ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଦ ଆସାମ ଟ୍ରିବ୍ୟୁନ ଗ୍ରୁପ’ ର ସମ୍ପାଦକ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.ଜି. ବରୁଆ ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
“ଆସାମ ଟ୍ରିବ୍ୟୁନ ଗ୍ରୁପ୍ର ସମ୍ପାଦକ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପି.ଜି. ବରୁଆ ଜୀଙ୍କ ବିୟୋଗରେ ମୁଁ ମର୍ମାହତ। ଗଣମାଧ୍ୟମ ଜଗତକୁ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ହୋଇ ରହିବେ। ଆସାମର ପ୍ରଗତିକୁ ଆଗକୁ ବଢ଼ାଇବା ଏବଂ ରାଜ୍ୟର ସଂସ୍କୃତିକୁ ଲୋକପ୍ରିୟ କରିବା ପାଇଁ ମଧ୍ୟ ସେ ଆଗ୍ରହୀ ଥିଲେ। ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହ ଅଛି। ଓମ୍ ଶାନ୍ତି ”
HS
Saddened by the passing away of Shri PG Baruah Ji, Editor and Managing Director of The Assam Tribune Group. He will be remembered for his contribution to the media world. He was also passionate about furthering Assam’s progress and popularising the state’s culture. My thoughts… pic.twitter.com/NONJnjKLHH
— Narendra Modi (@narendramodi) December 15, 2025
দ্য আছাম ট্ৰিবিউন গ্ৰুপৰ সম্পাদক তথা পৰিচালন সঞ্চালক শ্ৰী পি জি বৰুৱা দেৱৰ বিয়োগত মৰ্মাহত হৈছো। সংবাদ মাধ্যমৰ জগতখনলৈ আগবঢ়োৱা অৱদানৰ বাবে তেওঁ স্মৰণীয় হৈ ৰ’ব। অসমৰ প্ৰগতিক আগুৱাই নিয়াৰ লগতে ৰাজ্যৰ সংস্কৃতিক জনপ্ৰিয় কৰি তোলাৰ প্ৰতিও তেওঁ উৎসাহী আছিল। তেওঁৰ পৰিয়াল আৰু… pic.twitter.com/sUSebDRi5K
— Narendra Modi (@narendramodi) December 15, 2025