Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ବ୍ରିକ୍ସ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଭାରତ-ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗ ବୁଝାମଣାପତ୍ରକୁ ମଞ୍ଜୁରି ପ୍ରଦାନ କରାଯାଇଛି । ବ୍ରିକ୍ସ ସଂଗଠନରେ ଏବେ ଭାରତ ବ୍ୟତୀତ ବ୍ରାଜିଲ, ରୁଷ ମହାସଂଘ, ଚୀନ ଓ ଦକ୍ଷିଣ ଆଫ୍ରିକା ସଦସ୍ୟ ଅଛନ୍ତି । ଟିକସ ବ୍ୟାପାର ସଂକ୍ରାନ୍ତରେ ଭାରତ ସହ ଏହିସବୁ ରାଷ୍ଟ୍ରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ଅଧିକ ସମନ୍ୱୟ ସୃଷ୍ଟି କରିବା ଏହି ବୁଝାମଣା ପତ୍ରର ଉଦ୍ଦେଶ୍ୟ । ଟିକସଜନିତ ପାରସ୍ପରିକ ସ୍ୱାର୍ଥ ଜଡିତ ପ୍ରସଙ୍ଗରେ ଆନ୍ତର୍ଜାତୀୟ ଫୋରମରେ ଏହା ସହଯୋଗ ବୃଦ୍ଧି କରିବ । ପୁନଶ୍ଚ ଦକ୍ଷତା ବୃଦ୍ଧି ଓ ଜ୍ଞାନ ଆଦାନପ୍ରଦାନ ଦିଗରେ ମଧ୍ୟ ଏହା ଉପକାରସିଦ୍ଧ ହେବ । ବ୍ରିକ୍ସ ସଂଗଠନର ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କ ରାଜସ୍ୱ ପ୍ରଶାସନର ମୁଖ୍ୟମାନେ ନିୟମିତ ସମୟ ବ୍ୟବଧାନରେ ସମାନ ସ୍ୱାର୍ଥ ଥିବା ପ୍ରସଙ୍ଗ ଉପରେ ଆଲୋଚନା କରି ସହମତିରେ ପହଞ୍ଚିପାରିବେ । ଅନ୍ତରାଷ୍ଟ୍ରୀୟ ଟିକସ କ୍ଷେତ୍ରରେ ଥିବା ସମସ୍ୟା ଓ ଅସୁବିଧା ଏହା ଫଳରେ ଦୂର ହୋଇପାରିବ । ପୁନଶ୍ଚ, ପରସ୍ପର ମଧ୍ୟରେ ଆଦାନପ୍ରଦାନ କରାଯାଉଥିବା ଟିକସ ସଂକ୍ରାନ୍ତ ସୂଚନାକୁ ସେମାନେ ଗୋପନୀୟ ରଖିବେ । ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏପରି ସହଯୋଗ କେବଳ ସଦସ୍ୟ ରାଷ୍ଟ୍ରଙ୍କ ଲାଗି ନୁହେଁ, ସାମଗ୍ରୀକ ଭାବେ ଅନ୍ୟ ବିକାଶଶୀଳ ରାଷ୍ଟ୍ରଙ୍କ ପାଇଁ ମଧ୍ୟ ଦୀର୍ଘକାଳୀନ ଭିତ୍ତିରେ ବିଶେଷ କରି G-20 ର ଟିକସ ବ୍ୟାପାରରେ ସହାୟକ ହେବ ।

****