ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସଭାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ ବାବା ମହେନ୍ଦ୍ର ନାଥ ଏବଂ ବାବା ହଂସନାଥଙ୍କୁ ଭକ୍ତିପୂତ ପ୍ରଣାମ କରିଥିଲେ ଏବଂ ପବିତ୍ର ସୋହଗରା ଧାମକୁ ସମ୍ମାନ ଜଣାଇଥିଲେ । ସେ ମା’ ଥାଓ୍ବେ ଭବାନୀ ଏବଂ ମା’ ଅମ୍ବିକା ଭବାନୀଙ୍କୁ ମଧ୍ୟ ଭକ୍ତିପୂତ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ରାଷ୍ଟ୍ରପତି ଦେଶରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସିୱାନକୁ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ପ୍ରେରଣାଦାୟକ ଭୂମି ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଭୂମି ଦେଶର ଗଣତନ୍ତ୍ରକୁ ସଶକ୍ତ କରିଛି ଏବଂ ସମ୍ବିଧାନକୁ ସୁଦୃଢ଼ କରିଛି। ସେ ଉଲ୍ଲେଖ କରିଥିଲେ ଯେ ସିୱାନ ଦେଶକୁ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ରୂପରେ ଏକ ମହାନ ସନ୍ତାନ ଦେଇଥିଲା, ଯିଏ ସମ୍ବିଧାନ ପ୍ରଣୟନ ଏବଂ ଦେଶକୁ ଦିଗଦର୍ଶନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମହାନ ସମାଜ ସଂସ୍କାରକ ବ୍ରଜ କିଶୋର ପ୍ରସାଦଙ୍କ ରୂପରେ ସିୱାନର ଆଉ ଏକ ଅବଦାନକୁ ସ୍ୱୀକାର କରିଥିଲେ, ଯିଏ ମହିଳା ସଶକ୍ତିକରଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।
ଶ୍ରୀ ମୋଦୀ ଖୁସି ପ୍ରକାଶ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏପରି ମହାନ ଆତ୍ମାଙ୍କ ଜୀବନର ମିଶନକୁ ଦୃଢ଼ ସଂକଳ୍ପ ସହିତ ଆଗକୁ ନେଉଛନ୍ତି। ସେ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଏହି ନିରନ୍ତର ପ୍ରୟାସର ଏକ ଅଂଶ। ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଗୋଟିଏ ମଞ୍ଚରୁ କରାଯାଇଛି ଓ ଏହି ବିକାଶମୂଳକ ପଦକ୍ଷେପଗୁଡ଼ିକ ବିହାରକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେଇଯିବ ଏବଂ ଏକ ସମୃଦ୍ଧ ରାଜ୍ୟ ଗଠନରେ ଯୋଗଦାନ ଦେବ। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ସିୱାନ, ସାସାରାମ, ବକ୍ସର, ମୋତିହାରୀ, ବେଟିଆ ଏବଂ ଆରାହ ଭଳି ଅଞ୍ଚଳର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପଦକ୍ଷେପ ଗରିବ, ଅବହେଳିତ, ଦଳିତ, ମହାଦଳିତ, ପଛୁଆ ଏବଂ ଅତ୍ୟନ୍ତ ପଛୁଆ ସମ୍ପ୍ରଦାୟର ଜୀବନକୁ ସହଜ କରିବ। ସେ ଏହି ପ୍ରକଳ୍ପଗୁଡ଼ିକ ପାଇଁ ବିହାରର ଲୋକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।
ନିଜର ସଦ୍ୟ ସମାପ୍ତ ବିଦେଶ ଗସ୍ତ କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଗସ୍ତ ସମୟରେ ସେ ବିଶ୍ୱର କିଛି ବିକଶିତ ଦେଶର ନେତାମାନଙ୍କ ସହିତ ଆଲୋଚନା କରିଥିଲେ। ବିଶ୍ୱ ନେତାମାନେ ଭାରତର ଦ୍ରୁତ ବିକାଶ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଏହି ନେତାମାନେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବରେ ଉଭା ହେଉଥିବା ଦେଖୁଛନ୍ତି ଏବଂ ଏହି ପରିବର୍ତ୍ତନରେ ବିହାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶ୍ୱାସନା ଦେଇଛନ୍ତି। “ଏକ ସମୃଦ୍ଧ ବିହାର ଦେଶର ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଓ ଏଥିଲାଗି ସେ ବିହାରର ଲୋକଙ୍କ ଶକ୍ତି ଏବଂ ଦକ୍ଷତା ପ୍ରତି ଆତ୍ମବିଶ୍ୱାସକୁ ଶ୍ରେୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ରାଜ୍ୟରେ ଅରାଜକତାର ଯୁଗକୁ ଦୂର କରିବା ପାଇଁ ଲୋକଙ୍କ ପ୍ରଶଂସା କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଆଜିର ବିହାରର ଯୁବପିଢ଼ି ଦୁଇ ଦଶନ୍ଧି ପୂର୍ବେ କେବଳ ଲୋକକଥା ଓ କାହାଣୀ ମାଧ୍ୟମରେ ରାଜ୍ୟର ଅବସ୍ଥା ଜାଣନ୍ତି। ତେବେ କୁଶାସନର ସେହି ସମୟ ମଧ୍ୟରେ ଘଟିଥିବା ଅବନତିର ପରିମାଣକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ବୁଝି ନାହାଁନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଶତାବ୍ଦୀ ଧରି ଭାରତର ପ୍ରଗତିକୁ ଆଗେଇ ନେଇଥିବା ବିହାର, ପୂର୍ବ ଶାସନର କବଳରୁ ବାଧ୍ୟତାମୂଳକ ପ୍ରବାସନର ପ୍ରତୀକ ପାଲଟିଥିଲା।
ବିହାରର ପ୍ରତ୍ୟେକ ବାସିନ୍ଦାଙ୍କ ପାଇଁ ଆତ୍ମସମ୍ମାନ ସର୍ବୋପରି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋର ବିହାରୀ ଭାଇଭଉଣୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ମଧ୍ୟ ସଫଳ ହୋଇ ଉଲ୍ଲେଖନୀୟ ଦୃଢ଼ତା ପ୍ରଦର୍ଶନ କରନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ସେମାନେ କେବେବି ନିଜର ଆତ୍ମସମ୍ମାନ ସହିତ ସାଲିସ କରନ୍ତି ନାହିଁ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପୂର୍ବ ସରକାରଗୁଡ଼ିକ ବିହାରର ଅସ୍ମିତାକୁ ପ୍ରଚୁର କ୍ଷତି ପହଞ୍ଚାଇଥିଲେ। ସେ ଏହି ବ୍ୟାପକ ଦୁର୍ନୀତିର ଶାସନକୁ ସମାଲୋଚନା କରିଥିଲେ, ଯାହା ଦାରିଦ୍ର୍ୟକୁ ବିହାରର ଦୁର୍ଭାଗ୍ୟରେ ପରିଣତ କରିଥିଲା। ସେ କହିଥିଲେ ଯେ ଅନେକ ଚ୍ୟାଲେଞ୍ଜ ସତ୍ତ୍ୱେ, ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ବର୍ତ୍ତମାନର ସରକାର ବିହାରକୁ ବିକାଶ ପଥରେ ଫେରାଇ ଆଣିଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଗତ ୧୦–୧୧ ବର୍ଷ ମଧ୍ୟରେ ବିହାରରେ ପ୍ରାୟ ୫୫୦୦୦ କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ୧.୫ କୋଟିରୁ ଅଧିକ ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ଓ ପ୍ରାୟ ୧.୫ କୋଟି ପରିବାରକୁ ଜଳ ସଂଯୋଗ ଦିଆଯାଇଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ରାଜ୍ୟ ସାରା ୪୫୦୦୦ ରୁ ଅଧିକ ସାଧାରଣ ସେବା କେନ୍ଦ୍ର ସ୍ଥାପନ କରାଯାଇଛି, ଯାହା ସୂଚାଇଥାଏ ଯେ ବିହାରର ଛୋଟ ସହରଗୁଡ଼ିକରେ ବର୍ତ୍ତମାନ ନୂତନ ଷ୍ଟାର୍ଟ–ଅପ୍ ସୃଷ୍ଟି ହେଉଛି।
ବିହାରରେ ବିକାଶର କ୍ରମାଗତ ବୃଦ୍ଧି ପାଉଥିବା ଗତିକୁ ଲକ୍ଷ୍ୟ କରି ଶ୍ରୀ ମୋଦୀ ସତର୍କ କରାଇ ଦେଇଥିଲେ ଯେ ପୂର୍ବ ଅରାଜକତା ପାଇଁ ଦାୟୀ ଲୋକମାନେ ଏବେ ବିହାରର ସରକାର ଏବଂ ଆର୍ଥିକ ସମ୍ବଳ ଉପରେ ନିୟନ୍ତ୍ରଣ ହାସଲ କରିବାର ସୁଯୋଗ ଖୋଜୁଛନ୍ତି। ଏହି ଗୋଷ୍ଠୀଗୁଡ଼ିକ ସେମାନଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ ବିଭିନ୍ନ ରଣନୀତି ଆପଣାଉଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ବିହାରର ଲୋକମାନଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ସମୃଦ୍ଧ ବିହାର ଆଡ଼କୁ ଯାତ୍ରାକୁ ପଥଭ୍ରଷ୍ଟ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଦୂରେଇ ରଖିବାର ସମୟ ଆସିଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ବହୁ ଦିନ ଧରି ଦାରିଦ୍ର୍ୟ ଦୂରୀକରଣର ସ୍ଲୋଗାନ ଶୁଣାଯାଉଥଲା, କିନ୍ତୁ ତାଙ୍କ ସରକାର ପ୍ରମାଣ କରିଛି ଯେ ପ୍ରକୃତରେ ଦାରିଦ୍ର୍ୟ ହ୍ରାସ କରାଯାଇପାରିବ। ଗତ ଦଶନ୍ଧିରେ, ରେକର୍ଡ ୨୫ କୋଟି ଭାରତୀୟଙ୍କ ଦାରିଦ୍ର୍ୟ ଦୂର ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ଭଳି ବିଶ୍ୱ ପ୍ରସିଦ୍ଧ ସଂସ୍ଥା ଭାରତର ସଫଳତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବିହାର ଏବଂ ବିଶେଷକରି ଶ୍ରୀ ନୀତିଶ କୁମାରଙ୍କ ସରକାର ଏହି ଜାତୀୟ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ବିହାରର ଅଧାରୁ ଅଧିକ ଜନସଂଖ୍ୟା ଅତ୍ୟନ୍ତ ଦାରିଦ୍ର୍ୟ ବର୍ଗରେ ଥିଲେ। ତଥାପି, ଗତ ଦଶ ବର୍ଷରେ ବିହାରର ପ୍ରାୟ ଚାରି କୋଟି ଲୋକଙ୍କୁ ଦାରିଦ୍ର୍ୟ ଦୂର ହୋଇଛି।
ଶ୍ରୀ ମୋଦୀ କହିଥିଲେ ଯେ ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ଗରିବ ରହିଥିଲେ, ଉଦ୍ୟମର ଅଭାବ ଯୋଗୁଁ ନୁହେଁ, ବରଂ ସେମାନଙ୍କ ପାଖରେ ଉପରକୁ ଉଠିବାର କୌଣସି ଉପାୟ ନଥିଲା। ସେ ଏହାର କାରଣ ପୂର୍ବ ସରକାରଙ୍କ ଅଧୀନରେ ଦୀର୍ଘକାଳୀନ ଲାଇସେନ୍ସ ରାଜ, ଯାହା ଦେଶକୁ ଗରିବ କରି ରଖିଥିଲା। ସେ କହିଥିଲେ ଯେ ପ୍ରତ୍ୟେକ ସେବା ଏବଂ ସୁଯୋଗ ସେତେବେଳେ ଏକ କଠୋର କୋଟା–ପରମିଟ୍ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥିଲା, ଯାହା ପାଇଁ ଛୋଟ ଛୋଟ କାମ ପାଇଁ ମଧ୍ୟ ଅନୁମୋଦନ ଆବଶ୍ୟକ ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରଙ୍କ ଶାସନରେ, ଗରିବମାନଙ୍କୁ ବାସସ୍ଥାନ ପ୍ରଦାନ କରିବାରୁ ବଞ୍ଚିତ କରାଯାଇଥିଲା, ଯେତେବେଳେ ମଧ୍ୟସ୍ଥିମାନେ ରାସନ ଯୋଗାଣରେ ବାଧା ସୃଷ୍ଟି କରୁଥିଲେ। ସ୍ୱାସ୍ଥ୍ୟସେବା ଗରିବଙ୍କ ପହଁଚ ବାହାରେ ଥିଲା ଏବଂ ଶିକ୍ଷା ଏବଂ ନିଯୁକ୍ତି ଏକ ନିରନ୍ତର ସଂଘର୍ଷ ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଗରିକମାନଙ୍କୁ ବିଦ୍ୟୁତ୍ କିମ୍ବା ପାଣି ସଂଯୋଗ ପାଇବା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଚକର କାଟିବାକୁ ପଡୁଥିଲା। ସେ କହିଥିଲେ ଯେ ଗ୍ୟାସ୍ ସଂଯୋଗ ପାଇବା ପାଇଁ ଜଣେ ସାଂସଦଙ୍କ ସୁପାରିଶ ଆବଶ୍ୟକ ଥିଲା ଏବଂ ଲାଞ୍ଚ କିମ୍ବା ପ୍ରଭାବ ବିନା ଚାକିରି ପାଇବା ଅସମ୍ଭବ। ସେ କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ୱାରା ସର୍ବାଧିକ ପ୍ରଭାବିତ ଲୋକମାନେ ମୁଖ୍ୟତଃ ଦଳିତ, ମହାଦଳିତ, ପଛୁଆ ଏବଂ ଅତ୍ୟନ୍ତ ପଛୁଆ ସମ୍ପ୍ରଦାୟର ଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଏହି ବର୍ଗମାନଙ୍କୁ ଦାରିଦ୍ର୍ୟ ଦୂରୀକରଣର ସ୍ୱପ୍ନ ଦେଖାଯାଇଥିଲା, କିନ୍ତୁ ଏହି ପ୍ରକ୍ରିୟାରେ କିଛି ମୁଷ୍ଟିମେୟ ପରିବାର ଲକ୍ଷପତି ଏବଂ କୋଟିପତି ହୋଇଗଲେ।
“ଗତ ୧୧ ବର୍ଷ ମଧ୍ୟରେ, ଆମ ସରକାର ଗରିବଙ୍କ ରାସ୍ତାରୁ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବା ପାଇଁ ପ୍ରତିବଦ୍ଧ। ଫଳସ୍ୱରୂପ, ଏକ ସ୍ପଷ୍ଟ ଏବଂ ପ୍ରଭାବଶାଳୀ ଫଳାଫଳ ଏବେ ଦୃଶ୍ୟମାନ ହେଉଛି,” ଶ୍ରୀ ମୋଦୀ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଗତ ଦଶନ୍ଧିରେ, ସରକାରୀ ଯୋଜନା ଅଧୀନରେ ଦେଶବ୍ୟାପୀ ୪ କୋଟିରୁ ଅଧିକ ଗରିବ ପରିବାର ପକ୍କା ଘର ପାଇଛନ୍ତି ଏବଂ ଆଗାମୀ ବର୍ଷଗୁଡ଼ିକରେ ଅତିରିକ୍ତ ୩ କୋଟି ଘର ନିର୍ମାଣ ହେବାକୁ ଯାଉଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏହି ବିକାଶ ବିହାରର ଗରିବ, ଦଳିତ, ମହାଦଳିତ, ପଛୁଆ ବର୍ଗ ଏବଂ ଅତ୍ୟନ୍ତ ପଛୁଆ ପରିବାରକୁ ବହୁତ ଲାଭ ଦେଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ, କେବଳ ବିହାରରେ ୫୭ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସିୱାନ ଜିଲ୍ଲାରେ ଗରିବଙ୍କ ପାଇଁ ୧.୧୦ ଲକ୍ଷରୁ ଅଧିକ ଘର ନିର୍ମାଣ ହୋଇସାରିଛି ଏବଂ ଏହି କାମ ବିନା କୌଣସି ବାଧାରେ ଚାଲିଛି। ସେ କହିଛନ୍ତି ଯେ ଆଜି ବିହାରରେ ୫୦,୦୦୦ରୁ ଅଧିକ ପରିବାରକୁ ଗୃହ କିସ୍ତି ବଣ୍ଟନ କରାଯାଇଛି। ଶ୍ରୀ ମୋଦୀ ବିଶେଷ ସନ୍ତୋଷ ପ୍ରକାଶ କରିଥିଲେ ଯେ ଏହି ଘରଗୁଡ଼ିକ ମଧ୍ୟରୁ ଅଧିକାଂଶ ମା‘ ଏବଂ ଭଉଣୀମାନଙ୍କ ନାମରେ ପଞ୍ଜିକୃତ ହୋଇଛି। ସେ ଗର୍ବର ସହିତ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ମହିଳାମାନଙ୍କ ନାଁରେ କୌଣସି ଘର ବା ସମ୍ପତ୍ତି ରହୁନଥିବାବେଳେ ଏବେ ସେମାନେ ଗର୍ବର ସହିତ ଜଣେ ଜଣେ ଘରମାଲିକ ହୋଇପାରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗରିବ ଲୋକଙ୍କୁ କେବଳ ବାସଗୃହ ଯୋଗାଇ ଦେଉନାହିଁ ବରଂ ମାଗଣା ରାସନ, ବିଦ୍ୟୁତ୍ ଏବଂ ପାଣି ସୁବିଧା ମଧ୍ୟ ଯୋଗାଇ ଦେଉଛି। ସେ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ୧୨ କୋଟିରୁ ଅଧିକ ନୂତନ ପରିବାରକୁ ଟ୍ୟାପ୍ ସଂଯୋଗ ଦିଆଯାଇଛି ଓ କେବଳ ସିୱାନ ଜିଲ୍ଲାରେ, ୪.୫ ଲକ୍ଷରୁ ଅଧିକ ପରିବାର ପ୍ରଥମ ଥର ପାଇଁ ଟ୍ୟାପ୍ ପାଣି ପାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସରକାର ପ୍ରତ୍ୟେକ ଗ୍ରାମୀଣ ଘରେ ଟ୍ୟାପ୍ ସଂଯୋଗ ଏବଂ ସହରାଞ୍ଚଳରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛି। ସେ ସୂଚନା ଦେଇଥିଲେ ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିହାରର ବିଭିନ୍ନ ସହରରେ ଅନେକ ପାଇପ୍ ଲାଇନ ଏବଂ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସେ କହିଥିଲେ ଯେ ବର୍ତ୍ତମାନ ଡଜନ ଡଜନ ନୂତନ ସହର ପାଇଁ ନୂତନ ପାଇପ୍ ଲାଇନ ଏବଂ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ମଞ୍ଜୁର କରାଯାଇଛି। ଏହି ସମସ୍ତ ପ୍ରକଳ୍ପ ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ଜୀବନର ଗୁଣବତ୍ତା ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ ।
ପୂର୍ବ ସରକାରଙ୍କ ଟ୍ରାକ୍ ରେକର୍ଡକୁ କଡ଼ା ସମାଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କର କାର୍ଯ୍ୟ ସର୍ବଦା ବିହାର ବିରୋଧୀ ଏବଂ ନିବେଶ ବିରୋଧୀ ଥିଲା। ଯେତେବେଳେ ଏହି ଦଳଗୁଡ଼ିକ ବିକାଶର କଥା କୁହନ୍ତି, ଲୋକମାନେ ବନ୍ଦ ଦୋକାନ, ଠପ୍ ବ୍ୟବସାୟ ଏବଂ ବନ୍ଦ ଶିଳ୍ପକୁ ମନେ ପକାନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି କାରଣରୁ ଏପରି ଦଳଗୁଡ଼ିକ କେବେବି ବିହାରର ଯୁବକମାନଙ୍କ ବିଶ୍ୱାସ ଜିତିପାରି ନାହାନ୍ତି। ସେ କହିଥିଲେ ଯେ ଏହି ଦଳଗୁଡ଼ିକ ସର୍ବଦା କ୍ଷୟକ୍ଷତି ଭିତ୍ତିଭୂମି, ମାଫିଆ ଶାସନ, ଅରାଜକତା ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରର ପ୍ରତିଭାବାନ ଯୁବକମାନେ ବାସ୍ତବରେ ହେଉଥିବା କାର୍ଯ୍ୟକୁ ନିକଟରୁ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ କରୁଛନ୍ତି। ସେ ମାରହୋୱା ଲୋକୋମୋଟିଭ୍ କାରଖାନାକୁ ବିହାରରେ ଏନଡିଏର ବିକାଶ ମଡେଲର ଏକ ପ୍ରମୁଖ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ସେ ସୂଚନା ଦେଇଥିଲେ ଯେ ମାରହୋୱା କାରଖାନାରେ ନିର୍ମିତ ପ୍ରଥମ ଇଞ୍ଜିନ ଆଫ୍ରିକାକୁ ରପ୍ତାନି କରାଯାଉଛି, ଯାହା ଏକ ଐତିହାସିକ ସଫଳତା। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି କାରଖାନା ସାରଣ ଜିଲ୍ଲାରେ ଅଛି, ଯାହାକୁ ପୂର୍ବ ସରକାର ଥରେ ପଛୁଆ ବୋଲି କହିଥିଲେ। ସେ କହିଥିଲେ ଯେ ଆଜି ଏହି ଜିଲ୍ଲାଟି ବିଶ୍ୱ ଉତ୍ପାଦନ ଏବଂ ରପ୍ତାନି ମାନଚିତ୍ରରେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ବିହାରର ବିକାଶ ଇଞ୍ଜିନକୁ ବନ୍ଦ କରିବା ପାଇଁ ପୂର୍ବ ସରକାରଗୁଡ଼ିକୁ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ ବିହାରରେ ତିଆରି ଇଞ୍ଜିନ ଏବେ ଆଫ୍ରିକାରେ ଟ୍ରେନଗୁଡ଼ିକୁ ଶକ୍ତି ପ୍ରଦାନ କରିବ। ସେ ଏହାକୁ ଏକ ମହାନ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଦୃଢ଼ ବିଶ୍ୱାସର ସହିତ କହିଥିଲେ ଯେ ବିହାର ‘ମେଡ୍ ଇନ୍ ଇଣ୍ଡିଆ‘ ଉତ୍ପାଦନ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବ। ସେ କହିଥିଲେ ଯେ କେବଳ ମାଖାନା, ଫଳ ଏବଂ ପନିପରିବା ଭଳି ସ୍ଥାନୀୟ ଉତ୍ପାଦଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିବ ନାହିଁ, ବରଂ ବିହାରର କାରଖାନାଗୁଡ଼ିକରେ ଉତ୍ପାଦିତ ସାମଗ୍ରୀର ସାରା ବିଶ୍ୱରେ ଚାହିଦା ମଧ୍ୟ ରହିବ। “ବିହାରର ଯୁବକମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ଏକ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣକୁ ସୁଦୃଢ଼ କରିବ“, ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରରେ ବିକଶିତ ହେଉଥିବା ଆଧୁନିକ ଭିତ୍ତିଭୂମି ବିହାରର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି ଯେ ବିହାରରେ ରାସ୍ତା, ରେଳ, ବିମାନ ଯାତ୍ରା ଏବଂ ଜଳପଥରେ ଅଭୂତପୂର୍ବ ନିବେଶ କରାଯାଉଛି। ସେ କହିଛନ୍ତି ଯେ ବିହାରରେ ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ ସମେତ ନିରନ୍ତର ନୂତନ ଟ୍ରେନ ଆସୁଛି। ଏକ ପ୍ରମୁଖ ସଫଳତା ଘୋଷଣା କରି ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ, ବାବା ହରିହରନାଥଙ୍କ ଭୂମି ବର୍ତ୍ତମାନ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ମାଧ୍ୟମରେ ବାବା ଗୋରଖନାଥଙ୍କ ଭୂମି ସହିତ ସଂଯୁକ୍ତ। ସେ କହିଛନ୍ତି ଯେ ନୂତନ ପାଟନା–ଗୋରଖପୁର ବନ୍ଦେ ଭାରତ ଟ୍ରେନ ପୂର୍ବାଞ୍ଚଳରେ ଭଗବାନ ଶିବଙ୍କ ଭକ୍ତମାନଙ୍କୁ ଏକ ଆଧୁନିକ ଯାତ୍ରା ବିକଳ୍ପ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ଟ୍ରେନ ଭଗବାନ ବୁଦ୍ଧଙ୍କ ତପସ୍ଥଳୀ ଏବଂ ତାଙ୍କ ମହାପରିନିର୍ବାଣ ସ୍ଥାନ କୁଶୀନଗର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବରେ କାର୍ଯ୍ୟ କରେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ପ୍ରୟାସ ବିହାରରେ କେବଳ ଶିଳ୍ପ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ନାହିଁ, ବରଂ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ବହୁଳ ଭାବରେ ଲାଭ ଦେବ। ସେ କହିଛନ୍ତି ଯେ ଏପରି ବିକାଶ ବିହାରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଧିକ ପ୍ରମୁଖ ଭାବରେ ଉଭା ହେବାରେ ସାହାଯ୍ୟ କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ବିହାରର ଯୁବକମାନଙ୍କ ପାଇଁ ଅଗଣିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନର ଆତ୍ମା ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବା ଏବଂ ଭେଦଭାବ ଦୂର କରିବା। ସେ ‘ସବକା ସାଥ, ସବକା ବିକାଶ‘ ମନ୍ତ୍ର ମାଧ୍ୟମରେ ଏହି ନୀତି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ। ପୂର୍ବ ସରକାରଙ୍କ ଆଭିମୁଖ୍ୟ ସହିତ ଏହାକୁ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ରାଜନୀତି “ପରିବାର–ପ୍ରଥମେ” ବିକାଶ ଉପରେ କେନ୍ଦ୍ରିତ, ଯାହା କେବଳ ସେମାନଙ୍କ ସ୍ୱାର୍ଥ ପାଇଁ ସେବା କରେ। ଶ୍ରୀ ମୋଦୀ ବିହାର ଏବଂ ଦେଶର ଲକ୍ଷ ଲକ୍ଷ ପରିବାରର ସ୍ୱାର୍ଥକୁ ନିଜ ପରିବାର ପାଇଁ କ୍ଷତି ପହଞ୍ଚାଇବା ପାଇଁ ସେମାନଙ୍କୁ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଡକ୍ଟର ବି.ଆର. ଆମ୍ବେଦକର ଏପରି ବଂଶବାଦୀ ରାଜନୀତି ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହୋଇଥିଲେ। ସେ ଏହି ଦଳଗୁଡ଼ିକୁ ତାଙ୍କ ଐତିହ୍ୟକୁ ବାରମ୍ବାର ଅପମାନ କରୁଥିବା ଅଭିଯୋଗ କରିଥିଲେ। ସେ ଅନ୍ୟ ଏକ ଦଳ ସହିତ ଜଡିତ ଏକ ସାମ୍ପ୍ରତିକ ଘଟଣାର ଉଲ୍ଲେଖ କରିଥିଲେ, ଯେଉଁଥିରେ ଡକ୍ଟର ଆମ୍ବେଦକରଙ୍କ ଫଟୋକୁ ଅବମାନନା କରାଯାଇଥିଲା ବୋଲି ଅଭିଯୋଗ କରାଯାଇଥିଲା। ସେ କହିଛନ୍ତି ଯେ ବିହାର ସାରା କ୍ଷମା ପ୍ରାର୍ଥନା ପୋଷ୍ଟର ଦେଖାଯାଇଛି। ସେ ସନ୍ଦେହ ପ୍ରକାଶ କରିଥିଲେ ଯେ କୌଣସି କ୍ଷମା ପ୍ରାର୍ଥନା କରାଯିବ ନାହିଁ, କାରଣ ଏହି ଦଳଗୁଡ଼ିକରେ ଦଳିତ ଏବଂ ମହାଦଳିତଙ୍କ ପ୍ରତି ପ୍ରକୃତ ସମ୍ମାନର ଅଭାବ ରହିଛି। ଶ୍ରୀ ମୋଦୀ କହିଛନ୍ତି ଯେ ପୂର୍ବ ସରକାରମାନେ ଡକ୍ଟର ଆମ୍ବେଦକରଙ୍କ ପ୍ରତିଛବିକୁ ନିଜ ପାଦ ତଳେ ରଖିଥିଲେ, ଯେତେବେଳେ ସେ ଡକ୍ଟର ଆମ୍ବେଦକରଙ୍କୁ ନିଜ ହୃଦୟରେ ରଖିଛନ୍ତି। ସେ ସେମାନଙ୍କୁ ଡକ୍ଟର ଆମ୍ବେଦକରଙ୍କ ଅପମାନ କରି ନିଜକୁ ଡକ୍ଟର ଆମ୍ବେଦକରଙ୍କ ଠାରୁ ବଡ଼ ଦେଖାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ବିହାରର ଲୋକମାନେ ବାବା ସାହେବଙ୍କ ପ୍ରତି ଏହି ଅପମାନକୁ କେବେ ଭୁଲିପାରିବେ ନାହିଁ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରର ଦ୍ରୁତ ପ୍ରଗତି ପାଇଁ ଆବଶ୍ୟକ ଲଞ୍ଚିଂ ପ୍ୟାଡ୍ ଶ୍ରୀ ନୀତିଶ କୁମାରଙ୍କ ପ୍ରୟାସ ଦ୍ୱାରା ପ୍ରସ୍ତୁତ ହୋଇସାରିଛି। ଏବେ ମେଣ୍ଟର ଦାୟିତ୍ୱ ହେଉଛି ଏକାଠି କାମ କରିବା ଏବଂ ବିହାରକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବା। ଶ୍ରୀ ମୋଦୀ ବିହାରର ଯୁବକମାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ସେମାନେ ଏକାଠି ହୋଇ ରାଜ୍ୟର ପ୍ରାଚୀନ ଗୌରବର ପୁନରୁଦ୍ଧାର କରିବେ ଏବଂ ବିହାରକୁ ବିକଶିତ ଭାରତର ଏକ ଶକ୍ତିଶାଳୀ ଇଞ୍ଜିନରେ ପରିଣତ କରିବେ। ସେ ତାଙ୍କର ଭାଷଣ ଶେଷ କରି ଚାଲୁଥିବା ବିକାଶମୂଳକ ପଦକ୍ଷେପ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିହାର ରାଜ୍ୟପାଳ ଶ୍ରୀ ଆରିଫ୍ ମହମ୍ମଦ ଖାଁ, ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ, ଶ୍ରୀ ଜିତନ୍ ରାମ ମାଞ୍ଝି, ଶ୍ରୀ ଗିରିରାଜ ସିଂହ, ଶ୍ରୀ ଚିରାଗ ପାସୱାନ, ଶ୍ରୀ ନିତ୍ୟାନନ୍ଦ ରାୟ, ଶ୍ରୀ ରାମନାଥ ଠାକୁର, ଡକ୍ଟର ରାଜ ଭୂଷଣ ଚୌଧୁରୀ, ଶ୍ରୀ ସତୀଶ ଚନ୍ଦ୍ର ଦୁବେ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ପୃଷ୍ଠଭୂମି
