଁ ଦର୍ଜୀ ପାଖକୁ ଯାଅ ? କିଏ ଫିଟ ଇଣ୍ଡିଆ ପାଇଁ ଦର୍ଜୀ ପାଖକୁ ଯାଆନ୍ତି, ତାହେଲେ ଫିଟ ଇଣ୍ଡିଆରେ କଣ କରନ୍ତି କେହି କହିପାରିବେ ? ନାଁ, କଣ କରନ୍ତି? ଖାଲି ବ୍ୟାୟାମ କହିଲେ ହେବ ନାହିଁ, କିଏ କହିବ ମୁଁ ସୂର୍ଯ୍ୟ ନମସ୍କାର କରୁଛି, କିଏ କୁହେ ମୁଁ ସାଇକେଲିଂ କରେ, କିଏ କହେ ମୁଁ ସ୍ୱିମିଂ କରେ.. କଣ କରନ୍ତି ? ଆଚ୍ଛା ଆପଣଙ୍କ ମଧ୍ୟରୁ କେତେଜଣ ଚଟାପଟ ଗଛ ଉପରେ ଚଢ଼ି ପାରିବେ, ପୁଣି ଓହ୍ଲାଇ ପାରିବେ ? ଘର ଲୋକଙ୍କୁ ପାଟି କରିବାକୁ ପଡେ, ଆରେ ତଳକୁ ଓହ୍ଲା, ତଳକୁ ଓହ୍ଲା- ଏପରି କେତେ ଜଣ ଅଛନ୍ତି ?
ଦେଖନ୍ତୁ ସାହସ- ଏହା ଆମର ସ୍ୱଭାବ ହେବା ଦରକାର । ଏଠି ଗୋଡ଼ ରଖିବି ତ ପଡ଼ିଯିବି, ତାହେଲେ ଏହା କରିବି ତ- ଜୀବନ ଏପରି ଜୀଅନ୍ତି ନାହିଁ । ସାହସ ବିନା ଜୀବନ ସମ୍ଭବ ନୁହେଁ । ଆପଣ ଛୋଟ ଛୋଟ କଥାରେ ସାହସର ଅଭ୍ୟାସ କରିବେ ତ ଭବିଷ୍ୟତରେ ଏହା ବହୁତ କାମରେ ଆସିବ । ଆଉ ଆପଣମାନେ ଯେତେବେଳେ କରିବେ ବାକି 50 ଜଣ ଦେଖିବେ- ଆରେ ଦେଖ, ଇଏ ବି କରିପାରେ । ଏତେ ପୁରସ୍କାର ଆଣି ଆସିଛି, ତଥାପି ଏତେ ପରିଶ୍ରମ କରୁଛି । ଏତେ ମାନ-ସମ୍ମାନ ପାଇ ଆସିଛି, ହେଲେ ଦେଖ ସେ କାମ କରୁଛି । ତାହେଲେ କଣ ହେବ- ଅନେକଙ୍କୁ ପ୍ରେରଣା ମିଳିବ । କରିବେ? ନିଶ୍ଚିତ କରିବେ ? ତାହେଲେ 26 ଜାନୁଆରୀର ପ୍ରସ୍ତୁତି ? ଶିଖାଇ ଦିଆ ଯାଇଥିବ ଏପରି କର ? ଡାହାଣ ହାତରେ କରିବେ କି ବାମ ହାତରେ ? ଏହା କହି ନାହାନ୍ତି । ଯେଉଁ ପଟେ ଲୋକ ଥିବେ, ସେ ପଟକୁ କରିବାର ଅଛି । ଆରେ ଆମେ ରହିବୁ ତ ପାଞ୍ଚ କି ଦଶ ମିଟର ଯାଏ, ବାକି ତ ବହୁତ ଭିଡ଼ ଥିବ ।
ଠିକ ଅଛି, ମତେ ବହୁତ ଭଲ ଲାଗିଲା ଆପଣମାନେ ଉପଭୋଗ କରନ୍ତୁ ଓ ଦିଲ୍ଲୀରେ ବହୁତ କିଛି ଦେଖନ୍ତୁ । ଅଲଗା ଅଲଗା ଜାଗାକୁ ଯାଆନ୍ତୁ । ଲାଲକିଲ୍ଲାରେ ଆପଣ ଜାଣିପାରିବେ, ନେତାଜୀ ସୁଭାଷ ବାବୁଙ୍କୁ ନେଇ, କ୍ରାନ୍ତିକାରୀଙ୍କୁ ନେଇ ବହୁତ ସୁନ୍ଦର ମ୍ୟୁଜିୟମ ହୋଇଛି । ଦେଖିବେ ଆପଣମାନେ ? ଦେଖିକି ଆସିଲେଣି, ନେଇକି ଯିବେ ? ଆଚ୍ଛା ୱାର ମେମୋରିଆଲ ଦେଖିଲେଣି ? ଆଚ୍ଛା ଦେଖି ନାହାନ୍ତି । ଦେଖନ୍ତୁ, ୱାର ମେମୋରିଆଲ ମଧ୍ୟ ଦେଖିବା ଦରକାର । ଆଉ ନିଜ ରାଜ୍ୟର ଯେଉଁମାନେ ଶହୀଦ ହୋଇଛନ୍ତି ସେମାନଙ୍କ ନାମ ପଢ଼ି, ଲେଖି ନେଇଯିବେ ନିଜ ଘରକୁ । ଯଦି ମୋବାଇଲ ଫୋନ ଅଛି ତାହାଲେ ଫଟୋ ଉଠାଇ ନେଇଯିବେ । ଦେଖନ୍ତୁ, କର୍ଣ୍ଣାଟକର ଏହି ବୀର ଶହୀଦଙ୍କ ନାଁ, ତାଙ୍କର ଫଟୋ ନେଇ ଯିବା ଉଚିତ । କାହାକୁ ଦେଖାଇବେ- ଦେଖନ୍ତୁ ଆମ କର୍ଣ୍ଣାଟକର ବୀର ଶହୀଦଙ୍କ ନାଁ ସେଠାକାର ୱାର ମେମୋରିଆଲରେ ଅଛି । ସମସ୍ତଙ୍କୁ ନିଜ ନିଜ ରାଜ୍ୟର ଶହୀଦଙ୍କୁ ଖୋଜିବା ଉଚିତ । ଖାଲି ଏମିତି ଦେଖିକି ଆସିଲେ ହେବ ନାହିଁ ଯେଉଁମାନଙ୍କ ନାମ ଲେଖା ଯାଇଛି ସେମାନଙ୍କୁ ନେଇ ଗର୍ବିତ ହେବା ଉଚିତ । ଏଠାରେ ଏକ ପୁଲିସ ମେମୋରିଆଲ ମଧ୍ୟ ହୋଇଛି, ଦେଖିବାକୁ ଯିବ ? ଆପଣ ଜାଣିଛନ୍ତି ଆମ ଦେଶରେ 33 ହଜାରରୁ ଅଧିକ ପୁଲିସ, କେବେ କେବେ ଲୋକ ପୁଲିସକୁ ଘୃଣା କରନ୍ତି ? ପୁଲିସବାଲା କୁହନ୍ତି, ଚାଲ ଏପଟେ ଚାଲ, ସାଇକେଲ ସେଠି ରଖନାହିଁ, ବହୁତ ରାଗ ଲାଗେ ନା ? 33 ହଜାର ପୁଲିସ ଦେଶର ନାଗରିକଙ୍କ ରକ୍ଷା ପାଇଁ ଶହୀଦ ହୋଇଛନ୍ତି, ସ୍ୱାଧୀନତା ପରେ ଏହି ସଂଖ୍ୟା ଆହୁରି ବଢିଛି, 33 ହଜାର ପୁଲିସଙ୍କ ପ୍ରତି ସ୍ନେହ, ଗୌରବ ଭାବ ବଜାୟ ରହିବା ଉଚିତ, ଦେଖନ୍ତୁ ସମାଜ ଜୀବନରେ ଏକ ପରିବର୍ତ୍ତନ ଆରମ୍ଭ ହେବ । ପୁଲିସ ମେମେରିଆଲ ଦେଖିବେ ତ ଆପଣଙ୍କୁ ଲାଗିବ ଏତେ କାମ ହେଉଛି, ଏମାନେ ଏତେ କାମ କରିଛନ୍ତି । କରିବେ । ନିଶ୍ଚିତ କରିବେ ?
ଚାଲନ୍ତୁ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ବହୁତ ବହୁତ ଶୁଭେଚ୍ଛା ।
थोड़ी देर पहले आप सभी का परिचय जब हो रहा था, तो मैं सच में हैरान था। इतनी कम आयु में जिस प्रकार आप सभी ने अलग-अलग क्षेत्रों में जो प्रयास किए, जो काम किया है, वो अदभुत है: PM @narendramodi pic.twitter.com/L0PE4XYiGv
— PMO India (@PMOIndia) January 24, 2020
आप अपने समाज के प्रति, राष्ट्र के प्रति अपनी ड्यूटी के लिए जिस प्रकार से जागरूक हैं, ये देखकर गर्व होता है: PM @narendramodi pic.twitter.com/USU0Wo2Y5N
— PMO India (@PMOIndia) January 24, 2020
मैं आप सभी युवा साथियों के ऐसे साहसिक काम के बारे में जब भी सुनता हूं, आपसे बातचीत करता हूं, तो मुझे भी प्रेरणा मिलती है, ऊर्जा मिलती है: PM @narendramodi
— PMO India (@PMOIndia) January 24, 2020