ପିଏମଇଣ୍ଡିଆ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍
ବନ୍ଧୁଗଣ,
ଗଣମାଧ୍ୟମର ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି,
ସର୍ବପ୍ରଥମେ ଟ୍ୱିଟରୁ ଆରମ୍ଭ କରି ଆମର ଆଲୋଚନା ସମାପ୍ତ ହେବା ପର୍ଯ୍ୟନ୍ତ, ରାଷ୍ଟ୍ରପତି ଟ୍ରମ୍ପଙ୍କ ବନ୍ଧୁତ୍ୱପୂର୍ଣ୍ଣ ସ୍ୱାଗତର, ହ୍ୱାଇଟ୍ ହାଉସ୍ ରେ ତାଙ୍କର ତଥା ପ୍ରଥମ ମହିଳାଙ୍କ ଦ୍ୱାରା ଭବ୍ୟ ଅତିଥି ସତ୍କାରକୁ ମୁଁ ହୃଦୟର ସହିତ କୃତଜ୍ଞତା ଜ୍ଞାପନ କରୁଛି । ରାଷ୍ଟ୍ରପତି ଟ୍ରମ୍ପ, ଆପଣ ମୋ ସହିତ ଏତେ ସମୟ ଅତିବାହିତ କଲେ ସେଥିପାଇଁ ଆପଣଙ୍କୁ ବିଶେଷ ଅଭିନନ୍ଦନ । ମୋର ଏହି ଯାତ୍ରା ତଥା ମୋର ଆଉ ଆପଣଙ୍କର ଆଜିର ଆଲୋଚନା ଆମ ଦୁଇ ଦେଶର ସହଯୋଗ ଇତିହାସରେ ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପୃଷ୍ଠା ହେବ ।
ବନ୍ଧୁଗଣ, ରାଷ୍ଟ୍ରପତି ଟ୍ରମ୍ପ୍ ଏବଂ ମୋର ଆଜିର କଥାବାର୍ତ୍ତା ସବୁ ପ୍ରକାରରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା ।
ଏହା ଏଇଥି ପାଇଁ :
. କାରଣ ଏହା ପରସ୍ପର ବିଶ୍ୱାସ ଉପରେ ଆଧାରିତ ଥିଲା ।
. କାରଣ ଏହା ମଧ୍ୟ ଆମର ମୂଲ୍ୟବୋଧର ଦୃଷ୍ଟିଭଙ୍ଗୀ, ପ୍ରାଥମିକତା ଗୁଡ଼ିକ, ବିଚାରଧାରା ଏବଂ ରୁଚିଗୁଡ଼ିକର ସମାନତା ।
. କାରଣ ଏହା ଭାରତ ତଥା ଯୁକ୍ତରାଷ୍ଟ୍ର ମଧ୍ୟରେ ପରସ୍ପର ସହଯୋଗ ତଥା ସହଭାଗିତାର ଚରମ ଉପଲବ୍ଧୀ ଉପରେ କେନ୍ଦ୍ରିତ ହୋଇଛି ।
. କାରଣ ଆମେ ଦୁଇ ଜଣ ହେଉଛୁ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ।
. କାରଣ ଦୁଇ ଦେଶ ତଥା ସମାଜର ଚତୁର୍ମୁଖୀ ଆର୍ଥିକ ବିକାଶ ତଥା ଏମାନଙ୍କର ମିଳିତ ପ୍ରଗତି ରାଷ୍ଟ୍ରପତି ମହୋଦୟଙ୍କର ତଥା ମୋର ମୁଖ୍ୟ ଲକ୍ଷ୍ୟ ଥିଲା ଏବଂ ଆଗକୁ ମଧ୍ୟ ରହିବ ।
. କାରଣ ଆତଙ୍କବାଦ ଭଳି ବିଶ୍ୱସ୍ତରୀୟ ଆହ୍ୱାନରୁ ନିଜ ସମାଜର ସୁରକ୍ଷା ରାଷ୍ଟ୍ରପତି ଟ୍ରମ୍ପ ତଥା ମୋର ସର୍ବପ୍ରଥମ ପ୍ରାଥମିକତାଗୁଡ଼ିକ ମଧ୍ୟରୁ ହେଉଛି ଗୋଟିଏ ।
. କାରଣ ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା, ବିଶ୍ୱର ଦୁଇଟି ବିଶାଳ ଗଣତନ୍ତ୍ରର ମିଳିତ ସଶକ୍ତିକରଣ ହେଉଛି ଆମର ଉଦ୍ଦେଶ୍ୟ ।
