ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତୀୟ ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ(ସେବି) ଓ କୁଏତର କ୍ୟାପିଟାଲ ମାର୍କେଟ ପ୍ରାଧିକରଣ(ସିଏମ୍ଏ) ମଧ୍ୟରେ ପାରସ୍ପରିକ ସହଯୋଗ ଓ ଜ୍ଞାନକୌଶଳ ସହାୟତା ସମ୍ବନ୍ଧିତ ବୁଝାମଣା ପତ୍ର(ଏମ୍ଓୟୁ)ରେ ସ୍ୱାକ୍ଷରକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଏହି ଏମ୍ଓୟୁ ଦ୍ୱାରା ଦୁଇ ପ୍ରାଧିକରଣ ମଧ୍ୟରେ ଆର୍ଥିକ ସମ୍ବନ୍ଧୀୟ ବିକାଶ ଓ ସହଯୋଗର ବୃଦ୍ଧିର ସମ୍ଭାବନା ରହିଛି । ଉଭୟ ରାଷ୍ଟ୍ରରେ ସିକ୍ୟୁରିଟି ବଜାରର ପ୍ରଭାବୀ ଢଙ୍ଗରେ ବିକାଶ ପାଇଁ ପରିବେଶ ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ ।
ଏଥିରେ ଦୁଇ ଦେଶ ମଧ୍ୟରେ ସୂଚନା ଆଦାନପ୍ରଦାନର ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ସହାୟତା ମିଳିବ । ଏଥିରେ ସେବି ଓ ସିଏମ୍ଏର ବିଦେଶରେ ପାରସ୍ପରିକ ସହଯୋଗ ଓ ପ୍ରାଧିକରଣ ଗତିବିଧି ମଧ୍ୟ ସୁଦୃଢ଼ ହେବାର ସମ୍ଭାବନା ରହିଛି ।
***