Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବିହାରକୁ ୭୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

ବିହାରକୁ ୭୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋତିହାରୀରେ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପବିତ୍ର ଶ୍ରାବଣ ମାସରେ ବାବା ସୋମେଶ୍ୱର ନାଥଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ ବିହାରର ସମସ୍ତ ବାସିନ୍ଦାଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ ଲୋଡ଼ିଥିଲେ ଏବଂ ପ୍ରାର୍ଥନା କରିଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଚମ୍ପାରଣ ଭୂମି, ଏକ ଇତିହାସ ସୃଷ୍ଟି କରିଥିବା ଭୂମି। ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ଭୂମି ମହାତ୍ମା ଗାନ୍ଧୀଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଭୂମିରୁ ପ୍ରେରଣା ଏବେ ବିହାରର ନୂତନ ଭବିଷ୍ୟତ ଗଢ଼ିବ। ଏହି ବିକାଶ ପଦକ୍ଷେପ ପାଇଁ ସେ ଉପସ୍ଥିତ ସମସ୍ତ ଲୋକଙ୍କୁ ଏବଂ ବିହାରର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ଏକବିଂଶ ଶତାବ୍ଦୀ ଦ୍ରୁତ ବିଶ୍ୱ ପ୍ରଗତି ଦେଖୁଛି, ପୂର୍ବରୁ ପାଶ୍ଚାତ୍ୟ ଦେଶମାନଙ୍କର ଆଧିପତ୍ୟ ଥିବାବେଳେ ଏବେ ପ୍ରାଚ୍ୟ ଦେଶମାନଙ୍କ ଅଧିପତ୍ୟ ଆରମ୍ଭ ହୋଇଛି, ଯେଉଁମାନଙ୍କ ଭାଗିଦାରୀ ପ୍ରଭାବ ବି ବଢୁଛି ସେ ଉଲ୍ଲେଖ କରିଥିଲେ ଯେ ପ୍ରାଚ୍ୟ ଦେଶଗୁଡ଼ିକ ଏବେ ବିକାଶରେ ନୂତନ ଗତି ହାସଲ କରୁଛନ୍ତି। ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ପ୍ରାଚ୍ୟ ଦେଶଗୁଡ଼ିକ ବିଶ୍ୱ ସ୍ତରରେ ପ୍ରଗତି କରୁଛନ୍ତି, ସେହିପରି ଭାରତରେ ଏବେ ମଧ୍ୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଯୁଗ ଆସିଛି। ସେ ସରକାରଙ୍କ ସଂକଳ୍ପକୁ ପୁନଃଦୋହରାଇଥିଲେ ଯେ ଆଗାମୀ ସମୟରେ, ପୂର୍ବରେ ମୋତିହାରୀ ପଶ୍ଚିମରେ ମୁମ୍ବାଇ ପରି ସମାନ ଗୁରୁତ୍ୱ ହାସଲ କରିବ। ଶ୍ରୀ ମୋଦୀ ଗୁରୁଗ୍ରାମ ପରି ଗୟା, ପୁନେ ପରି ପାଟନା ଏବଂ ସୁରଟ ପରି ସନ୍ଥଳ ପରଗନାରେ ଶିଳ୍ପ ବିକାଶ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଜଳପାଇଗୁଡ଼ି ଏବଂ ଯାଜପୁରରେ ପର୍ଯ୍ୟଟନ ଜୟପୁର ପରି ନୂତନ ରେକର୍ଡ ସୃଷ୍ଟି କରିବ ଏବଂ ବୀରଭୂମିର ଲୋକମାନେ ବେଙ୍ଗାଲୁରୁର ଲୋକଙ୍କ ପରି ପ୍ରଗତି କରିବେ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ, “ପୂର୍ବ ଭାରତକୁ ଆଗକୁ ବଢ଼ିବା ପାଇଁ, ବିହାରକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ପଡିବ। ଆଜି ବିହାରରେ ଦ୍ରୁତ ପ୍ରଗତି ସମ୍ଭବ କାରଣ କେନ୍ଦ୍ର ଏବଂ ରାଜ୍ୟରେ ଉଭୟ ସରକାର ଅଛନ୍ତି ଯେଉଁମାନେ ବିହାରର ବିକାଶ ପାଇଁ ପ୍ରତିବଦ୍ଧ।ସେ ଏହାର ସମର୍ଥନରେ କେତେକ ତୁନଳାତ୍ମକ ତଥ୍ୟ ରଖିଥିଲେ : ପୂର୍ବବର୍ତ୍ତୀ ସରକାରଗୁଡ଼ିକର ୧୦ ବର୍ଷ ମଧ୍ୟରେ ଯେତେବେଳେ ସେମାନେ କେନ୍ଦ୍ରରେ କ୍ଷମତାରେ ଥିଲେ, ବିହାରକୁ କେବଳ ଲକ୍ଷ କୋଟି ଟଙ୍କା ମିଳିଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ ଏହା ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୁଦ୍ଧରେ ରାଜନୈତିକ ପ୍ରତିଶୋଧର ଏକ ପ୍ରକାର ଥିଲା। ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ ଯେ ୨୦୧୪ରେ କ୍ଷମତାକୁ ଆସିବା ପରେ, ତାଙ୍କ ସରକାର ବିହାର ବିରୁଦ୍ଧରେ ଏହି ପ୍ରତିଶୋଧର ରାଜନୀତିର ଅନ୍ତ ଘଟାଇଛି, ତାଙ୍କ ଶାସନ କାଳରେ ଗତ ୧୦ ବର୍ଷ ମଧ୍ୟରେ ବିହାରର ବିକାଶ ପାଇଁ ପ୍ରାୟ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏହା ପୂର୍ବ ସରକାରଙ୍କ ସମୟରେ ପ୍ରଦାନ କରାଯାଇଥିବା ପରିମାଣର ଚାରି ଗୁଣ , ଯାହାକି ଲୋକଙ୍କ କଲ୍ୟାଣ ବିକାଶମୂଳକ ପ୍ରକଳ୍ପ ପାଇଁ ବ୍ୟବହାର ହେଉଛି ବୋଲି ସେ କହିଥିଲେ।

