Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

୨୧ ଅପ୍ରେଲରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ


  • ବାଲୋତରାର ପଚପଦରାରେ ଭାରତର ପ୍ରଥମ ଗ୍ରୀନଫିଲ୍ଡ ସମନ୍ୱିତ ରିଫାଇନାରୀକମ୍‌-ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
  • ୭୯,୪୫୦ କୋଟିରୁ ଅଧିକ ନିବେଶରେ ଏମ୍ଏମ୍ଟିପିଏ ଗ୍ରୀନଫିଲ୍ଡ ରିଫାଇନାରୀକମ୍‌-ପେଟ୍ରୋକେମିକାଲ୍ କମ୍ପେ୍ଲକ୍ସ ପ୍ରତିଷ୍ଠିତ ହୋଇଛି
  • ଏହି ଅତ୍ୟାଧୁନିକ କମ୍ପ୍ଲେକ୍ସ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ ଉତ୍ପାଦନକୁ ସମନ୍ୱିତ କରେ
  • ଏହି ପ୍ରକଳ୍ପ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ପେଟ୍ରୋକେମିକାଲ୍ ଆତ୍ମନିର୍ଭରତା ବୃଦ୍ଧି କରିବାରେ ଏକ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଏପ୍ରିଲ ୨୦୨୬ରେ ରାଜସ୍ଥାନ ଗସ୍ତ କରିବେ ସକାଳ ପ୍ରାୟ ୧୧:୩୦ ସମୟରେ, ପ୍ରଧାନମନ୍ତ୍ରୀ ବାଲୋତରାର ପଚପଦରାରେ ଭାରତର ପ୍ରଥମ ଗ୍ରୀନଫିଲ୍ଡ ସମନ୍ୱିତ ରିଫାଇନାରୀ-କମ୍‌-ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ

ଏହି ଐତିହାସିକ ପ୍ରକଳ୍ପ ଭାରତର ଶକ୍ତି ଏବଂ ପେଟ୍ରୋକେମିକାଲ୍ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହେବ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚ୍‌ପିସିଏଲ) ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟମ ଭାବରେ ବିକଶିତ, ପ୍ରତି ବର୍ଷ ମିଲିୟନ ମେଟ୍ରିକ ଟନ୍ (ଏମ୍‌ଏମ୍‌ଟିପିଏ) ଗ୍ରୀନ୍‌ଫିଲ୍ଡ ରିଫାଇନାରୀ-କମ୍‌-ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ୭୯,୪୫୦ କୋଟିରୁ ଅଧିକ ନିବେଶ ସହିତ ପ୍ରତିଷ୍ଠିତ ହୋଇଛି

ଏହି ଅତ୍ୟାଧୁନିକ କମ୍ପ୍ଲେକ୍ସ ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ ଉତ୍ପାଦନକୁ ସମନ୍ୱିତ କରେ, ଯାହାର ପେଟ୍ରୋକେମିକାଲ୍ କ୍ଷମତା ୨.୪ ଏମ୍‌ଏମ୍‌ଟିପିଏ ରହିଛି ଏହି ରିଫାଇନାରୀର ନେଲ୍‌ସନ୍ କମ୍ପ୍ଲେକ୍ସିଟି ଇଣ୍ଡେକ୍ସ ୧୭.୦ ରହିଛି ଏବଂ ପେଟ୍ରୋକେମିକାଲ୍ ଉତ୍ପାଦନ ୨୬%ରୁ ଅଧିକ ରହିଛି, ଯାହା ଦକ୍ଷତା ଏବଂ ସ୍ଥାୟୀତ୍ୱ ପାଇଁ ବିଶ୍ୱ ମାନଦଣ୍ଡର ଅନୁରୂପ ରହିଛି

ଏହି ପ୍ରକଳ୍ପ ଭାରତର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ପେଟ୍ରୋକେମିକାଲ ଆତ୍ମନିର୍ଭରତା ବୃଦ୍ଧି କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ଚାଳିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ଏହି ଅଞ୍ଚଳରେ ଏକ ପେଟ୍ରୋକେମିକାଲ୍ ଏବଂ ପ୍ଲାଷ୍ଟିକ ପାର୍କ ବିକାଶ ପାଇଁ ଏହା ଏକ ଆଧାର ଶିଳ୍ପ ଭାବରେ କାର୍ଯ୍ୟ କରିବ, ଡାଉନ୍‌ଷ୍ଟ୍ରିମ୍ ଶିଳ୍ପ ଏବଂ ସହାୟକ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ଏଥିସହିତ, ଏହି ରିଫାଇନାରୀ ସ୍ଥାନୀୟ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେଇ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ

SR