Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୫ ନଭେମ୍ବରରେ ଏସୀୟ ପାରା ଗେମ୍ସ ୨୦୨୬ରେ ଭାଗ ନେଇଥିବା ଭାରତୀୟ ଦଳ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ନଭେମ୍ବର ୨୦୨୬ ଦିନ ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍‌ରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଏସୀୟ ପାରା ଗେମ୍ସ ୨୦୨୬ରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳ ସହିତ ଭାବ ବିନିମୟ କରିବେ। ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

 

ଚଳିତ ବର୍ଷ ଜାପାନର ଆଇଚି-ନାଗୋୟାଠାରେ ଆୟୋଜିତ ଏସୀୟ ପାରା ଗେମ୍ସରେ ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତର ମୋଟ ୯୭ ଜଣ ପାରା ଆଥଲେଟ୍ ୩୦ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଏବଂ ୪୯ଟି କାଂସ୍ୟ ପଦକ ସମେତ ମୋଟ ୧୧୪ଟି ପଦକ ହାସଲ କରିଛନ୍ତି।

 

ଏହି କାର୍ଯ୍ୟକ୍ରମରେ ଖେଳାଳି, ପ୍ରଶିକ୍ଷକ, ଭାରତୀୟ ପାରାଅଲିମ୍ପିକ୍ କମିଟି ଏବଂ ଭାରତୀୟ ଅଲିମ୍ପିକ୍ ସଂଘର ଅଧିକାରୀ, ଜାତୀୟ କ୍ରୀଡା ମହାସଂଘଗୁଡ଼ିକର ପ୍ରତିନିଧି ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗଦେବେ।

 

*****

MT