 

ଦୁଇ ଦଶନ୍ଧି ପୂର୍ବେ ଥିବା ବିହାରର ହତାଶାକୁ ଆଜିର ପିଢ଼ି ହୃଦୟଙ୍ଗମ କରନ୍ତୁ ବୋଲି ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ ଯେ ପୂର୍ବ ସରକାରଙ୍କ ସମୟରେ ବିକାଶ ଅଟକି ଯାଇଥିଲା ଏବଂ ଗରିବଙ୍କ ପାଇଁ ଆବଣ୍ଟିତ ଟଙ୍କା ସେମାନଙ୍କ ପାଖରେ ପହଞ୍ଚିବା ପ୍ରାୟ ଅସମ୍ଭବ ଥିଲା। ତତ୍କାଳୀନ ନେତୃତ୍ୱକୁ ସମାଲୋଚନା କରି ସେ କହିଥିଲେ ଯେ ସେମାନଙ୍କର ଧ୍ୟାନ କେବଳ ଗରିବଙ୍କଠାରୁ ଟଙ୍କା ଲୁଟିବା ଉପରେ ଥିଲା। ସେ ବିହାରର ଲୋକଙ୍କ ଦୃଢ଼ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ଏବଂ ଏହାକୁ ଏପରି ଏକ ଭୂମି ଭାବରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଅସମ୍ଭବକୁ ସମ୍ଭବ କରାଯାଇପାରିବ। ପୂର୍ବ ସରକାରଙ୍କ ଶୃଙ୍ଖଳରୁ ବିହାରକୁ ମୁକ୍ତ କରିବା ଏବଂ ଗରିବ ଲୋକଙ୍କ ନିକଟରେ ସିଧାସଳଖ କଲ୍ୟାଣକାରୀ ଯୋଜନା ପହଞ୍ଚାଇବା ପାଇଁ ସେ ଲୋକଙ୍କ ପ୍ରଶଂସା କରିଥିଲେ। ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସାରା ଦେଶରେ କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି, ଯେଉଁଥିରୁ ପ୍ରାୟ ୬୦ ଲକ୍ଷ ଘର କେବଳ ବିହାରରେ ନିର୍ମିତ ହୋଇଛି। ଏହି ସଂଖ୍ୟା ନରୱେ, ନ୍ୟୁଜିଲ୍ୟାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶର ମୋଟ ଜନସଂଖ୍ୟାଠାରୁ ଅଧିକ। ଶ୍ରୀ ମୋଦୀ କହିଥିଲେ, “କେବଳ ମୋତିହାରୀ ଜିଲ୍ଲାରେ ପ୍ରାୟ ଲକ୍ଷ ପରିବାର ପକ୍କା ଘର ପାଇଛନ୍ତି ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଏହି ଅଞ୍ଚଳର ୧୨୦୦୦ ରୁ ଅଧିକ ପରିବାର ସେମାନଙ୍କର ନୂତନ ଘରର ଚାବି ପାଇଛନ୍ତି।ଏହା ସହିତ, ୪୦୦୦୦ ରୁ ଅଧିକ ଗରିବ ପରିବାର, ଯେଉଁମାନେ ଅଧିକାଂଶ ଦଳିତ, ମହାଦଳିତ ଏବଂ ପଛୁଆ ସମ୍ପ୍ରଦାୟର, ପକ୍କା ଘର ନିର୍ମାଣ ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଣ୍ଠି ପାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରଗୁଡ଼ିକର ଶାସନ କାଳରେ ଗରିବ ଲୋକଙ୍କ ପାଇଁ ଏପରି ଘର ପାଇବା କଳ୍ପନାତୀତ ଥିଲା। ସେ ସ୍ମରଣ କରିଥିଲେ ଯେ ତାଙ୍କ କାର୍ଯ୍ୟକାଳରେ ଲୋକମାନେ ଘରମାଲିକମାନେ ସେମାନଙ୍କୁ ଟାର୍ଗେଟ କରିବେ ବୋଲି ଭୟ କରି ସେମାନଙ୍କ ଘରକୁ ରଙ୍ଗ କରିବାକୁ ମଧ୍ୟ ଭୟ କରୁଥିଲେ। ସେ ଦୃଢ଼ତାର ସହିତ କହିଥିଲେ ଯେ ପୂର୍ବ ଶାସକ ଦଳର ନେତାମାନେ କେବେବି ଲୋକଙ୍କୁ ପକ୍କା ଘର ଯୋଗାଇ ପାରି ନଥିଲେ।

