ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଟେଲିଫୋନ୍ କଲ୍ କରିଥିଲେ।
ୟୁଏଇ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।
ଉଭୟ ନେତା ଶକ୍ତି, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ନିବେଶ ଏବଂ ସ୍ୱାସ୍ଥ୍ୟ ଭଳି କ୍ଷେତ୍ର ସମେତ ଭାରତ-ୟୁଏଇ ବ୍ୟାପକ ରଣନୈତିକ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ନୂତନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ।
ୟୁଏଇ ରାଷ୍ଟ୍ରପତି ଭାରତର ସଫଳ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ବ୍ରିକ୍ସ ଶିଖର ସମ୍ମିଳନୀରେ ୟୁଏଇର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦଙ୍କ ଅଂଶଗ୍ରହଣ ସହ ଭାରତର ଅଧ୍ୟକ୍ଷତାରେ ସାରଗର୍ଭିତ ଫଳାଫଳ ହାସଲ କରିବାରେ ୟୁଏଇର ସହଯୋଗ ଓ ଭାଗିଦାରିତା ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ପ୍ରକାଶ କରିଥିଲେ।
ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାବଳୀ ଉପରେ ମତାମତ ଆଦାନପ୍ରଦାନ କରିଥିଲେ । ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଦିଗରେ ନିରନ୍ତର ସହଯୋଗ ଓ ସମନ୍ୱୟ ବଜାୟ ରଖିବା ପାଇଁ ସେମାନେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ।
SR
Grateful to my brother, the President of UAE, HH Sheikh Mohamed bin Zayed Al Nahyan, for his call and birthday wishes.
— Narendra Modi (@narendramodi) September 18, 2026
We discussed measures to further deepen our bilateral Comprehensive Strategic Partnership and exchanged views on efforts to promote regional peace, security…