ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ସଂସ୍ଥା – ସମନ୍ୱିତ ପରିବହନ ଏବଂ ଲଜିଷ୍ଟିକ୍ସ ପ୍ରାଧିକରଣ – ଆଇଟିଏଲଏ ପ୍ରତିଷ୍ଠାକୁ ଅନୁମୋଦନ କରିଛି। ଏହା ପରିବହନ ଏବଂ ଲଜିଷ୍ଟିକ୍ସର ବ୍ୟାପକ କ୍ଷେତ୍ର ମଧ୍ୟରେ ଗବେଷଣା, ଯୋଜନା ପ୍ରସ୍ତୁତି, ମୂଲ୍ୟାଙ୍କନ, ତଦାରଖ ଏବଂ ପ୍ରଭାବ ମୂଲ୍ୟାଙ୍କନକୁ ସୁଦୃଢ଼ କରିବ ।
ବିଭିନ୍ନ ପରିବହନ ସହ ଜଡ଼ିତ ମନ୍ତ୍ରଣାଳୟ ଏବଂ ଏଜେନ୍ସି ମଧ୍ୟରେ ବିଖଣ୍ଡିତ ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରିତା ଉପୁଜିଥିବା ଦୀର୍ଘକାଳୀନ ଆହ୍ୱାନଗୁଡ଼ିକୁ ସମାଧାନ କରିବାରେ କ୍ୟାବିନେଟର ଏହି ନିଷ୍ପତ୍ତି ସହାୟକ ହୋଇପାରିବ । ଏହା ମଧ୍ୟ ଅଧିକ ସମନ୍ୱୟ ଏବଂ ବହୁମୁଖୀ ସମନ୍ୱୟକୁ ପ୍ରୋତ୍ସାହିତ କରିବ । ଆଇଟିଏଲଏ ଭାରତରେ ପରିବହନ ଭିତ୍ତିଭୂମି ବିକାଶର ଦକ୍ଷତା, ସ୍ଥାୟୀତ୍ୱ ଏବଂ ପ୍ରଭାବକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।
ଆଇଟିଏଲଏର ନିମ୍ନ ଭୂମିକା ଏବଂ ଦାୟିତ୍ୱ ରହିବ:
ଆଇଟିଏଲଏର ପ୍ରତିଷ୍ଠା ଭାରତର ‘ଭିଜନ୍ ୨୦୪୭‘କୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ବହୁମୁଖି ସଂଯୋଗୀକରଣକୁ ସୁଦୃଢ଼ କରିବା, ଭିତ୍ତିଭୂମିର ଦକ୍ଷତା ବୃଦ୍ଧି କରିବା, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବା ଏବଂ ବିଶ୍ୱସ୍ତରୀୟ ଲଜିଷ୍ଟିକ୍ସ କ୍ଷେତ୍ରରେ ଭାରତର ପ୍ରତିଯୋଗିତାମୂଳକ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ। ଆଇଟିଏଲଏ ଗବେଷଣା, ଯୋଜନା, ବିଗ୍ ଡାଟା ସମନ୍ୱୟ, ପ୍ରକଳ୍ପ ତଦାରଖ ଏବଂ ମୂଲ୍ୟାୟନ ପାଇଁ ଅନୁଷ୍ଠାନିକ କ୍ଷମତା ପ୍ରସ୍ତୁତ କରିବା ସହିତ କ୍ଷମତା ବିକାଶ ଏବଂ ଅନ୍ତର୍ଜାତୀୟ ସ୍ତରର ସର୍ବୋତ୍ତମ କାର୍ଯ୍ୟଶୈଳୀ ଗ୍ରହଣ କରିବାରେ ସହାୟତା ପ୍ରଦାନ କରିବ ।
*******
PS