ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଜୀବନର ସବୁଠାରୁ ବଡ଼ ସମ୍ପଦ ଏବଂ ଏହାକୁ ବଜାୟ ରଖିବାରେ ବ୍ୟାୟାମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଏକ ସୁସ୍ଥ ଏବଂ ସୁଖୀ ଜୀବନ କାମନା କରିଥିଲେ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଥିଲେ –
‘‘ବ୍ୟାୟାମାଲ୍ଲଭତେ ସ୍ବାସ୍ଥ୍ୟଂ ଦୀର୍ଘାୟୁଷ୍ଣେ ବଳଂ ସୁଖମ୍ ।
ଆରୋଗ୍ୟଂ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍ ।।’’
ସୁଭାଷିତମ୍ ପ୍ରକାଶ କରେ ଯେ ବ୍ୟାୟାମ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ, ଶକ୍ତି ଏବଂ ସୁଖ ପ୍ରଦାନ କରିଥାଏ। ଉତ୍ତମ ସ୍ୱାସ୍ଥ୍ୟ ହେଉଛି ସବୁଠାରୁ ବଡ଼ ଆଶୀର୍ବାଦ। ସ୍ୱାସ୍ଥ୍ୟ ହେଉଛି ସବୁକିଛିର ମାଧ୍ୟମ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଥିଲେ;
“ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଜୀବନର ସବୁଠାରୁ ବଡ଼ ସମ୍ପତ୍ତି, ଯେଉଁଥିରେ ବ୍ୟାୟାମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ସମସ୍ତ ଦେଶବାସୀଙ୍କ ପାଇଁ ଏକ ସୁସ୍ଥ ଏବଂ ସୁଖୀ ଜୀବନ କାମନା କରୁଛି।
‘‘ବ୍ୟାୟାମାଲ୍ଲଭତେ ସ୍ବାସ୍ଥ୍ୟଂ ଦୀର୍ଘାୟୁଷ୍ଣେ ବଳଂ ସୁଖମ୍ ।
ଆରୋଗ୍ୟଂ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍ ।।’’
HS
अच्छा स्वास्थ्य ही जीवन की सबसे बड़ी संपत्ति है, जिसमें व्यायाम की भूमिका बहुत महत्वपूर्ण है। मैं सभी देशवासियों के स्वस्थ और सुखी जीवन की कामना करता हूं।
— Narendra Modi (@narendramodi) March 16, 2026
व्यायामाल्लभते स्वास्थ्यं दीर्घायुष्यं बलं सुखम्।
आरोग्यं परमं भाग्यं स्वास्थ्यं सर्वार्थसाधनम्॥ pic.twitter.com/JoDbsmETm7