ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରାସିଲିଆର ଏକ ସରକାରୀ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ଆଜି ବ୍ରାଜିଲର ଅଲ୍ଭୋରାଡା ପ୍ୟାଲେସରେ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କ ସହ ସାକ୍ଷାତ କରିଛନ୍ତି । ପହଞ୍ଚିବା ପରେ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ରାଷ୍ଟ୍ରପତି ଲୁଲା ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ ।
ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଲୁଲା ସୀମିତ ଏବଂ ପ୍ରତିନିଧିସ୍ତରୀୟ ଢ଼ାଞ୍ଚାରେ ଆଲୋଚନା କରିଥିଲେ । ଭାରତ ଓ ବ୍ରାଜିଲ ମଧ୍ୟରେ ବହୁମୁଖୀ ରଣନୈତିକ ସହଭାଗିତାର ସମସ୍ତ ଦିଗ ଉପରେ ସେମାନେ ଆଲୋଚନା କରିଥିଲେ । ସେମାନେ ଭାରତ-ବ୍ରାଜିଲ ମଧ୍ୟରେ ମଧୁର ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆଧାର କରୁଥିବା ଏକ ସମାନ ମୂଲ୍ୟବୋଧକୁ ପୁନଃସ୍ଥାପିତ କରିଥିଲେ । ଉଭୟ ନେତା ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଔଷଧ, ମହାକାଶ, ନବୀକରଣଯୋଗ୍ୟ ଶକ୍ତି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ଶକ୍ତି ସୁରକ୍ଷା, ଭିତ୍ତିଭୂମି ବିକାଶ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ୟୁପିଆଇ, ପାରିମ୍ପରିକ ଔଷଧ, ଯୋଗ, କ୍ରୀଡା ସମ୍ପର୍କ, ସଂସ୍କୃତି ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଇତ୍ୟାଦି କ୍ଷେତ୍ରରେ ସହଯୋଗ ଉପରେ ଆଲୋଚନା କରିଥିଲେ । ସେମାନେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଏଆଇ ଏବଂ ସୁପରକମ୍ପ୍ୟୁଟର୍ସ, ଡିଜିଟାଲ ସହଯୋଗ ଏବଂ ଗତିଶୀଳତା ଭଳି ନୂତନ କ୍ଷେତ୍ରରେ ସହଯୋଗ ପାଇଁ ମାର୍ଗ ଅନୁସନ୍ଧାନ କରିଥିଲେ ।
ବାଣିଜ୍ୟ ଏବହଂ ବାଣିଜ୍ୟିକ ବିଷୟ ଉପରେ ଆଲୋଚନା ପାଇଁ ଏକ ମନ୍ତ୍ରୀସ୍ତରୀୟ ତନ୍ତ୍ର ପ୍ରତିଷ୍ଠାକୁ ଉଭ୍ରୟ ନେତା ସ୍ୱାଗତ କରିଛନ୍ତି । ସେମାନେ ଭାରତ – ମରକୋସୁର ବାଣିଜ୍ୟ ଚୁକ୍ତିନାମା ସମ୍ପ୍ରସାରଣ ସମତେ ଦ୍ୱିପାକ୍ଷିକ ବାଣିଜ୍ୟକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨ ହଜାର କୋଟି ଆମେରିକୀୟ ଡଲାରକୁ ବୃଦ୍ଧି କରିବା ପାଇଁ ଉଭୟ ନେତା ଲକ୍ଷ୍ୟ ରଖିଛନ୍ତି । ଶକ୍ତି କ୍ଷେତ୍ରରେ ଚାଲିଥିବା ସହଯୋଗର ସମୀକ୍ଷା କରି, ଉଭୟ ଦେଶରେ ହାଇଡ୍ରୋକାର୍ବନ ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଅପାର ସମ୍ଭାବନା ଥିବାରୁ ନିବେଶର ସୁଯୋଗ ସନ୍ଧାନ କରିବାକୁ ଦୁଇ ନେତା ସହମତ ହୋଇଛନ୍ତି ।
ଅପ୍ରେଲ ୨୦୨୫ରେ ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସହ ଏକାଠି ଛିଡା ହେବା ଏବଂ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ବ୍ରାଜିଲକୁ ଧନ୍ୟବାଦ ଜଣାଇଥିଲେ । ଏହା ଆତଙ୍କବାଦର ସମସ୍ତ ରୂପ ଏବଂ କାର୍ଯ୍ୟକଳାପର ମୁକାବିଲା କରିବା ପାଇଁ ଦୁଇ ଦେଶ ଦୃଢ଼ ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛି । ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ରହିବା ଉଚିତ ଏବଂ ଏପରି ଅମାନବୀୟ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କର ଦୃଢ଼ ମୁକାବିଲ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି । ଏଥିସହ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ କରିବା ସହ ଏହାକୁ ପରାସ୍ତ କରିବା ପାଇଁ ଦୁଇ ଦେଶକୁ ଏକତ୍ର ହୋଇ ବିଶ୍ୱ ସମ୍ପ୍ରଦାୟ ସହିତ କାମ କରିବାକୁ ପଡିବ ବୋଲି ରାଷ୍ଟ୍ରପତି ଲୁଲା ସହମତ ହୋଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ । ସେମାନେ ବହୁପକ୍ଷବାଦ ଏବଂ ଜାତିସଂଘ ସୁରକ୍ଷା ପରିଷଦ ସମେତ ବିଶ୍ୱସ୍ତରୀୟ ଶାସନ ପ୍ରତିଷ୍ଠାନଗୁଡିକର ସଂସ୍କାର ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିଶ୍ୱସ୍ତରୀୟ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଏକାଠି କାମ କରିବାକୁ ମଧ୍ୟ ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଆଗାମୀ ସିଓପି୩୦ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ପାଇଁ ବ୍ରାଜିଲକୁ ଶୁଭେଚ୍ଛା ଜଣାଇଥିଲେ । ସେମାନେ ଗ୍ଲୋବାଲ ସାଉଥକୁ ଆଗକୁ ବଢ଼ାଇବା ପାଇଁ ଏକତ୍ର କାର୍ଯ୍ୟ ଜାରି ରଖିବାକୁ ସହମତ ହୋଇଥିଲେ ।
ଆଲୋଚନା ପରେ ଆତଙ୍କବାଦ ବିରୋଧୀ, ସୁରକ୍ଷା କ୍ଷେତ୍ରରେ ସୂଚନା ଆଦାନପ୍ରଦାନ, କୃଷି ଗବେଷଣା, ନବୀକରଣଯୋଗ୍ୟ ଶକ୍ତି, ବୌଦ୍ଧିକ ସମ୍ପତ୍ତି ଅଧିକାର ଏବଂ ଡିଜିଟାଲ ସହଯୋଗ (ଇଣ୍ଡିଆ ଷ୍ଟାକ) କ୍ଷେତ୍ରରେ ଛଅଟି ବୁଝାମଣାପତ୍ର (ବିବରଣୀ ଏଠାରେ ଦେଖାଯାଇପାରେ) ଚୂଡାନ୍ତ ହୋଇଥିଲା । ସରକାରୀ ଗସ୍ତ ଅବସରରେ ଏକ ମିଳିତ ବିବୃତ୍ତି (ଲିଙ୍କ) ଗ୍ରହଣ କରାଯାଇଥିଲା ।
ରାଷ୍ଟ୍ରପତି ଲୁଲା ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଏକ ମଧ୍ୟାହ୍ନ ଭୋଜନ ଭୋଜିର ଆୟୋଜନ କରିଥିଲେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଲୁଲାଙ୍କୁ ଭବ୍ୟ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ।
SR
I thank my good friend, President Lula, the Government and wonderful people of Brazil for their kindness through this visit. Over the last few days, I have attended the BRICS Summit in Rio de Janeiro and held bilateral talks with President Lula in Brasília.@LulaOficial pic.twitter.com/QqWpI70Izz
— Narendra Modi (@narendramodi) July 8, 2025
The BRICS Summit was a splendid opportunity to elaborate on issues impacting the planet and the importance of the Global South in the global high table. I also spoke about different aspects relating to health, technology and climate change. @LulaOficial
— Narendra Modi (@narendramodi) July 8, 2025
The bilateral meeting with my good friend President Lula will invigorate India-Brazil ties. We’ve set an ambitious trade target of USD 20 billion over the coming five years. This will boost economic linkages. Equally important were the discussions on strengthening…
— Narendra Modi (@narendramodi) July 8, 2025
Held fruitful talks with President Lula, who has always been passionate about India-Brazil friendship. Our talks included ways to deepen trade ties and also diversify bilateral trade. We both agree that there is immense scope for such linkages to thrive in the coming times.… pic.twitter.com/Bn8w5BCm2X
— Narendra Modi (@narendramodi) July 8, 2025
Clean energy, sustainable development and overcoming climate change were also prominent topics of discussion in our talks. Other areas where we will work even more closely include defence, security, AI and agriculture. India-Brazil cooperation in space, semiconductors and DPI…
— Narendra Modi (@narendramodi) July 8, 2025