Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିଶ୍ଵର ସର୍ବପ୍ରଥମ ଫିଲିପ କୋଟଲର ପ୍ରେସିଡେନସିଆଲ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ବିଶ୍ଵର ସର୍ବପ୍ରଥମ ଫିଲିପ କୋଟଲର ପ୍ରେସିଡେନସିଆଲ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ବିଶ୍ଵର ସର୍ବପ୍ରଥମ ଫିଲିପ କୋଟଲର ପ୍ରେସିଡେନସିଆଲ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ବିଶ୍ଵର ସର୍ବପ୍ରଥମ ଫିଲିପ କୋଟଲର ପ୍ରେସିଡେନସିଆଲ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ


 

ନୂଆଦିଲ୍ଲୀର 7 ଲୋକ କଲ୍ୟାଣ ମାର୍ଗଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବପ୍ରଥମ ଫିଲିପ କୋଟଲର ପ୍ରେସିଡେନସିଆଲ ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ପୁରସ୍କାର ତିନୋଟି ଆଧାର ପିପୁଲ, ପ୍ରଫିଟ ଏବଂ ପ୍ଲାନେଟ ଉପରେ କେନ୍ଦ୍ରିତ । ଏହି ପୁରସ୍କାର ପ୍ରତ୍ୟେକ ବର୍ଷ କୌଣସି ଏକ ରାଷ୍ଟ୍ରର ନେତାଙ୍କୁ ପ୍ରଦାନ କରାଯାଇଥାଏ

ପ୍ରଶସ୍ତିପତ୍ରରେ କୁହାଯାଇଛି ଯେ;

ଦେଶକୁ ଉଚ୍ଚକୋଟୀର ନେତୃତ୍ୱ ପ୍ରଦାନ କରିବା ଲାଗି ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୟନ କରାଯାଇଛି । ଦେଶ ପାଇଁ ଅଦମ୍ୟ ଉତ୍ସାହ ସହିତ ତାଙ୍କର ନିଃସ୍ୱାର୍ଥପର ସେବା କାରଣରୁ ଦେଶ ଚମତ୍କାର ଆର୍ଥିକ, ସାମାଜିକ ଏବଂ ଶିଳ୍ପଭିତ୍ତିକ ବିକାଶ ହାସଲ କରିଛି ।

ପ୍ରଶସ୍ତିରେ କୁହାଯାଇଛି ଯେ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତର ପରିଚୟ ଏବେ ଉଦ୍ଭାବନ ଏବଂ ମୂଲ୍ୟ ବର୍ଦ୍ଧିତ ଉତ୍ପାଦନ କେନ୍ଦ୍ର (ମେକ ଇନ ଇଣ୍ଡିଆ) ସହିତ ସୂଚନା ପ୍ରଯୁକ୍ତି, ଏକାଉଣ୍ଟିଂ ଏବଂ ଅର୍ଥ ଭଳି ପେସାଦାର ସେବାର କେନ୍ଦ୍ର ରୂପେ ପ୍ରତିଷ୍ଠିତ ହୋଇଛି ।

ପ୍ରଶସ୍ତି ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ତାଙ୍କର ଦୂରଦର୍ଶୀ ନେତୃତ୍ୱ କାରଣରୁ ସାମାଜିକ ଲାଭ ଏବଂ ଆର୍ଥିକ ସମାବେଶନ ନିମନ୍ତେ ବିଶିଷ୍ଟ ପରିଚୟ ସଂଖ୍ୟା – ଆଧାର ସହିତ ଡିଜିଟାଲ ଇଣ୍ଡିଆ (ଡିଜିଟାଲ ଇଣ୍ଡିଆ) ବିପ୍ଳବ ଆଣିପାରିଛି । ଏହାଦ୍ୱାରା ଉଦ୍ୟମିତ, ବ୍ୟବସାୟିକ ସୁଗମତା ଏବଂ ଦେଶ ପାଇଁ ଏକବିଂଶ ଶତାବ୍ଦୀର ଢାଂଚାଗତ ବିକାଶରେ ସହାୟତା ମିଳିପାରିଛି ।

ଏଥିରେ ମେକ ଇନ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ସ୍ୱଚ୍ଛ ଭାରତ ଭଳି ପଦକ୍ଷେପର ଉଲ୍ଲେଖ କରାଯାଇଛି । ଯଦ୍ଦ୍ୱାରା ଭାରତ ସାରା ବିଶ୍ୱରେ ସବୁଠୁ ଆକର୍ଷଣୀୟ ଉତ୍ପାଦନ ଏବଂ ବ୍ୟବସାୟିକ କେନ୍ଦ୍ର ଭାବେ ଉଭା ହୋଇଛି ।

ପ୍ରଫେସର ଫିଲିପ କୋଟଲର ନର୍ଥ ୱେଷ୍ଟର୍ଣ୍ଣ ୟୁନିଭର୍ସିଟି, କେଲଗ ସ୍କୁଲ ଅଫ ମ୍ୟାନେଜମେଂଟରେ ମାର୍କେଟିଂର ବିଶ୍ୱ ପ୍ରସିଦ୍ଧ ପ୍ରଫେସର । ଅସୁସ୍ଥତା କାରଣରୁ ପ୍ରଫେସର କୋଟଲର ଆସିପାରିନଥିବା ବେଳେ ଆମେରିକାର ଜର୍ଜିଆରେ ଇମୋରୀ ବିଶ୍ୱବିଦ୍ୟାଳୟର ଡ. ଜଗଦୀଶ ସେଠଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁରସ୍କାର ହସ୍ତାନ୍ତର ଲାଗି ପଠାଇଥିଲେ ।

**********