Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ବାଂଲାଦେଶ ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନାଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ, ଭାରତବାସୀଙ୍କ ତରଫରୁ ଏବଂ ନିଜ ତରଫରୁ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବାଂଲାଦେଶବାସୀଙ୍କୁ ପବିତ୍ର ରମଜାନ ମାସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । କୋଭିଡ-19 ମହାମାରୀ ପରେ ଦୁଇ ନେତା ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲେ ଏବଂ ସମ୍ପୃକ୍ତ ଦେଶରେ ଏହାର ପ୍ରଭାବକୁ ହ୍ରାସ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ସମ୍ପର୍କରେ ପରସ୍ପରକୁ ସୂଚନା ଦେଇଥିଲେ ।

ମାର୍ଚ୍ଚ 15ରେ ସାର୍କ ଦେଶର ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀର ଅଗ୍ରଗତି ନେଇ ଉଭୟ ନେତା ଖୁସି ବ୍ୟକ୍ତ କରିଥିଲେ। ସାର୍କ କୋଭିଡ-19 ଜରୁରୀକାଳୀନ ପାଣ୍ଠି ପାଇଁ 1.5 ମିଲିୟନ୍ ଆମେରିକୀୟ ଡଲାରର ଯୋଗଦାନ ଲାଗି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଧନ୍ୟବାଦ ଜଣାଇଥିଲେ ।

କୋଭିଡ-19ର ମୁକାବିଲା ତଥା ବାଂଲାଦେଶକୁ ସମସ୍ତ ପ୍ରକାରର ଔଷଧ ଏବଂ ଆନୁସାଙ୍ଗିକ ସହାୟତା ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ସଡକ, ରେଳ, ଆଭ୍ୟନ୍ତରୀଣ ଜଳପଥ ଏବଂ ଆକାଶ ପଥରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରହିଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ଇତିହାସ, ସଂସ୍କୃତି, ଭାଷା ଏବଂ ଭ୍ରାତୃ ସମ୍ପର୍କର ସହଭାଗୀ ବନ୍ଧନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିପାକ୍ଷିକ ସମ୍ପର୍କର ଉତ୍କୃଷ୍ଟ ସ୍ଥିତି ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । କୋଭିଡ-19ର ମୁକାବିଲା ତଥା ସ୍ୱାସ୍ଥ୍ୟ ଏବଂ ମହାମାରୀର ଅର୍ଥନୈତିକ ପ୍ରଭାବକୁ ହ୍ରାସ କରିବା ଦିଗରେ ବାଂଲାଦେଶକୁ ସାହାଯ୍ୟ କରିବାକୁ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ମୋଦୀ ସୁନିଶ୍ଚିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବାଂଲାଦେଶର ନାଗରିକଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।