ବିହାରରେ ଭିତ୍ତିଭୂମି ଏବଂ ସାମାଜିକ–ଆର୍ଥିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସିୱାନରେ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି।
ଏହି ଅଞ୍ଚଳରେ ରେଳ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେଇ, ପ୍ରଧାନମନ୍ତ୍ରୀ ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନୂତନ ବୈଶାଳୀ–ଦେଓରିଆ ରେଳ ଲାଇନ ପ୍ରକଳ୍ପର ଉଦଘାଟନ କରିଛନ୍ତି ଏବଂ ଏହି ରୁଟରେ ଏକ ନୂତନ ଟ୍ରେନ ସେବାକୁ ପତାକା ଦେଖାଇଛନ୍ତି। ଏହା ସହିତ, ଉତ୍ତର ବିହାରରେ ସଂଯୋଗକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ମୁଜାଫରପୁର ଏବଂ ବେଟିଆ ଦେଇ ପାଟଳୀପୁତ୍ର ଏବଂ ଗୋରଖପୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
“ମେକ୍ ଇନ୍ ଇଣ୍ଡିଆ – ମେକ୍ ଫର୍ ଦି ୱାର୍ଲ୍ଡ” ଦୃଷ୍ଟିକୋଣକୁ ଆଗକୁ ବଢ଼ାଉ ପ୍ରଧାନମନ୍ତ୍ରୀ ମାଧୌରା ପ୍ଲାଣ୍ଟରେ ନିର୍ମିତ ଅତ୍ୟାଧୁନିକ ଲୋକୋମୋଟିଭ୍ ଗିନି ଗଣରାଜ୍ୟକୁ ରପ୍ତାନି ପାଇଁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି କାରଖାନାରେ ନିର୍ମିତ ଏହା ପ୍ରଥମ ରପ୍ତାନି ଲୋକୋମୋଟିଭ୍। ଏଗୁଡ଼ିକ ଉଚ୍ଚ–ହର୍ସପାୱାର ଇଞ୍ଜିନ୍, ଉନ୍ନତ ଏସି ପ୍ରପଲ୍ସନ୍ ସିଷ୍ଟମ୍, ମାଇକ୍ରୋପ୍ରୋସେସର–ଆଧାରିତ ନିୟନ୍ତ୍ରଣ ପ୍ରଣାଳୀ, ଏରଗୋନମିକ୍ କ୍ୟାବ୍ ଡିଜାଇନ୍ ଏବଂ ପୁନର୍ଜନ୍ମ ବ୍ରେକିଂ ଭଳି ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ।
ଗଙ୍ଗା ନଦୀର ସଂରକ୍ଷଣ ଓ ପୁନର୍ଜୀବନ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନମାମି ଗଙ୍ଗେ ପ୍ରକଳ୍ପ ଅଧୀନରେ ୧୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଛଅଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ଉଦଘାଟନ କରିଛନ୍ତି, ଯାହା ଏହି ଅଞ୍ଚଳର ଲୋକଙ୍କ ଆବଶ୍ୟକତା ପୂରଣ କରିବ।
ପ୍ରଧାନମନ୍ତ୍ରୀ ବିହାରର ବିଭିନ୍ନ ସହରରେ ୩୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜଳ ଯୋଗାଣ, ପରିମଳ ଏବଂ ଏସଟିପି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ, ଯାହାର ଲକ୍ଷ୍ୟ ଏହି ସହରଗୁଡ଼ିକର ନାଗରିକମାନଙ୍କୁ ସ୍ୱଚ୍ଛ ଏବଂ ନିରାପଦ ପାନୀୟ ଜଳ ଯୋଗାଇବ।
ପ୍ରଧାନମନ୍ତ୍ରୀ ବିଦ୍ୟୁତ୍ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ ବିହାରରେ ୫୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ (ବିଇଏସଏସ)ର ଶିଳାନ୍ୟାସ କରିଛନ୍ତି। ରାଜ୍ୟର ୧୫ଟି ଗ୍ରୀଡ୍ ସବଷ୍ଟେସନରେ ଷ୍ଟାଣ୍ଡଏଲୋନ୍ ବିଇଏସଏସ ସ୍ଥାପନ କରାଯାଉଛି, ଯେଉଁଥିରେ ମୁଜାଫରପୁର, ମୋତିହାରୀ, ବେଟିଆ, ସିୱାନ ଇତ୍ୟାଦି ଅନ୍ତର୍ଭୁକ୍ତ। ପ୍ରତ୍ୟେକ ସବଷ୍ଟେସନରେ ସ୍ଥାପିତ ହେବାକୁ ଥିବା ବ୍ୟାଟେରୀର କ୍ଷମତା ୨୦ ରୁ ୮୦ ମେଗାୱାଟ୍। ଏହା ବଣ୍ଟନ କମ୍ପାନୀଗୁଡ଼ିକୁ ମହଙ୍ଗା ଦରରେ ବିଦ୍ୟୁତ୍ କ୍ରୟ କରିବାରୁ ରକ୍ଷା କରିବ, କାରଣ ପୂର୍ବରୁ ସଂରକ୍ଷିତ ବିଦ୍ୟୁତ୍ ଗ୍ରୀଡକୁ ପୁଣି ପଠାଯିବ, ଯାହା ସିଧାସଳଖ ଗ୍ରାହକମାନଙ୍କୁ ଲାଭ ଦେବ।