ବିହାରର ପ୍ରଗତି ପାଇଁ ଏହାର ମା ଏବଂ ଭଉଣୀମାନଙ୍କ ଶକ୍ତି ଏବଂ ଦୃଢ଼ ନିଷ୍ପତ୍ତିକୁ ଶ୍ରେୟ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ବିହାରର ମହିଳାମାନେ ତାଙ୍କ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପର ଗୁରୁତ୍ୱକୁ ସମ୍ପୂର୍ଣ୍ଣ ଭାବରେ ବୁଝନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ବହୁ ସଂଖ୍ୟକ ମହିଳାଙ୍କୁ ସେ ପ୍ରଶଂସା କରିଥିଲେ ଏବଂ ସେହି ଦିନଗୁଡ଼ିକୁ ମନେ ପକାଇଥିଲେ ଯେତେବେଳେ ସେମାନଙ୍କୁ ୧୦ ଟଙ୍କା ମଧ୍ୟ ଲୁଚାଇବାକୁ ପଡୁଥିଲା, ତାଙ୍କର ବ୍ୟାଙ୍କ ଖାତା ନଥିଲା ଏବଂ ବ୍ୟାଙ୍କରେ ପ୍ରବେଶ କରିବାକୁ ଅନୁମତି ନଥିଲା। ପ୍ରଧାନମନ୍ତ୍ରୀ ଗରିବଙ୍କ ସମ୍ମାନ ବିଷୟରେ ତାଙ୍କର ବୁଝାମଣାକୁ ପୁନରାବୃତ୍ତି କରିଥିଲେ ଏବଂ କିପରି ସେ ବ୍ୟାଙ୍କଗୁଡ଼ିକୁ ପ୍ରଶ୍ନ କରିଥିଲେ ଯେ ଗରିବମାନଙ୍କ ପାଇଁ ସେମାନଙ୍କର ଦ୍ୱାର କାହିଁକି ବନ୍ଦ ଥିଲା। ସେ ଜନଧନ ଆକାଉଣ୍ଟ ଖୋଲିବା ପାଇଁ ଆରମ୍ଭ ହୋଇଥିବା ବିଶାଳ ଅଭିଯାନ ଉପରେ ଆଲୋକପାତ କରିଥିଲେ, ଯାହା ମହିଳାମାନଙ୍କୁ ଅତ୍ୟନ୍ତ ଲାଭ ଦେଇଛି। ବିହାରରେ ବର୍ତ୍ତମାନ ପ୍ରାୟ . କୋଟି ମହିଳାଙ୍କର ଜନଧନ ଆକାଉଣ୍ଟ ଅଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ସରକାରୀ ଯୋଜନାରୁ ପାଣ୍ଠି ବର୍ତ୍ତମାନ ସିଧାସଳଖ ଏହି ଆକାଉଣ୍ଟଗୁଡ଼ିକୁ ସ୍ଥାନାନ୍ତରିତ ହେଉଛି। ସେ ଆହୁରି ସୂଚନା ଦେଇଥିଲେ ଯେ ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ସରକାର ସମ୍ପ୍ରତି ବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବା ମାମାନଙ୍କ ପାଇଁ ମାସିକ ପେନସନ ୪୦୦ ଟଙ୍କାରୁ ରୁ ୧୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏହି ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି। ଗତ ଦେଢ଼ ମାସରେ, ବିହାରରେ ୨୪୦୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ୧୦୦୦ କୋଟି ଟଙ୍କାରୁ ଅଧିକ ସହାୟତା ପାଇଛନ୍ତି। ସେ ଏହି ସଫଳତା ପାଇଁ ଜନଧନ ଆକାଉଣ୍ଟ ମାଧ୍ୟମରେ ମାଏବଂ ଭଉଣୀମାନଙ୍କର ଆର୍ଥିକ ସଶକ୍ତିକରଣକୁ ଶ୍ରେୟ ଦେଇଛନ୍ତି।

 

ମହିଳା ସଶକ୍ତିକରଣ ପଦକ୍ଷେପର ପ୍ରଭାବଶାଳୀ ଫଳାଫଳ ଉପରେ ଗୁରୁତ୍ୱାରୋପ କରି, ସାରା ଦେଶ ଏବଂ ବିହାରରେଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଲକ୍ଷ୍ୟ ହେଉଛି କୋଟି ଲଖପତି ଦିଦି ସୃଷ୍ଟି କରିବା ଏବଂ ଏପର୍ଯ୍ୟନ୍ତ . କୋଟି ମହିଳା ଏହି ସଫଳତା ହାସଲ କରିଛନ୍ତି। ବିହାରରେ ୨୦ ଲକ୍ଷରୁ ଅଧିକ ମହିଳା ଲଖପତି ଦିଦି ହୋଇଛନ୍ତି ଏବଂ କେବଳ ଚମ୍ପାରଣରେ ୮୦,୦୦୦ ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି। ଶ୍ରୀ ମୋଦୀ ନାରୀ ଶକ୍ତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ୪୦୦ କୋଟି ଟଙ୍କା ସାମୁଦାୟିକ ନିବେଶ ପାଣ୍ଠି ଭାବରେ ଜାରି କରିବାର ଘୋଷଣା କରିଛନ୍ତି। ସେ ଶ୍ରୀ ନୀତିଶ କୁମାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବାଜୀବିକା ଦିଦିଯୋଜନାକୁ ପ୍ରଶଂସା କରିଛନ୍ତି, ଯାହା ବିହାରର ଲକ୍ଷ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ପଥ ପ୍ରଶସ୍ତ କରିଛି।

ଭାରତର ପ୍ରଗତି ପାଇଁ ବିହାରର ପ୍ରଗତି ଅତ୍ୟାବଶ୍ୟକ ବୋଲି ତାଙ୍କ ଦଳର ଦୃଷ୍ଟିକୋଣକୁ ଦୋହରାଇ ଶ୍ରୀ ମୋଦୀ ଦୃଢ଼ତାର ସହିତ କହିଥିଲେ ଯେ ବିହାର କେବଳ ସେତେବେଳେ ପ୍ରଗତି କରିବ ଯେତେବେଳେ ଏହାର ଯୁବପିଢ଼ି ପ୍ରଗତି କରିବେ। ସେ ଏକ ସମୃଦ୍ଧ ବିହାର ଏବଂ ପ୍ରତ୍ୟେକ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ବିହାରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ ଲକ୍ଷ ଲକ୍ଷ ଯୁବକଙ୍କୁ ସରକାରୀ ପଦବୀରେ ନିଯୁକ୍ତି ଦେବା ପାଇଁ ଶ୍ରୀ ନୀତିଶ କୁମାର ସରକାରଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବିହାରର ଯୁବକମାନଙ୍କ ପାଇଁ ନିଯୁକ୍ତି ବୃଦ୍ଧି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂକଳ୍ପ ନିଆଯାଇଛି ଏବଂ କେନ୍ଦ୍ର ସରକାର ଏହି ପ୍ରୟାସଗୁଡ଼ିକୁ ପୂର୍ଣ୍ଣ ସମର୍ଥନ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି।

 

ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ କେନ୍ଦ୍ର ସରକାର ସମ୍ପ୍ରତି ଘରୋଇ କ୍ଷେତ୍ରରେ ପ୍ରଥମ ଥର ଚାକିରି ଖୋଜୁଥିବା ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଏକ ପ୍ରମୁଖ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅଧୀନରେ, ଏକ ଘରୋଇ କମ୍ପାନୀରେ ପ୍ରଥମ ଚାକିରି ପାଇଥିବା ଯୁବକମାନଙ୍କୁ କେନ୍ଦ୍ର ସରକାର ୧୫,୦୦୦ ଟଙ୍କା ପ୍ରଦାନ କରିବେ। ଏହି ଯୋଜନା ଅଗଷ୍ଟ ରୁ କାର୍ଯ୍ୟକାରୀ ହେବ ଏବଂ କେନ୍ଦ୍ର ସରକାର ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ପଦକ୍ଷେପରୁ ବିହାରର ଯୁବକମାନେ ଅତ୍ୟନ୍ତ ଲାଭବାନ ହେବେ। ଶ୍ରୀ ମୋଦୀ ମୁଦ୍ରା ଯୋଜନା ଭଳି ଯୋଜନା ମାଧ୍ୟମରେ ବିହାରରେ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ କରାଯାଉଥିବା ପ୍ରୟାସ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ ସୂଚନା ଦେଇଥିଲେ ଯେ କେବଳ ଗତ ଦୁଇ ମାସରେ ବିହାରରେ ମୁଦ୍ରା ଯୋଜନା ଅଧୀନରେ ଲକ୍ଷ ଲକ୍ଷ ଋଣ ବଣ୍ଟନ କରାଯାଇଛି ଏବଂ ବିଶେଷକରି ଚମ୍ପାରଣରେ ୬୦,୦୦୦ ଯୁବକଙ୍କୁ ସେମାନଙ୍କର ସ୍ୱରୋଜଗାର ଉଦ୍ୟମକୁ ସମର୍ଥନ କରିବା ପାଇଁ ମୁଦ୍ରା ଋଣ ମିଳିଛି।

ଅନ୍ୟ ଦଳର ନେତାମାନେ କେବେବି ନିଯୁକ୍ତି ପ୍ରଦାନ କରିପାରିବେ ନାହିଁ, ବିଶେଷକରି ଯେଉଁମାନେ ଚାକିରି ପ୍ରଦାନ କରିବା ନାଁରେ ଲୋକଙ୍କ ଜମି ହଡ଼ପ କରନ୍ତି, ଶ୍ରୀ ମୋଦୀ ଲୋକମାନଙ୍କୁ ଲଣ୍ଠନ ଯୁଗ ଏବଂ ଆଜିର ବିହାର ମଧ୍ୟରେ ପାର୍ଥକ୍ୟ ମନେ ରଖିବାକୁ ଆହ୍ୱାନ କରିଥିଲେ, ଯାହା ନୂତନ ଆଶା ସହିତ ପ୍ରଜ୍ବଳିତ ହେଉଛି। ସେ ଏହି ପରିବର୍ତ୍ତନକୁ ମିଳିତ ସରକାରଙ୍କ ସହିତ ବିହାରର ଯାତ୍ରାକୁ ଶ୍ରେୟ ଦେଇଥିଲେ ଏବଂ କହିଥିଲେ ଯେ ମେଣ୍ଟ ପ୍ରତି ବିହାରର ସଂକଳ୍ପ ଦୃଢ଼ ଏବଂ ସ୍ଥିର।

 

ପ୍ରଧାନମନ୍ତ୍ରୀ ସାମ୍ପ୍ରତିକ ବର୍ଷଗୁଡ଼ିକରେ ନକ୍ସଲବାଦ ବିରୁଦ୍ଧରେ ନିଆଯାଇଥିବା ନିର୍ଣ୍ଣାୟକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ଯାହା ବିହାରର ଯୁବକମାନଙ୍କୁ ଅତ୍ୟନ୍ତ ଲାଭ ଦେଇଛି। ସେ କହିଥିଲେ ଯେ ଚମ୍ପାରଣ, ଔରଙ୍ଗାବାଦ, ଗୟା ଏବଂ ଜାମୁଇ ଭଳି ଜିଲ୍ଲା, ଯେଉଁଗୁଡ଼ିକ ପୂର୍ବରୁ ମାଓ ଅଧ୍ୟୁଷିତ ଥିଲେ, ଏବେ ସେଥିରେ ହ୍ରାସ ଆସିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏକଦା ମାଓ ହିଂସା ଦ୍ୱାରା କବଳିତ ଅଞ୍ଚଳର ଯୁବକମାନେ ଏବେ ବଡ଼ ସ୍ୱପ୍ନ ଦେଖୁଛନ୍ତି ଏବଂ ନକ୍ସଲବାଦର କବଳରୁ ଭାରତକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

 

ଶ୍ରୀ ମୋଦୀ କହିଥିଲେ ଯେ ଏହା ଏକ ନୂତନ ଭାରତଏକ ଏପରି ଭାରତ ଯାହା ସ୍ଥଳ ଏବଂ ଆକାଶ ଉଭୟରୁ ସାମରିକ ଆକ୍ରମଣ କରି ଶତ୍ରୁମାନଙ୍କୁ ଦଣ୍ଡ ଦେବାରେ କୌଣସି ସୁଯୋଗ ଛାଡ଼ି ନଥାଏ। ସେ ମନେ ପକାଇଥିଲେ ଯେ ବିହାରର ମାଟିରୁ ହିଁ ସେ ଅପରେସନ ସିନ୍ଦୂର ଆରମ୍ଭ କରିବାକୁ ସଂକଳ୍ପ ନେଇଥିଲେ। ସେ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ସେହି ଅପରେସନର ସଫଳତା ଦେଖୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରର କ୍ଷମତା କିମ୍ବା ସମ୍ବଳର ଅଭାବ ନାହିଁ ଏବଂ ଆଜି ବିହାରର ସମ୍ବଳ ଏହାର ପ୍ରଗତି ପାଇଁ ମାଧ୍ୟମ ପାଲଟିଛି। ସେ ତାଙ୍କ ସରକାରଙ୍କ ପ୍ରୟାସ ପରେ ମାଖାନାର ମୂଲ୍ୟ ବୃଦ୍ଧି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଏହାକୁ ମାଖାନା ଚାଷୀମାନଙ୍କୁ ବଡ଼ ବଜାର ସହିତ ସଂଯୋଗ କରିବା ପାଇଁ ଶ୍ରେୟ ଦେଇଥିଲେ। ସେ ଏହି କ୍ଷେତ୍ରକୁ ଅଧିକ ସହାୟତା ପ୍ରଦାନ କରିବା ପାଇଁ ମାଖାନା ବୋର୍ଡ ଗଠନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ବିହାରର କୃଷି ସମୃଦ୍ଧିର ଉଦାହରଣ ଭାବରେ ଅନେକ ପ୍ରମୁଖ ଉତ୍ପାଦକଦଳୀ, ଲିଚୁ, ଲଙ୍କା, ଚାଉଳ, କଟାର୍ଣ୍ଣି ଚାଉଳ, ଜରଡାଲୁ ଆମ୍ବ ଏବଂ ମାଘାଇ ପାନଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହି ଏବଂ ଅନ୍ୟାନ୍ୟ ଅନେକ ଉତ୍ପାଦ ବିହାରର ଚାଷୀ ଏବଂ ଯୁବକମାନଙ୍କୁ ବିଶ୍ୱ ବଜାର ସହିତ ସଂଯୋଗ କରିବ।

କୃଷକଙ୍କ ଅମଳ ଏବଂ ଆୟ ବୃଦ୍ଧି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି କହି ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀକିଷାନ ସମ୍ମାନ ନିଧି ଯୋଜନା ଅଧୀନରେ, ସାରା ଦେଶର ଚାଷୀମାନଙ୍କୁ ପ୍ରାୟ . ଲକ୍ଷ କୋଟି ଟଙ୍କା ବଣ୍ଟନ କରାଯାଇଛି। ସେ ସୂଚନା ଦେଇଛନ୍ତି ଯେ କେବଳ ମୋତିହାରୀରେ, ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନା ମାଧ୍ୟମରେ ୧୫୦୦ କୋଟି ଟଙ୍କାରୁ ଅଧିକ ପାଇଛନ୍ତି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସରକାର କେବଳ ସ୍ଲୋଗାନ କିମ୍ବା ପ୍ରତିଶ୍ରୁତିରେ ସୀମିତ ରହିନଥାଏ, ବରଂ କରି ଦେଖାଏ। ସେ କହିଛନ୍ତି ଯେ ଯେତେବେଳେ ତାଙ୍କ ସରକାର ପଛୁଆ ଏବଂ ଅତ୍ୟନ୍ତ ପଛୁଆ ସମ୍ପ୍ରଦାୟ ପାଇଁ କାମ କରିବା କଥା କୁହନ୍ତି, ଏହି ପ୍ରତିବଦ୍ଧତା ଏହାର ନୀତି ଏବଂ ନିଷ୍ପତ୍ତିରେ ମଧ୍ୟ ପ୍ରତିଫଳିତ ହୁଏ। ସେ କହିଛନ୍ତି ଯେ ତାଙ୍କର ମିଶନ ସ୍ପଷ୍ଟ: ପ୍ରତ୍ୟେକ ପଛୁଆ ବ୍ୟକ୍ତିଙ୍କୁ ପ୍ରାଥମିକତା, ସେ ପଛୁଆ ଅଞ୍ଚଳ ହେଉ କିମ୍ବା ପଛୁଆ ବର୍ଗ, ସେମାନେ ସରକାରଙ୍କ ପ୍ରାଥମିକତାର କେନ୍ଦ୍ରରେ ଅଛନ୍ତି। ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଦଶନ୍ଧି ଧରି ୧୧୦ ରୁ ଅଧିକ ଜିଲ୍ଲାକୁ ପଛୁଆ ଏବଂ ଅବହେଳିତ ବୋଲି ବିବେଚନା କରାଯାଇଛି ଏବଂ ତାଙ୍କ ସରକାର ଏହି ଜିଲ୍ଲାଗୁଡ଼ିକୁ ଆକାଂକ୍ଷୀ ଜିଲ୍ଲାର ମାନ୍ୟତା ଦେଇ ଏବଂ ସେମାନଙ୍କର ବିକାଶକୁ ତ୍ୱରାନ୍ୱିତ କରି ପ୍ରାଥମିକତା ଦେଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସୀମାନ୍ତ ଗ୍ରାମଗୁଡ଼ିକୁ ମଧ୍ୟ ଦୀର୍ଘ ସମୟ ଧରିଶେଷ ଗ୍ରାମଭାବରେ ବିବେଚନା କରାଯାଉଥିଲା ଏବଂ ବିକାଶ ଦୃଷ୍ଟିରୁ ପଛରେ ପଡ଼ିଯାଇଥିଲା, କିନ୍ତୁ ସରକାର ସେଗୁଡ଼ିକୁପ୍ରଥମ ଗ୍ରାମଭାବରେ ପୁନଃପରିଭାଷିତ କରିଛନ୍ତି ଏବଂ ସେମାନଙ୍କର ବିକାଶକୁ ପ୍ରାଥମିକତା ଦେଇଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଓବିସି ସମ୍ପ୍ରଦାୟ ଦୀର୍ଘ ଦିନ ଧରି ଓବିସି କମିଶନ ପାଇଁ ସାମ୍ବିଧାନିକ ମାନ୍ୟତା ଦାବି କରିଆସୁଥିଲେଏହି ଦାବି ତାଙ୍କ ମିଳିତ ସରକାର ପୂରଣ କରିଛନ୍ତି। ଶ୍ରୀ ମୋଦୀ ଜନଜାତି ସମ୍ପ୍ରଦାୟ ମଧ୍ୟରେ ସବୁଠାରୁ ଅବହେଳିତଙ୍କ ପାଇଁ ଜନମନ ଯୋଜନା ଆରମ୍ଭ କରିବା ବିଷୟରେ କହିଥିଲେ, ଯାହା ଅଧୀନରେ ସେମାନଙ୍କ ବିକାଶ ପାଇଁ ୨୫୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଏହି ଦୃଷ୍ଟିକୋଣ ସହିତ ଜଡିତ ଏକ ନୂତନ ପ୍ରମୁଖ ପଦକ୍ଷେପ ଘୋଷଣା କରିଥିଲେ: ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା, ଯାହା କେନ୍ଦ୍ର କ୍ୟାବିନେଟ ଦ୍ୱାରା ସମ୍ପ୍ରତି ଅନୁମୋଦିତ ହୋଇଛି। ଏହି ଯୋଜନା ଅଧୀନରେ, କୃଷି କ୍ଷେତ୍ରରେ ସମୃଦ୍ଧ କିନ୍ତୁ ଉତ୍ପାଦକତା ଏବଂ କୃଷକ ଆୟରେ ପଛୁଆ ଥିବା ୧୦୦ ଟି ଜିଲ୍ଲାକୁ ଚିହ୍ନଟ ଏବଂ ପ୍ରାଥମିକତା ଦିଆଯିବ। ସେ କହିଥିଲେ ଯେ ଏହି ଜିଲ୍ଲାଗୁଡ଼ିକର ଚାଷୀମାନେ ଏହି ଯୋଜନା ଅଧୀନରେ ଲକ୍ଷ୍ୟଭିତ୍ତିକ ସହାୟତା ପାଇବେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ବିହାରର ଏକ ବଡ଼ ବର୍ଗ ସମେତ ସାରା ଦେଶର ପ୍ରାୟ .୭୫ କୋଟି ଚାଷୀଙ୍କୁ ସିଧାସଳଖ ଲାଭ ପହଞ୍ଚାଇବ।

