ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬-୭ ଜୁଲାଇ ୨୦୨୫ରେ ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ନେତାମାନେ ବୈଶ୍ୱିକ ଶାସନରେ ସଂସ୍କାର, ବିଶ୍ୱର ଦକ୍ଷିଣ ଭାଗରେ ସ୍ୱର ଉତ୍ତୋଳନ ବୃଦ୍ଧି, ଶାନ୍ତି ଓ ସୁରକ୍ଷା, ବହୁପାକ୍ଷିକତାକୁ ସୁଦୃଢ଼ କରିବା, ବିକାଶ ପ୍ରସଙ୍ଗ ତଥା କୃତ୍ରିମ ବୁଦ୍ଧିମତ୍ତା ସମେତ ବ୍ରିକ୍ସ ଏଜେଣ୍ଡାର ବିଭିନ୍ନ ପ୍ରସଙ୍ଗ ଉପରେ ଫଳପ୍ରଦ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ବ୍ରାଜିଲର ରାଷ୍ଟ୍ରପତିଙ୍କୁ ତାଙ୍କର ଭବ୍ୟ ଆତିଥ୍ୟ ଏବଂ ସମ୍ମିଳନୀର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ “ବୈଶ୍ୱିକ ଶାସନ ସଂସ୍କାର ଏବଂ ଶାନ୍ତି ଓ ସୁରକ୍ଷା” ଶୀର୍ଷକ ଉଦଘାଟନୀ ଅଧିବେଶନରେ ସମ୍ବୋଧିତ କରିଥିଲେ । ପରେ, ପ୍ରଧାନମନ୍ତ୍ରୀ “ବହୁମୁଖୀ, ଅର୍ଥନୈତିକ ବ୍ୟାପାର ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ ସୁଦୃଢ଼ କରିବା” ଶୀର୍ଷକ ଏକ ଅଧିବେଶନରେ ମଧ୍ୟ ସମ୍ବୋଧିତ କରିଥିଲେ । ଏହି ଅଧିବେଶନରେ ବ୍ରିକ୍ସ ଅଂଶୀଦାର ଏବଂ ନିମନ୍ତ୍ରିତ ଦେଶମାନେ ଅଂଶଗ୍ରହଣ କରିଥିଲେ ।
ବୈଶ୍ୱିକ ଶାସନ ଏବଂ ଶାନ୍ତି ଓ ସୁରକ୍ଷା ଉପରେ ଅଧିବେଶନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱର ଦକ୍ଷିଣ ଭାଗରେ ସ୍ୱର ଉତ୍ତୋଳନ ବୃଦ୍ଧି କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃଦୋହରାଇଲେ । ସେ ଉଲ୍ଲେଖ କରିଥିଲେ ଯେ, ବିକାଶଶୀଳ ଦେଶଗୁଡ଼ିକୁ ଜଳବାୟୁ, ଅର୍ଥ ଏବଂ ପ୍ରଯୁକ୍ତିବିଦ୍ୟାର ଉପଲବ୍ଧତା ଦୃଷ୍ଟିରୁ ସ୍ଥାୟୀ ବିକାଶ ପାଇଁ ଅଧିକ ସହଯୋଗର ଆବଶ୍ୟକତା ରହିଛି । ବିଂଶ ଶତାବ୍ଦୀର ବିଶ୍ୱ ସଂଗଠନଗୁଡ଼ିକ ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡ଼ିକୁ ପ୍ରତିହତ କରିବା ପାଇଁ ଅସମର୍ଥ ବୋଲି ସେ ଉଲ୍ଲେଖ କରିଥିଲେ । ସେହି ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ କେତେକ ସଂସ୍କାରର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏକ ବହୁଧ୍ରୁବୀୟ ଏବଂ ସମାବେଶୀ ବିଶ୍ୱ ବ୍ୟବସ୍ଥା ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମସାମୟିକ ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ, ଆଇଏମଏଫ, ବିଶ୍ୱ ବ୍ୟାଙ୍କ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ ଭଳି ବୈଶ୍ୱିକ ନେତ୍ୱତ୍ୱ ଆଧାରିତ ପ୍ରତିଷ୍ଠାନଗୁଡ଼ିକୁ ଜରୁରୀ ସଂସ୍କାର କରିବାକୁ ପଡିବ । ସେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସଂସ୍କାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଏଥିସହିତ ଶିଖର ଘୋଷଣାନାମାରେ ଏହି ପ୍ରସଙ୍ଗରେ ଏକ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଥିବାରୁ ନେତାମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ ।
ଶାନ୍ତି ଏବଂ ସୁରକ୍ଷା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଆତଙ୍କବାଦ ମାନବଜାତି ପାଇଁ ଏକ ଗମ୍ଭୀର ସମସ୍ୟା । ଏହି ପରିପ୍ରେକ୍ଷୀରେ, ସେ ଉଲ୍ଲେଖ କରିଥିଲେ ଯେ, ୨୦୨୫ ମସିହା ଏପ୍ରିଲ ମାସରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ କେବଳ ଭାରତ ଉପରେ ଆକ୍ରମଣ ନଥିଲା, ବରଂ ସମଗ୍ର ମାନବଜାତି ଉପରେ ଏକ ଆକ୍ରମଣ ଥିଲା । ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଯେଉଁମାନେ ଆତଙ୍କବାଦୀଙ୍କୁ ପାଣ୍ଠି, ପ୍ରୋତ୍ସାହନ କିମ୍ବା ସୁରକ୍ଷିତ ଆଶ୍ରୟ ପ୍ରଦାନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ସେ ଜୋର ଦେଇଥିଲେ ଯେ, ଆତଙ୍କବାଦ ସହିତ ମୁକାବିଲା କରିବାରେ କୌଣସି ଦ୍ୱନ୍ଦ୍ୱଯୁକ୍ତ ମାନଦଣ୍ଡ ରହିବା ଉଚିତ୍ ନୁହେଁ । ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଅତ୍ୟନ୍ତ କଠୋର ଶବ୍ଦରେ ନିନ୍ଦା କରିବା ପାଇଁ ସେ ବ୍ରିକ୍ସ ନେତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆତଙ୍କବାଦ ବିରୁଦ୍ଧରେ ବୈଶ୍ୱିକ ଲଢ଼େଇକୁ ସୁଦୃଢ କରିବା ପାଇଁ ବ୍ରିକ୍ସ ଦେଶଗୁଡ଼ିକୁ ଆହ୍ୱାନ କରି, ଏହି ବିପଦର ମୁକାବିଲା କରିବାରେ ଶୂନ୍ୟ ସହନଶୀଳତା ରହିବା ଉଚିତ ବୋଲି ସେ ଜୋର ଦେଇଥିଲେ ।
ଏହି ବିଷୟ ଉପରେ ଆହୁରି ବିସ୍ତାର ଭାବରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପଶ୍ଚିମ ଏସିଆରୁ ୟୁରୋପ ପର୍ଯ୍ୟନ୍ତ ମତଭେଦ ଏକ ଗଭୀର ଚିନ୍ତାର ବିଷୟ । ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ସର୍ବଦା ଏହିପରି ଦ୍ୱନ୍ଦ୍ୱର ସମାଧାନ ପାଇଁ ଆଲୋଚନା ଏବଂ କୂଟନୈତିକ ସମାଧାନ ପାଇଁ ଆହ୍ୱାନ ଦେଇଆସିଛି ଏବଂ ଏହିପରି ପ୍ରୟାସରେ ଯୋଗଦାନ ଦେବାକୁ ସର୍ବଦା ପ୍ରସ୍ତୁତ ରହିଛି ।
“ବହୁମୁଖୀ, ଅର୍ଥନୈତିକ ବ୍ୟାପାର ଏବଂ କୃତ୍ରିମ ବୁଦ୍ଧିମତ୍ତାକୁ ସୁଦୃଢ଼ କରିବା” ଶୀର୍ଷକ ଅଧିବେଶନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ, ବିବିଧତା ଏବଂ ବହୁଧ୍ରୁବୀୟତା ବ୍ରିକ୍ସର ମୂଲ୍ୟବୋଧ ଭିତ୍ତିକ ଶକ୍ତି । ସେ କହିଥିଲେ ଯେ ଯେତେବେଳେ ବିଶ୍ୱ କ୍ରମଶଃ ଚାପ ମଧ୍ୟରେ ରହିଥିଲା ଏବଂ ବିଶ୍ୱ ସମ୍ପ୍ରଦାୟ ଅନିଶ୍ଚିତତା ଓ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲା, ସେତେବେଳେ ବ୍ରିକ୍ସର ପ୍ରାସଙ୍ଗିକତା ଅତ୍ୟନ୍ତ ସ୍ପଷ୍ଟ ଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ, ବ୍ରିକ୍ସ ଏକ ବହୁଧ୍ରୁବୀୟ ବିଶ୍ୱ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହି ପରିପ୍ରେକ୍ଷୀରେ, ସେ ଚାରୋଟି ପରାମର୍ଶ ପ୍ରଦାନ କରିଥିଲେ: ପ୍ରଥମତଃ, ବ୍ରିକ୍ସ ନୂତନ ବିକାଶ ବ୍ୟାଙ୍କର ପ୍ରକଳ୍ପ ପ୍ରଦାନ ପାଇଁ ଚାହିଦା ଆଧାରିତ ନୀତି ଏବଂ ଦୀର୍ଘକାଳୀନ ସ୍ଥାୟୀତ୍ୱକୁ ଅନୁସରଣ କରିବା ଉଚିତ; ଦ୍ୱିତୀୟତଃ, ଏହି ଦଳ ଏକ ବିଜ୍ଞାନ ଓ ଗବେଷଣା ଭଣ୍ଡାର ସ୍ଥାପନ କରିବାକୁ ବିଚାର କରିବ ଯାହା ବିଶ୍ୱର ଦକ୍ଷିଣ ଭାଗ ଦେଶଗୁଡ଼ିକ ପାଇଁ ଲାଭଦାୟକ ହୋଇପାରିବ; ତୃତୀୟତଃ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଏବଂ ସ୍ଥିର କରିବା ଉପରେ ଧ୍ୟାନ ଦିଆଯିବା ଉଚିତ; ଏବଂ ଚତୁର୍ଥରେ ଏହି ଦଳ ଦାୟିତ୍ୱବାନ AI ପାଇଁ କାମ କରିବା ଉଚିତ – AI ର କାର୍ଯ୍ୟ କୌଶଳକୁ ଅନୁଧ୍ୟାନ କରିବା ସହିତ, ଏହି କ୍ଷେତ୍ରରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ସମାନ ଗୁରୁତ୍ୱ ଦିଆଯିବା ଉଚିତ ।
ନେତାମାନଙ୍କ ଅଧିବେଶନର ଶେଷରେ, ସଦସ୍ୟ ଦେଶଗୁଡ଼ିକ ‘ରିଓ ଡି ଜେନେରିଓ ଘୋଷଣାନାମା‘କୁ ଗ୍ରହଣ କରିଥିଲେ।
*****
MT
Prime Minister @narendramodi joined fellow BRICS leaders at the Summit in Rio de Janeiro, Brazil. pic.twitter.com/NkpAzm080z
— PMO India (@PMOIndia) July 6, 2025
With fellow BRICS leaders at the Summit in Rio de Janeiro, Brazil, reaffirming our commitment to closer cooperation and shared growth.
— Narendra Modi (@narendramodi) July 6, 2025
BRICS holds immense potential to shape a more inclusive and equitable global future. pic.twitter.com/ftnyp8Irm7
