କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବଳ (ସିଆରପିଏଫ) ଗତ ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କ୍ରମାଗତ ୧୨ ମାସ ଧରି ଶୂନ ମୃତାହତ ଉପଲବ୍ଧି ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଶଂସା କରିଛନ୍ତି । ସେ ଏହି ‘ଶୂନ’କୁ ଏପରି ଏକ ସଂଖ୍ୟା ବୋଲି ବର୍ଣ୍ଣନା କରିଛନ୍ତି ଯାହା ଅନେକ କିଛି କହିଯାଏ।
ଶ୍ରୀ ମୋଦୀ ‘ଏକ୍ସ’ (ଟ୍ୱିଟର) ରେ ଲେଖିଛନ୍ତି;
“ଗୋଟିଏ ‘ଶୂନ’ ଯାହା ଅନେକ କିଛି କହିଯାଏ।
@crpfindia”
****
PS
A ZERO that speaks volumes. @crpfindia https://t.co/A7PQrAD5Nu
— Narendra Modi (@narendramodi) November 3, 2026