ଶ୍ରୀ ମୋଦୀ ହଜାର ହଜାର କୋଟି ଟଙ୍କାର ଅଧିକ ରେଳ ଏବଂ ସଡ଼କ ପ୍ରକଳ୍ପ ପାଇଁ ଶିଳାନ୍ୟାସ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ବିହାରର ଲୋକଙ୍କ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରିବ। ସେ ଦେଶବ୍ୟାପୀ ଚାରୋଟି ଭିନ୍ନ ଭିନ୍ନ ରୁଟରେ ଅମୃତ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ ଅମୃତ ଭାରତ ଏକ୍ସପ୍ରେସ ଏବେ ମୋତିହାରୀବାପୁଧାମରୁ ଦିଲ୍ଲୀର ଆନନ୍ଦ ବିହାର ପର୍ଯ୍ୟନ୍ତ ସିଧାସଳଖ ଚାଲିବ। ସେ ସୂଚନା ଦେଇଥିଲେ ଯେ ମୋତିହାରୀ ରେଳ ଷ୍ଟେସନକୁ ଆଧୁନିକ ସୁବିଧା ଏବଂ ଏକ ନୂତନ ରୂପ ସହିତ ପୁନଃବିକଶିତ କରାଯାଉଛି। ସେ କହିଥିଲେ ଯେ ଦରଭଙ୍ଗାନରକଟୀୟଗଞ୍ଜ ରେଳ ଲାଇନର ଦୋହରୀକରଣ ଏହି ରୁଟରେ ଯାତ୍ରା ସୁବିଧାକୁ ବହୁ ପରିମାଣରେ ଉନ୍ନତ କରିବ।

ଭାରତର ଆସ୍ଥା ଏବଂ ସାଂସ୍କୃତିକ ଐତିହ୍ୟ ସହିତ ଚମ୍ପାରଣର ଗଭୀର ସମ୍ପର୍କକୁ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ରାମଜାନକୀ ପଥ ମୋତିହାରୀର ସତ୍ତରଘାଟ, କେଶରିଆ, ଚକିଆ ଏବଂ ମଧୁବନ ଦେଇ ଗତି କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସୀତାମାଢ଼ିରୁ ଅଯୋଧ୍ୟା ପର୍ଯ୍ୟନ୍ତ ବିକଶିତ ହେଉଥିବା ନୂତନ ରେଳ ଲାଇନ ଚମ୍ପାରଣରୁ ଭକ୍ତମାନଙ୍କୁ ଦର୍ଶନ ପାଇଁ ଅଯୋଧ୍ୟା ଆସିବାକୁ ସକ୍ଷମ କରିବ। ସେ କହିଥିଲେ ଯେ ଏହି ପଦକ୍ଷେପଗୁଡ଼ିକ ବିହାରରେ ସଂଯୋଗକୁ ଯଥେଷ୍ଟ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ ପୂର୍ବ ସରକାରଗୁଡ଼ିକୁ ସମାଲୋଚନା କରି କହିଥିଲେ ଯେ ସେମାନେ ଦୀର୍ଘ ବର୍ଷ ଧରି ଗରିବ, ଦଳିତ, ପଛୁଆ ଏବଂ ଆଦିବାସୀଙ୍କ ନାମରେ ରାଜନୀତି କରି ଆସୁଛନ୍ତି ଏବଂ କହିଥିଲେ ଯେ ସେମାନେ କେବଳ ସମାନ ଅଧିକାରକୁ ଅସ୍ୱୀକାର କରିନାହାଁନ୍ତି ବରଂ ସେମାନଙ୍କ ପରିବାର ବାହାରେ ଥିବା ଲୋକଙ୍କୁ ମଧ୍ୟ ସମ୍ମାନ ଦେଖାଇ ନାହାଁନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଆଜି ବିହାର ସେମାନଙ୍କର ଅହଂକାର ସ୍ପଷ୍ଟ ଭାବରେ ଦେଖିପାରୁଛି। ବିହାରକୁ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟରୁ ରକ୍ଷା କରିବାକୁ ଆହ୍ୱାନ ଦେଇ, ଶ୍ରୀ ମୋଦୀ ବର୍ତ୍ତମାନର ବିହାର ସରକାରଙ୍କ ଉତ୍ସର୍ଗୀକୃତ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ସମସ୍ତଙ୍କୁ ମିଳିତ ଭାବରେ ବିହାରର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଅଗ୍ରସର ହେବାକୁ ଆହ୍ୱାନ କରିଥିଲେ। ସେ ଏକ ନୂତନ ବିହାର ନିର୍ମାଣ ପାଇଁ ଏକ ମିଳିତ ସଂକଳ୍ପ ନେଇ ଶେଷ କରିଥିଲେ ଏବଂ ଆଜି ଉଦଘାଟନ ହୋଇଥିବା ବିକାଶ ପ୍ରକଳ୍ପ ପାଇଁ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