ବନ୍ଧୁଗଣ, ଆମର ଏଭଳି ଦୃଢ଼ ସାମରିକ ଭାଗିଦାରୀ ଅଛି ଯାହା ମାନବ ପ୍ରୟାସର ପାଖାପାଖି ସମସ୍ତ କ୍ଷେତ୍ରକୁ ଛୁଇଁଛି । ଆଜିର ଆମ ବାର୍ତ୍ତାଳାପରେ ରାଷ୍ଟ୍ରପତି ଟ୍ରମ୍ପ ତଥା ମୁଁ ଭାରତ ତଥା ଯୁକ୍ତରାଷ୍ଟ୍ରର ସମ୍ବନ୍ଧର ପ୍ରତ୍ୟେକ ପରିସରକୁ ବିସ୍ତୃତ ଭାବେ ଚର୍ଚ୍ଚା କଲୁ । ଦୁଇ ଦେଶ ଏଭଳି ଏକ ଦ୍ୱିପାକ୍ଷିକ ସ୍ଥାପତ୍ୟକୁ ନେଇ ପ୍ରତିବଦ୍ଧ ଯାହା ଆମର ସାମରିକ ଭାଗିଦାରୀକୁ ନୂତନ ଶିଖରକୁ ନେଇଯିବ । ଏହି ସନ୍ଦର୍ଭରେ ଦୁଇ ଦେଶରେ ଉତ୍ପାଦନରେ ବୃଦ୍ଧି, ବିକାଶ, ରୋଜଗାର ସୃଷ୍ଟି ଆଉ ସଫଳ ପ୍ରଦ୍ୟୋଗିକୀ ଏବଂ ମଜବୁତ ପ୍ରତିଶ୍ରୁତି ଆମର ସହଯୋଗିତାରେ ତଥା ସମ୍ବନ୍ଧ ଗୁଡ଼ିକର ଦୃଢ଼ ଗତିର ବାହକ ରହିବେ ।
ଭାରତର ସାମାଜିକ-ଆର୍ଥିକ ପରିବର୍ତ୍ତନ ପାଇଁ ଆମର ଫ୍ଲାଗ୍ ସିପ୍ କାର୍ଯ୍ୟକ୍ରମରେ ଆମେ ଆମେରିକାକୁ ପ୍ରମୁଖ ସହଯୋଗୀ ମାନୁଛୁ । ମୋର ବିଶ୍ୱାସ ଯେ ମୋର ନୂଆ ଭାରତର ଦୃଷ୍ଟିକୋଣ ତଥା ରାଷ୍ଟ୍ରପତି ଟ୍ରମ୍ପ “ମେକ୍ ଆମେରିକା ଗ୍ରେଟ୍ ଏଗେନ୍”ବା “ପୁଣି ଆମେରିକାକୁ ମହାନ କରିବା”ର ଦୃଷ୍ଟିକୋଣରେ ନିହିତ ଅଭିଜ୍ଞତା ଆମର ସହଯୋଗର ନୂତନ ପରିସର ସୃଷ୍ଟି କରିବ । ମୋର ସ୍ପଷ୍ଟ ମତ ଏହି ଯେ ଏକ ମଜଭୁତ ଏବଂ ସଫଳ ଆମେରିକାରେ ହିଁ ଭାରତର ହିତ ରହିଛି । ସେହିଭଳି, ଭାରତର ବିକାଶ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ବଢ଼ୁଥିବା ଭାରତର ଭୂମିକା ଆମେରିକାର ହିତରେ । ବାଣିଜ୍ୟ, ବ୍ୟବସାୟିକ ଏବଂ ନିବେଶ ଯୋଗାଯୋଗର ସଂପୂର୍ଣ୍ଣ ବିକାଶ ଆମର ପ୍ରୟାସଗୁଡ଼ିକର ସହଭାଗୀ ପ୍ରାଥମିକତା ହେବ । ତଥା ଏହି ସଂଦର୍ଭରେ ବୈଷୟିକ ଜ୍ଞାନ, ନବ ସୃଜନ, ତଥା ଜ୍ଞାନ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ସହଯୋଗର ବିସ୍ତାର ଏବଂ ସେଥିରେ ଗଭୀରତା ଆମର ମୁଖ୍ୟ ଲକ୍ଷ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେବ । ଏଥିପାଇଁ ଆମର ସଫଳ ଡିଜିଟାଲ ସହଯୋଗୀତାକୁ ଆହୁରି ସୁଦୃଢ଼ କରିବା ଲାଗି ଆମେ ପଦକ୍ଷେପ ଗ୍ରହଣ କରିବୁ ।
ବନ୍ଧୁଗଣ,
