Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାକାଶ କ୍ଷେତ୍ରରେ ଭାରତର ବୃଦ୍ଧି ପାଉଥିବା କ୍ଷମତା ଉପରେ ଏକ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ମହାକାଶ ଗୁପ୍ତଚର ଏବଂ ପ୍ରତିରକ୍ଷା କମ୍ପାନୀ ଦିଗାନ୍ତରର ପ୍ରତିଷ୍ଠାତାର ଅନିରୁଦ୍ଧ ଶର୍ମା ଏବଂ ତନବୀର ଅହମ୍ମଦଙ୍କ ଦ୍ୱାରା ଲିଖିତ ଏକ ଲେଖା ଶେୟାର କରିଛନ୍ତି ।

ଏହି ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି ଯେ, ଭାରତ କିପରି ଦ୍ରୁତ ଗତିରେ ଆତ୍ମନିର୍ଭରଶୀଳତା ଆଡକୁ ଅଗ୍ରସର ହେଉଛି ଏବଂ ଯେଉଁ କ୍ଷେତ୍ରରେ ଏହା ପୂର୍ବରୁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା ସେଠାରେ କ୍ଷମତା ବିକାଶ କରୁଛି । ଏଥିରେ ବର୍ଣ୍ଣନା କରାଯାଇଛି ଯେ ଭାରତ କିପରି ମହାକାଶ କ୍ଷେତ୍ରରେ ଏହାର କ୍ଷମତା ବୃଦ୍ଧି କରୁଛି, ନୂତନ ପ୍ରଯୁକ୍ତିବିଦ୍ୟା ବିକାଶ କରୁଛି ଏବଂ ବିଶ୍ୱରେ ଏହାର ଉପସ୍ଥିତିକୁ ସୁଦୃଢ଼ କରୁଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;

“ଭାରତ ଦ୍ରୁତ ଗତିରେ ଆତ୍ମନିର୍ଭରଶୀଳତା ଦିଗରେ ଗତି କରୁଛି । ଆଜି ଦେଶ ଏପରି କେତେକ ଜିନିଷ ନିଜେ ଉତ୍ପାଦନ କରୁଛି, ଯାହା ପାଇଁ ଦିନେ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ବିଶ୍ୱସ୍ତରୀୟ ମହାକାଶ ଗୁପ୍ତଚର ଏବଂ ପ୍ରତିରକ୍ଷା କମ୍ପାନୀ ଦିଗାନ୍ତରର ପ୍ରତିଷ୍ଠାତା ଅନିରୁଦ୍ଧ ଶର୍ମା ଏବଂ ତନବୀର ଅହମ୍ମଦ ନିଜର ଏହି ପ୍ରବନ୍ଧରେ କହିଛନ୍ତି ଯେ, କିପରି ଭାରତ ମହାକାଶ କ୍ଷେତ୍ରରେ ନିଜର କ୍ଷମତା ସମ୍ପ୍ରସାରଣ କରୁଛି, ନୂଆ ପ୍ରଯୁକ୍ତିବିଦ୍ୟା ବିକାଶ କରିବା ସହ ବିଶ୍ୱରେ ନିଜର ଉପସ୍ଥିତିକୁ ସୁଦୃଢ଼ କରୁଛି ।”

 

SR