 

ବିହାର ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖା, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜିତନ ରାମ ମାଂଝି, ଶ୍ରୀ ଗିରିରାଜ ସିଂହ, ଶ୍ରୀ ରାଜୀବ ରଞ୍ଜନ ସିଂହ, ଶ୍ରୀ ଚିରାଗ ପାସୱାନ, ଶ୍ରୀ ରାମନାଥ ଠାକୁର, ଶ୍ରୀ ନିତ୍ୟାନନ୍ଦ ରାୟ, ଶ୍ରୀ ସତୀଶ ଚନ୍ଦ୍ର ଦୁବେ, ଡକ୍ଟର ରାଜ ଭୂଷଣ ଚୌଧୁରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ରେଳ, ସଡ଼କ, ଗ୍ରାମୀଣ ବିକାଶ, ମତ୍ସ୍ୟଚାଷ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି କ୍ଷେତ୍ର ସହିତ ଜଡିତ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶକୁ ସମର୍ପିତ କରିଛନ୍ତି।

ସଂଯୋଗୀକରଣ ବୃଦ୍ଧି ଏବଂ ଭିତ୍ତିଭୂମି ବିକାଶ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଦେଶକୁ ଅନେକ ରେଳ ପ୍ରକଳ୍ପ ଉତ୍ସର୍ଗ କରିଥିଲେ। ଏଥିରେ ସମସ୍ତିପୁରବାଛୱାରା ରେଳ ଲାଇନ ମଧ୍ୟରେ ସ୍ୱୟଂଚାଳିତ ସିଗନାଲିଂ ଅନ୍ତର୍ଭୁକ୍ତ, ଯାହା ଏହି ସେକ୍ସନରେ ଦକ୍ଷ ରେଳ ପରିଚାଳନାକୁ ସକ୍ଷମ କରିବ। ୫୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦରଭଙ୍ଗାସମସ୍ତିପୁର ଦୋହରୀକରଣ ପ୍ରକଳ୍ପର ଅଂଶ, ଦରଭଙ୍ଗାଥାଲୱାରା ଏବଂ ସମସ୍ତିପୁରରାମଭଦ୍ରପୁର ରେଳ ଲାଇନର ଦୋହରୀକରଣ ରେଳ ପରିଚାଳନାର କ୍ଷମତା ବୃଦ୍ଧି କରିବ ଏବଂ ବିଳମ୍ବ ହ୍ରାସ କରିବ।

ପ୍ରଧାନମନ୍ତ୍ରୀ କେତେକ ରେଳ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଥିଲେ। ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାଟଳିପୁତ୍ରରେ ବନ୍ଦେ ଭାରତ ଟ୍ରେନଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଭିତ୍ତିଭୂମିର ବିକାଶ ଅନ୍ତର୍ଭୁକ୍ତ। ଭଟନିଛାପରା ଗ୍ରାମୀଣ ରେଳ ଲାଇନ (୧୧୪ କିଲୋମିଟର) ଉପରେ ସ୍ୱୟଂଚାଳିତ ସିଗନାଲିଂ ସୁଗମ ରେଳ ପରିଚାଳନାକୁ ସକ୍ଷମ କରିବ। ଭଟନିଛପ୍ରା ଗ୍ରାମୀଣ ସେକ୍ସନରେ ଟ୍ରାକ୍ସନ ସିଷ୍ଟମକୁ ଉନ୍ନତ କରି, ଟ୍ରାକ୍ସନ ସିଷ୍ଟମ ଭିତ୍ତିଭୂମିକୁ ସୁଦୃଢ଼ କରି ଏବଂ ଶକ୍ତି ଦକ୍ଷତାକୁ ଉନ୍ନତ କରି ଟ୍ରେନଗୁଡ଼ିକର ଗତି ବୃଦ୍ଧି କରାଯିବ। ପ୍ରାୟ ୪୦୮୦ କୋଟି ଟଙ୍କା ମୂଲ୍ୟର ଦରଭଙ୍ଗାନରକଟିଆଗଞ୍ଜ ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ବିଭାଗଗତ କ୍ଷମତା ବୃଦ୍ଧି କରିବ, ଅଧିକ ଯାତ୍ରୀ ଏବଂ ମାଲବାହୀ ଟ୍ରେନ ପରିଚାଳନାକୁ ସକ୍ଷମ କରିବ ଏବଂ ଉତ୍ତର ବିହାର ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ।

ଏହି କ୍ଷେତ୍ରରେ ସଡ଼କ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ଏନଏଚ୩୧୯ ଆରା ବାଇପାସର ଚାରି ଲେନ ପାଇଁ ଶିଳାନ୍ୟାସ କରିଥିଲେ, ଯାହା ଆରାମୋହନିଆ ଏନଏଚ୩୧୯ ଏବଂ ପାଟନାବକ୍ସର ଏନଏଚ୯୨୨କୁ ସଂଯୋଗ କରିବ, ନିର୍ବିଘ୍ନ ସଂଯୋଗୀକରଣ ସୁନିଶ୍ଚିତ କରିବ ଏବଂ ଯାତ୍ରା ସମୟ ହ୍ରାସ କରିବ।

ପ୍ରଧାନମନ୍ତ୍ରୀ ୮୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଏନଏଚ୩୧୯ର ପାରାରିଆରୁ ମୋହନିଆ ପର୍ଯ୍ୟନ୍ତ ଚାରି ଲେନ ସେକ୍ସନକୁ ମଧ୍ୟ ଉଦଘାଟନ କରିଥିଲେ। ଏହା ଏନଏଚ୩୧୯ର ସେହି ଅଂଶ ଯାହା ଆରା ସହରକୁ ଏନଏଚ୦୨ (ସ୍ୱର୍ଣ୍ଣ ଚତୁର୍ଭୁଜ) ସହିତ ସଂଯୋଗ କରେ। ଏହା ସାମଗ୍ରୀ ଏବଂ ଯାତ୍ରୀ ପରିବହନକୁ ଉନ୍ନତ କରିବ। ଏହା ବ୍ୟତୀତ, ଏନଏଚ୩୩୩ସିରେ ସରୱାନରୁ ଚକାଇ ପର୍ଯ୍ୟନ୍ତ ଏକ ଦୁଇ ଲେନ ବିଶିଷ୍ଟ ପକ୍କା ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି, ଯାହା ସାମଗ୍ରୀ ଏବଂ ଲୋକଙ୍କ ପରିବହନକୁ ସହଜ କରିବ ଏବଂ ବିହାର ଏବଂ ଝାଡ଼ଖଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବରେ କାର୍ଯ୍ୟ କରିବ।

ପ୍ରଧାନମନ୍ତ୍ରୀ ଦରଭଙ୍ଗାରେ ନୂତନ ସଫ୍ଟୱେର୍ ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) ଏବଂ ଆଇଟି /ଆଇଟିଇଏସ /ଇଏସଡିଏମ ଶିଳ୍ପ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ପାଟନାରେ ଏସଟିପିଆଇର ଅତ୍ୟାଧୁନିକ ଇନକ୍ୟୁବେସନ୍ ସୁବିଧାର ଉଦଘାଟନ କରିଛନ୍ତି। ଏହି ସୁବିଧାଗୁଡ଼ିକ ଆଇଟି ସଫ୍ଟୱେର୍ ଏବଂ ସେବା ରପ୍ତାନିକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହା ଉଦୀୟମାନ ଉଦ୍ୟୋଗୀମାନଙ୍କ ପାଇଁ ଏକ ଟେକ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ମଧ୍ୟ ପୋଷଣ କରିବ ଏବଂ ନବସୃଜନ, ଆଇପିଆର ଏବଂ ଉତ୍ପାଦ ବିକାଶକୁ ପ୍ରୋତ୍ସାହିତ କରିବ।

ବିହାରରେ ମତ୍ସ୍ୟ ଏବଂ ଜଳପାଳନ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସଓ୍ବାଇ) ଅଧୀନରେ ମଞ୍ଜୁର ହୋଇଥିବା ମତ୍ସ୍ୟ ବିକାଶ ପ୍ରକଳ୍ପଗୁଡ଼ିକର ଏକ ଶୃଙ୍ଖଳାର ଉଦଘାଟନ କରିଛନ୍ତି। ଏହି ଅବସରରେ, ବିହାରର ବିଭିନ୍ନ ଜିଲ୍ଲାରେ ନୂତନ ମତ୍ସ୍ୟପାଳନ ହ୍ୟାଚେରୀ, ବାୟୋଫ୍ଲକ୍ ୟୁନିଟ୍, ଅଳଙ୍କାରିକ ମାଛ ଚାଷ, ସମନ୍ୱିତ ଜଳପାଳନ ୟୁନିଟ୍ ଏବଂ ମାଛ ଖାଦ୍ୟ ମିଲ୍ ସମେତ ଆଧୁନିକ ମତ୍ସ୍ୟପାଳନ ଭିତ୍ତିଭୂମି ଆରମ୍ଭ କରାଯିବ। ଏହି ଜଳକୃଷି ପ୍ରକଳ୍ପଗୁଡ଼ିକ ବିହାରର ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି, ମାଛ ଉତ୍ପାଦନ ବୃଦ୍ଧି, ଉଦ୍ୟୋଗକୁ ପ୍ରୋତ୍ସାହିତ ଏବଂ ସାମାଜିକଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ।

ଭବିଷ୍ୟତ ପାଇଁ ପ୍ରସ୍ତୁତ ରେଳ ନେଟୱାର୍କର ତାଙ୍କ ଦୃଷ୍ଟିକୋଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ରାଜେନ୍ଦ୍ର ନଗର ଟର୍ମିନାଲ (ପାଟନା) ରୁ ନୂଆଦିଲ୍ଲୀ, ବାପୁଧାମ ମୋତିହାରୀରୁ ଦିଲ୍ଲୀ (ଆନନ୍ଦ ବିହାର ଟର୍ମିନାଲ), ଦରଭଙ୍ଗା ରୁ ଲକ୍ଷ୍ନୌ (ଗୋମତୀ ନଗର) ଏବଂ ମାଲଦା ଟାଉନରୁ ଲକ୍ଷ୍ନୌ (ଗୋମତୀ ନଗର) ଭାୟା ଭାଗଲପୁର ପର୍ଯ୍ୟନ୍ତ ଚାରୋଟି ନୂତନ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଏହି ଅଞ୍ଚଳରେ ଯୋଗାଯୋଗକୁ ଉନ୍ନତ କରିବ।

ପ୍ରଧାନମନ୍ତ୍ରୀ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନାଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏଓ୍ବାଇଏନଆରଏଲଏମ) ଅଧୀନରେ ବିହାରର ପ୍ରାୟ ୬୧,୫୦୦ ସ୍ୱୟଂ ସହାୟକ ଗୋଷ୍ଠୀକୁ ୪୦୦ କୋଟି ଟଙ୍କା ମଧ୍ୟ ପ୍ରେରଣ କରିଛନ୍ତି। ମହିଳାକୈନ୍ଦ୍ରିକ ବିକାଶ ଉପରେ ବିଶେଷ ଧ୍ୟାନ ଦେଇ, ୧୦ କୋଟିରୁ ଅଧିକ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠ ସହିତ ଯୋଡାଯାଇଛି।

ପ୍ରଧାନମନ୍ତ୍ରୀ ଗୃହ ପ୍ରବେଶ ଅଧୀନରେ ୧୨,୦୦୦ ହିତାଧିକାରୀଙ୍କୁ ଚାବି ପ୍ରଦାନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଗ୍ରାମୀଣ ଅଧୀନରେ ୪୦,୦୦୦ ହିତାଧିକାରୀଙ୍କୁ ୧୬୦ କୋଟି ଟଙ୍କାରୁ ଅଧିକ ରାଶି ପ୍ରେରଣ କରିଥିଲେ।

TKM