ଆମେ ନା କେବଳ ସମ୍ଭାବନାଗୁଡ଼ିକର ସହଯୋଗୀ ଅଛୁ ବରଂ ଆମେ ନିଜ ସାମ୍ନାରେ ଥିବା ତଥା ଆସିବାକୁ ଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ମଧ୍ୟ ସହଭାଗୀ ଅଟୁ । ଆଜି ଆମର ବୈଠକରେ ଆମେ ଆତଙ୍କବାଦ, ସନ୍ତ୍ରାସବାଦ ତଥା ଉଗ୍ରବାଦ ଫଳରେ ସାରା ବିଶ୍ୱରେ ଉତ୍ପନ୍ନ ଗମ୍ଭୀର ଆହ୍ୱାନ ଉପରେ ଚର୍ଚ୍ଚା କଲୁ । ତଥା ଏଥିରେ ନିଜର ସହଯୋଗ ବଢ଼ାଇବା ପାଇଁ ମଧ୍ୟ ସହମତି ଦେଲୁ । ଆତଙ୍କବାଦ ସହିତ ଲଢ଼ିବା ଏବଂ ଆତଙ୍କବାଦୀଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳକୁ ଶେଷ କରିବା ଆମର ସହଭାଗିତାର ଏକ ମହତ୍ୱପୂର୍ଣ୍ଣ ଅଂଶ ହେବ । ଆମେ ଆତଙ୍କବାଦୀ ସଂଗଠନ ସହିତ ଯୋଡ଼ି ହୋଇଥିବା ସମାନ ଚିନ୍ତାଗୁଡ଼ିକ ସମ୍ବନ୍ଧରେ ଗୁଇନ୍ଦା ଏବଂ ସୂଚନାର ଆଦାନ-ପ୍ରଦାନକୁ ବଢ଼ାଇବୁ ତଥା ନୀତି ସମନ୍ୱୟକୁ ଯଥାସମ୍ଭବ ସୁଦୃଢ କରିବୁ । ଆମ ମଧ୍ୟରେ ଆଂଚଳିକ ପ୍ରସଙ୍ଗ ଉପରେ ବିସ୍ତାର ଭାବରେ ଚର୍ଚ୍ଚା ହେଲା । ଆଫଗାନିସ୍ଥାନରେ ଆତଙ୍କବାଦ କାରଣରୁ ବଢ଼ୁଥିବା ଅସ୍ଥିରତା ପ୍ରତି ଆମର ସମାନ ଚିନ୍ତା ରହିଛି । ଭାରତ ଏବଂ ଆମେରିକା ଦୁହେଁ ଆଫଗାନିସ୍ଥାନର ପୁନଃ ନିର୍ମାଣ ତଥା ଏହାର ସୁରକ୍ଷାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଆମେ ଆଫଗାନିସ୍ଥାନରେ ଶାନ୍ତି ତଥା ସ୍ଥିରତାର ଉଦ୍ଦେଶ୍ୟ ସାଧନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଘନିଷ୍ଠ ପରାମର୍ଶ, ଯୋଗାଯୋଗ ତଥା ସମନ୍ୱୟ ଜାରି ରଖିବୁ ।
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ସମୃଦ୍ଧି, ଶାନ୍ତି ଏବଂ ସ୍ଥିରତା ଆମର ସାମରିକ ଭାଗିଦାରୀର ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଏହି ଅଂଚଳରେ ସମ୍ଭାବନା ଗୁଡ଼ିକର ବିସ୍ତାର ତଥା ମୁଣ୍ଡ ଟେକୁଥିବା ଆହ୍ୱାନ ଦ୍ୱାରା ଆମର ସାମରିକ ହିତର ସୁରକ୍ଷା ଆମର ସହଭାଗିତାର ପରିସର ନିର୍ଦ୍ଧାରିତ କରି ରହିବ । ଏହି କ୍ଷେତ୍ରରେ ଆମେ ଆମେରିକା ସହିତ ମିଶି କାମ କରିବା ଜାରି ରଖିବୁ । ସୁରକ୍ଷା ଆହ୍ୱାନ ଗୁଡ଼ିକର ସନ୍ଦର୍ଭରେ ଆମର ବଢ଼ୁଥିବା ପ୍ରତିରକ୍ଷା ଏବଂ ନିରାପତ୍ତା ସହଭାଗିତା ହେଉଛି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏହି ବିଷୟରେ ମଧ୍ୟ ଆମେ ବିସ୍ତାର ଭାବେ ଚର୍ଚ୍ଚା କଲୁ । ଆମେରିକା ଦ୍ୱାରା ଭାରତର ପ୍ରତିରକ୍ଷା କ୍ଷମତାର ସଶକ୍ତିକରଣକୁ ଆମେ ସ୍ୱାଗତ କରୁଛୁ । ଆମେ ସବୁ ପ୍ରକାରରେ ନିଜ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ମଧ୍ୟ ବୃଦ୍ଧି କରିବା ଉପରେ ନିର୍ଣ୍ଣୟ କରିଛୁ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ଜ୍ଞାନ କୌଶଳ, ବାଣିଜ୍ୟ ତଥା ବିନିର୍ମାଣ ସହଭାଗିତାର ସୁଦୃଢ଼ତା ପରସ୍ପର ପ୍ରତି ଲାଭଜନକ ହେବ । ଆମେ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ନିଜର ସାମରିକ ହିତ ବିଷୟରେ କଥା ମଧ୍ୟ ହେଲୁ । ଏହି ସନ୍ଦର୍ଭରେ ଅନ୍ତରାଷ୍ଟ୍ରୀୟ ଅନୁଷ୍ଠାନ ତଥା ଶାସନରେ ଭାରତର ସଦସ୍ୟତା ପାଇଁ ଆମେ ଆମେରିକା ଦ୍ୱାରା କ୍ରମାଗତ ସମର୍ଥନ ଲାଭ କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହା ଆମ ଦୁହିଁଙ୍କ ହିତରେ ଅଛି ।
ରାଷ୍ଟ୍ରପତି ଟ୍ରମ୍ପ,
ଆପଣଙ୍କର ଭାରତ/ତଥା ମୋ ପ୍ରତି ବନ୍ଧୁତ୍ୱଭାବ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ଆଉ ଆମର ଦ୍ୱିପାକ୍ଷିକ ସମ୍ବନ୍ଧ ପାଇଁ ଆପଣଙ୍କ ଦୃଢ଼ ପ୍ରତିବଦ୍ଧତା ପାଇଁ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ଅଛି ଯେ ଆପଣଙ୍କ ନେତୃତ୍ୱରେ ଆମର ପାରସ୍ପରିକ ଲାଭଜନକ ସାମରିକ ସହଭାଗିତାକୁ ଏକ ନୂତନ ଦୃଢ଼ତା, ସକରାତ୍ମକ ତଥା ଉଚ୍ଚତା ପ୍ରାପ୍ତ ହେବ ।
ତଥା ଆପଣଙ୍କ ବ୍ୟବସାୟିକ ଦୁନିଆର ଅସୀମ ବ୍ୟକ୍ତିଗତ ସଫଳ ଅନୁଭବ ଆମର ସହଯୋଗକୁ ଏକ ଆକ୍ରମକ ତଥା ଦୂରଦୃଷ୍ଟି ସମ୍ପନ୍ନ ଏଜେଣ୍ଡା ପ୍ରଦାନ କରିବ । ଭାରତ ଆମେରିକା ସମ୍ବନ୍ଧର ଏହି ଯାତ୍ରାରେ ଏକ ଉତ୍ତମ ନେତୃତ୍ୱ ପ୍ରଦାନ କରିବା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ବିଶ୍ୱସ୍ତ ରୁହନ୍ତୁ, ଦୁଇ ଦେଶର ମିଳିତ ବିକାଶର ଏହି ଯାତ୍ରାରେ ମୁଁ ଆପଣଙ୍କର ଏକ ସଂଚାଳିତ, ନିର୍ଦ୍ଧାରିତ ତଥା ନିର୍ଣ୍ଣାୟକ ସହଯୋଗୀ ରହିବି ।
ମହାମହିମ,
ଆଜିର ମୋର ଯାତ୍ରା /ତଥା ଆପଣଙ୍କ ସହିତ ବିସ୍ତୃତ କଥାବାର୍ତ୍ତା ବହୁତ ଫଳପ୍ରଦ ରହିଲା । ମଞ୍ଚ ଛାଡ଼ିବା ପୂର୍ବରୁ ମୁଁ ଆପଣଙ୍କୁ ସପରିବାର ଭାରତ ଯାତ୍ରା ପାଇଁ ଆମନ୍ତ୍ରିତ କରୁଛି । ଆଶା ରଖୁଛି ଯେ ଆପଣ ମାନେ ଭାରତରେ ମୋତେ ଆପଣଙ୍କ ସ୍ୱାଗତ ସତ୍କାର ପାଇଁ ସୁଯୋଗ ଦେବେ । ଶେଷରେ ପୁଣି ଥରେ ଆପଣ ଏବଂ ପ୍ରଥମ ମହିଳା ଆଜି ମୋତେ ଯେଉଁ ସ୍ୱାଗତ ସମ୍ମାନ ଦେଲେ, ସେଥିପାଇଁ ମୁଁ ବହୁତ କୃତଜ୍ଞତା ଜ୍ଞାପନ କରୁଛି ।
