ପିଏମଇଣ୍ଡିଆ
ସ୍ୱାସ୍ଥ୍ୟ, ମେଡିସିନ୍ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବୁଝାମଣାପତ୍ର (ଏମ୍ଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁରି ମିଳିଛି ।
ମ୍ୟାଲେରିଆ ଏବଂ ଟିବି ଭଳି ସଂକ୍ରାମକ ରୋଗର ମୁକାବିଲା, ମାନସିକ ସ୍ୱାସ୍ଥ୍ୟ ଏବଂ ଅଣସଂକ୍ରାମକ ରୋଗ ନିରାକରଣ, ଜୀବାଣୁ ନିରୋଧ ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟ ବିପର୍ଯ୍ୟୟର ମୁକାବିଲା, ଔଷଧ, ଟୀକା ଏବଂ ମେଡ଼ିକାଲ ସରଞ୍ଜାମ ଉପରେ ନିୟନ୍ତ୍ରଣ, ଡିଜିଟାଲ୍ ସ୍ୱାସ୍ଥ୍ୟ, ତମାଖୁ ନିୟନ୍ତ୍ରଣ ଏବଂ ଏ ସଂକ୍ରାନ୍ତ ଅନ୍ୟ କ୍ଷେତ୍ରରେ ସହଯୋଗ ଲାଗି ଉଭୟ ରାଷ୍ଟ୍ର ଏହି ଏମଓୟୁ ମାଧ୍ୟମରେ ପାରସ୍ପରିକ ସହଯୋଗ ଲାଗି ସହମତ ହୋଇଛନ୍ତି ।
ଏହି ଏମ୍ଓୟୁ ଫଳରେ ଉଭୟ ରାଷ୍ଟ୍ର ମଧ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବା ସହିତ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହୋଇପାରିବ ।