ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସରକାରଙ୍କ ମୁଖ୍ୟ ଭାବରେ ଦେଶ ପାଇଁ ୨୫ ବର୍ଷର ସେବା ସମାପ୍ତ କରିବା ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ଜାମ୍ବିଆର ରାଷ୍ଟ୍ରପତି ଶ୍ରୀ ହାକାଇଣ୍ଡେ ହିଚିଲେମାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଜାମ୍ବିଆ ସହିତ ଥିବା ବନ୍ଧୁତାକୁ ଖୁବ୍ ଗୁରୁତ୍ୱ ଦିଏ ଏବଂ ଉଭୟ ଦେଶ ମଧ୍ୟରେ ଥିବା ଘନିଷ୍ଠ ଭାଗୀଦାରୀକୁ ଆଗାମୀ ଦିନରେ ଆହୁରି ମଜବୁତ କରିବାକୁ ଆଶ ରଖିଛି ।
ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି;
“ଆପଣଙ୍କ ଶୁଭେଚ୍ଛା ପାଇଁ ରାଷ୍ଟ୍ରପତି ହିଚିଲେମା, ଆପଣଙ୍କୁ ଧନ୍ୟବାଦ ।
ଭାରତ ଜାମ୍ବିଆ ସହିତ ଥିବା ବନ୍ଧୁତାକୁ ବେଶ୍ ଗୁରୁତ୍ୱ ଦିଏ ଏବଂ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବାକୁ ମୁଁ ଆଶାବାଦୀ ରହିଛି ।
@HHichilema”
SR
Thank you, President Hichilema, for your warm wishes. India deeply values its friendship with Zambia and I look forward to further strengthening our close partnership. @HHichilema
— Narendra Modi (@narendramodi) October 8, 2026