Ao lado dos demais líderes do BRICS, na Cúpula realizada no Rio de Janeiro, Brasil, reafirmamos nosso compromisso com uma cooperação mais estreita e com o crescimento compartilhado.
— Narendra Modi (@narendramodi) July 6, 2025
O BRICS tem um enorme potencial para contribuir na construção de um futuro global mais inclusivo… pic.twitter.com/OZWlDhkmbY
At the BRICS Summit in Rio de Janeiro, Brazil, addressed the session on ‘Peace and Security and Reform of Global Governance.’ Expressed my views on why the voice of the Global South is more important than ever before and why it’s essential that global institutions provide… pic.twitter.com/XNqG8v1BXk
— Narendra Modi (@narendramodi) July 6, 2025
India, being the land of Mahatma Gandhi and Gautam Buddha believes that no matter how difficult the circumstances are, the path of peace is the best option for the welfare of humanity. And, India will do everything possible in this direction.
— Narendra Modi (@narendramodi) July 6, 2025
There must be absolutely no hesitation in imposing sanctions against terrorists. We cannot weigh victims of terrorism and its supporters on the same scale. Any silent support or approval to terrorism for personal or political interests must be unacceptable.
— Narendra Modi (@narendramodi) July 6, 2025
At the Session on ‘Peace and Security and Reform of Global Governance’ during the BRICS Summit, reiterated India’s commitment to the values of peace and brotherhood. Afterall, world peace and security are the foundations of our shared interests and future.
— Narendra Modi (@narendramodi) July 6, 2025
Addressed the BRICS Summit Plenary session on ‘Strengthening Multilateralism, Economic-Financial Affairs, and Artificial Intelligence.’ Focused on how to make the BRICS platform even more effective in this increasingly multipolar world. Also gave a few suggestions which are… pic.twitter.com/zRqyEa9q2v
— Narendra Modi (@narendramodi) July 7, 2025
Fourth, we must work towards Responsible AI. We in India believe in AI as a tool to enhance human values and capabilities. Guided by the mantra of ‘AI for All’, India is actively using AI in many sectors. We believe that in AI governance, addressing concerns and encouraging…
— Narendra Modi (@narendramodi) July 7, 2025
The Global South has many expectations from us. To fulfill them, we must follow the principle of ‘Lead by Example.’ India is fully committed to working shoulder to shoulder with all partners to achieve our shared goals.
— Narendra Modi (@narendramodi) July 7, 2025