ପ୍ରଧାନମନ୍ତ୍ରୀ ବିହାରରେ ୫୩୬୦୦ ରୁ ଅଧିକ ପିଏମଏୱାଇୟୁ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମଧ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ମୋଦୀ ୬୬୦୦ ରୁ ଅଧିକ ସମ୍ପୂର୍ଣ୍ଣ ପିଏମଏୱାଇୟୁ ହିତାଧିକାରୀଙ୍କୁ ଗୃହ ପ୍ରବେଶ ଉତ୍ସବ ଉପଲକ୍ଷେ ଚାବି ମଧ୍ୟ ପ୍ରଦାନ କରିବେ।
TKM
बिहार के सर्वांगीण विकास के लिए डबल इंजन सरकार प्रतिबद्ध है। आज सिवान से हजारों करोड़ रुपये की परियोजनाओं का शिलान्यास-लोकार्पण कर अत्यंत प्रसन्न हूं। https://t.co/Jh75fgXpwB
— Narendra Modi (@narendramodi) June 20, 2025
बिहार समृद्ध होगा और देश की समृद्धि में भी बड़ी भूमिका निभाएगा: PM @narendramodi pic.twitter.com/ZCu7NPMC1a
— PMO India (@PMOIndia) June 20, 2025
बीते एक दशक में रिकॉर्ड 25 करोड़ भारतीयों ने गरीबी को पराजित किया है: PM @narendramodi pic.twitter.com/Ye5p9MReIS
— PMO India (@PMOIndia) June 20, 2025
बिहार, मेड इन इंडिया का एक बड़ा सेंटर बनेगा: PM @narendramodi pic.twitter.com/VIwOQErN3s
— PMO India (@PMOIndia) June 20, 2025
सिवान में जनता-जनार्दन का जोश और उत्साह बताता है कि बिहार के विकास को लेकर डबल इंजन सरकार में उनका विश्वास कितना गहरा है। pic.twitter.com/Ps6oXIMXC3
— Narendra Modi (@narendramodi) June 20, 2025
पीएम आवास योजना के तहत आज जिन परिवारों के गृह प्रवेश का सपना पूरा हुआ है, मुझे उनका भरपूर आशीर्वाद मिला है। उनके चेहरे की खुशी देखकर बहुत संतोष हुआ है। pic.twitter.com/4OFGBSCB6J
— Narendra Modi (@narendramodi) June 20, 2025
हमने भले ही बिहार के लिए बहुत कुछ किया है, लेकिन मोदी इतने पर रुकने वाला नहीं है। मुझे यहां के गांव-गांव, घर-घर और हर नौजवान के लिए अभी बहुत कुछ करना है। pic.twitter.com/sQEMMYZVw9
— Narendra Modi (@narendramodi) June 20, 2025
बिहार सहित देशभर के मेरे परिवार का एक भी सदस्य पीछे न रहे, मैं ये सपना लेकर चला हूं और उसे निरंतर साकार करने में जुटा हूं। pic.twitter.com/7E6s0iCJbw
— Narendra Modi (@narendramodi) June 20, 2025
आरजेडी-कांग्रेस की करतूतें हमेशा विकास विरोधी रही हैं। वहीं डबल इंजन सरकार आज नया बिहार बनाने में जुटी है, मढ़ौरा रेल फैक्ट्री इसका एक बड़ा उदाहरण है। pic.twitter.com/oyxxlLs1qW
— Narendra Modi (@narendramodi) June 20, 2025
एक तरफ वो लोग हैं जो बाबासाहेब की तस्वीरों को अपने पैरों में रखते हैं, लेकिन मोदी बाबासाहेब अम्बेडकर को अपने दिल में रखता है। pic.twitter.com/ibsLJj3pxA
— Narendra Modi (@narendramodi) June 20, 2025