ଧନ୍ୟବାଦ!
**********
I would like to thank @POTUS for his kind words about India: PM @narendramodi pic.twitter.com/FhSeFT15Hf
— PMO India (@PMOIndia) June 26, 2017
Our talks today are an important moment in the cooperation between our nations. They have been very crucial talks: PM @narendramodi pic.twitter.com/OkeRuMoLJP
— PMO India (@PMOIndia) June 26, 2017
Both India and USA are global engines of growth. Eliminating terrorism is among the topmost priorities for us: PM @narendramodi pic.twitter.com/SLKYvGWj87
— PMO India (@PMOIndia) June 26, 2017
We held talks on wide range of issues pertaining to the India-USA relationship: PM @narendramodi
— PMO India (@PMOIndia) June 26, 2017
We consider USA a valued partner in our flagship programmes: PM @narendramodi
— PMO India (@PMOIndia) June 26, 2017
Trade, commerce and investment are key areas. Technology, innovation and knowledge economy are also areas were are actively looking at: PM
— PMO India (@PMOIndia) June 26, 2017
We discussed the problems arising due to terrorism and radicalisation: PM @narendramodi on talks with @POTUS
— PMO India (@PMOIndia) June 26, 2017
We agreed to work closely on boosting maritime trade and cooperation: PM @narendramodi
— PMO India (@PMOIndia) June 26, 2017
I laud your commitment towards strong India-USA bilateral relations: PM @narendramodi to @POTUS
— PMO India (@PMOIndia) June 26, 2017