Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମତୁଆ ଧର୍ମ ମେଳାର ଭକ୍ତ ଏବଂ ଅଂଶଗ୍ରହଣକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମତୁଆ ଧର୍ମ ମେଳାର ସମସ୍ତ ଭକ୍ତ ଏବଂ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତିଏହି ସ୍ୱତନ୍ତ୍ର ଅବସରଟି ପୂର୍ଣ୍ଣ ବ୍ରହ୍ମ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଜୟନ୍ତୀ ସହିତ ଜଡ଼ିତ। “ମୁଁ ତାଙ୍କୁ ମୋର ନମ୍ର ପ୍ରଣାମ ଅର୍ପଣ କରୁଛିତାଙ୍କର ଚିନ୍ତାଧାରା ଏବଂ ଶିକ୍ଷା ଅନେକ ଲୋକଙ୍କୁ ଶକ୍ତି ଏବଂ ଆଶା ପ୍ରଦାନ କରୁଛିସେମାନେ ମର୍ଯ୍ୟାଦା, ସମାନତା ଏବଂ ଭକ୍ତି ପାଇଁ ଏକ ଶକ୍ତିଶାଳୀ ଆନ୍ଦୋଳନକୁ ଜାଗ୍ରତ କରିଥିଲେସେ ପିଢ଼ିକୁ ଧାର୍ମିକତା, ସୌହାର୍ଦ୍ଦ୍ୟ ଏବଂ ସାମୂହିକ ଉନ୍ନତିର ପଥରେ ଚାଲିବା ପାଇଁ ପ୍ରେରିତ କରିଥିଲେ “, ବୋଲି ଶ୍ରୀ ମୋଦୀ କହିଥିଲେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମତୁଆ ସଂସ୍କୃତିର ସମୃଦ୍ଧ ଏବଂ ଜୀବନ୍ତ ପରମ୍ପରା ଗଭୀର ଆଧ୍ୟାତ୍ମିକ ଶକ୍ତି ଏବଂ ସମାନତା ପ୍ରତି ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏଏହା ଆମ ଦେଶର ସାମାଜିକ ଢାଞ୍ଚାକୁ ଉଲ୍ଲେଖନୀୟ ଭାବେ ସମୃଦ୍ଧ କରିଥାଏଶ୍ରୀ ମୋଦୀ କହିଲେ, “ବିଗତ ଦଶନ୍ଧି ଧରି ଆମ ସରକାର ମତୁଆ ସମ୍ପ୍ରଦାୟର କଲ୍ୟାଣ, ସଶକ୍ତିକରଣ ଏବଂ ମର୍ଯ୍ୟାଦା ପ୍ରତି ଗଭୀର ଭାବେ ପ୍ରତିବଦ୍ଧ ଅଛନ୍ତି।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ମତୁଆ ଧର୍ମ ମେଳାର ସମସ୍ତ ଭକ୍ତ ଏବଂ ଅଂଶଗ୍ରହଣକାରୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ।

ଏହି ସ୍ୱତନ୍ତ୍ର ଅବସରଟି ପୂର୍ଣ୍ଣ ବ୍ରହ୍ମ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଜୟନ୍ତୀ ସହିତ ଜଡ଼ିତମୁଁ ତାଙ୍କୁ ମୋର ନମ୍ର ପ୍ରଣାମ ଅର୍ପଣ କରୁଛିତାଙ୍କର ଚିନ୍ତାଧାରା ଏବଂ ଶିକ୍ଷା ଅନେକ ଲୋକଙ୍କୁ ଶକ୍ତି ଏବଂ ଆଶା ପ୍ରଦାନ କରୁଛିସେମାନେ ମର୍ଯ୍ୟାଦା, ସମାନତା ଏବଂ ଭକ୍ତି ପାଇଁ ଏକ ଶକ୍ତିଶାଳୀ ଆନ୍ଦୋଳନକୁ ଜାଗ୍ରତ କରିଥିଲେସେ ପିଢ଼ି ପିଢ଼ିଙ୍କୁ ଧାର୍ମିକତା, ସୌହାର୍ଦ୍ଦ୍ୟ ଏବଂ ସାମୂହିକ ଉନ୍ନତିର ପଥରେ ଚାଲିବା ପାଇଁ ପ୍ରେରଣା ଦେଇଥିଲେ

ମତୁଆ ସଂସ୍କୃତିର ସମୃଦ୍ଧ ଏବଂ ଜୀବନ୍ତ ପରମ୍ପରା ଏକ ଗଭୀର ଆଧ୍ୟାତ୍ମିକ ଶକ୍ତି ଏବଂ ସମାନତା ପ୍ରତି ଏକ ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଏହା ଆମ ଦେଶର ସାମାଜିକ ଢାଞ୍ଚାକୁ ଉଲ୍ଲେଖନୀୟ ଭାବେ ସମୃଦ୍ଧ କରିଥାଏବିଗତ ଦଶନ୍ଧି ଧରି ଆମ ସରକାର ମତୁଆ ସମ୍ପ୍ରଦାୟର କଲ୍ୟାଣ, ସଶକ୍ତିକରଣ ଏବଂ ମର୍ଯ୍ୟାଦା ପ୍ରତି ଗଭୀର ଭାବେ ପ୍ରତିବଦ୍ଧ ରହିଛନ୍ତି

HS