Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ


ନୂତନ ବର୍ଷ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ରାଷ୍ଟ୍ରପତି ମାକ୍ରୋନଙ୍କୁ ପ୍ରଧାନମନ୍ତ୍ରୀ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହିତ ଭାରତବାସୀଙ୍କ ତରଫରୁ ଶୁଭକାମନା ଜଣାଇଥିଲେ ।

ରାଷ୍ଟ୍ରପତି ମାକ୍ରୋନଙ୍କ ସହିତ ବିଏରିଜ ଓ ସାଣ୍ଟିଲି ସମେତ ପୂର୍ବ ବୈଠକଗୁଡିକ ସମ୍ପର୍କରେ ସ୍ମରଣ କରିଥିଲେ । ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ଦିଗରେ ସେ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଦୁଇ ଦେଶର ବହୁମୂଖୀ ସମ୍ପର୍କରେ ହୋଇଥିବା ସ୍ଥିର ଅଗ୍ରଗତି ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଦ୍ଵିପାକ୍ଷିକ ସମ୍ପର୍କ ତଥା କ୍ଷେତ୍ରୀୟ ଓ ବିଶ୍ଵସ୍ତରୀୟ ପରିଦୃଶ୍ୟରେ ଆପୋସ ହିତ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ନେତା ମତ ଆଦାନ ପ୍ରଦାନ କରିଥିଲେ ।

ପ୍ରତିରକ୍ଷା, ବେସାମରିକ ଆଣବିକ ଶକ୍ତି ଏବଂ ସାମୁଦ୍ରିକ ସୁରକ୍ଷା କ୍ଷେତ୍ର ସମେତ ବିଭିନ୍ନ ଦିଗରେ ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାର ରଣନୈତିକ ସହଯୋଗ ବୃଦ୍ଧି କରିବା ଲାଗି ସେମାନେ ସହମତ ହୋଇଥିଲେ ।

 

**********